ଛାତ୍ରଛାତ୍ରୀଙ୍କୁ ମିଳିବ ୧୧୦୦ ଟଙ୍କା, ବ୍ୟାଙ୍କ୍ ଆକାଉଣ୍ଟରେ ଟ୍ରାନ୍ସଫର କରିବେ ସରକାର, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | April 06, 2021 IST

ଲକ୍ଷ୍ନୌ,୦୬/୦୪:  ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା । ଏହି ଟଙ୍କା ଦେବେ ଉତ୍ତର ପ୍ରଦେଶ ସରକାର । ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବ ବୋଲି ସରକାର କହିଛନ୍ତି ।

ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏବେ ୟୁନିଫର୍ମ, ବ୍ୟାଗ୍, ଜୋତା କିଣିବା ପାଇଁ ୧୧୦୦ ଟଙ୍କା ମିଳିବ । ପ୍ରତିବର୍ଷ ଏସବୁ ଜିନିଷ ଛାତ୍ରଛାତ୍ରୀଙ୍କୁ ମିଳିବାରେ ବିଳମ୍ବ ହେଉଛି । ତେଣୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାରୀ ବୟାନ ଅନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ୟୁନିଫର୍ମ, ସ୍କୁଲ ବ୍ୟାଗ୍ ଓ ଜୋତା ପାଇଁ ଏକ ନିର୍ଦ୍ଦିଷ୍ଟ ରାଶି ଲାଭାର୍ଥୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ଏହି ପ୍ରସ୍ତାବକୁ ଏବେ କ୍ୟାବିନେଟକୁ ପଠାଯାଇଛି । ପ୍ରସ୍ତାବ ଅନୁସାରେ, ୟୁନିଫର୍ମ ପାଇଁ ୬୦୦ ଟଙ୍କା, ସ୍କୁଲ ବ୍ୟାଗ, ସ୍ୱେଟର, ଜୋତା ଓ ମୋଜା ପାଇଁ ୫୦୦ ଟଙ୍କା ପ୍ରଦାନ କରାଯିବ ।

{"id":433872,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ପ୍ରତିବର୍ଷ ୧.୬ କୋଟି ଛାତ୍ରଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ, ବ୍ୟାଗ୍ ଆଦି ସୁବିଧା ମିଳିଥାଏ । କିନ୍ତୁ ଏଥିପାଇଁ ସରକାରଙ୍କ ପାଖରୁ ବିଳମ୍ବିତ ହେଉଥିବା ନେଇ ଅଭିଯୋଗ ଆସୁଛି । ଏହାକୁ ପ୍ରତିହତ କରିବା ସତ ବିତରଣ ସମସ୍ୟା ଶେଷ କରିବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.