Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ଆନ୍ଦୋଳନକାରୀଙ୍କ ଠାରୁ କ୍ଷତିଭରଣା କରିବେ ଯୋଗୀ ସରକାର , ଭାରତର ଆନ୍ଦୋଳନ ଇତିହାସରେ ପ୍ରଥମ

2/01/2020 at 5:35 PM

ନୂଆଦିଲ୍ଲୀ ୦୨।୦୧: ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରଦର୍ଶନ ବେଳେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଘଟଣାରେ ସରକାର ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ଜୋରିମାନା ଆଦାୟ ଘଟଣା ଦେଶରେ ପ୍ରଥମ । ଆନ୍ଦୋଳନ ନାଁରେ ରାସ୍ତାରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା  କରିବା  । ଭଙ୍ଗାରୁଜାକୁ ଉସକାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିସାରିଛନ୍ତି । ତେବେ ଏହା ଦେଶରେ ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଡେରା ସଚ୍ଚା ସୌଦା ସଂଗଠନ ଠାରୁ ଭଙ୍ଗାରୁଜା ଘଟଣାରେ ଜୋରିମାନା ଆଦାୟ ହୋଇଛି ।

୨୦୧୬ ଫେବୃଆରୀରେ ଜାଟ ମାନଙ୍କ କୋଟାକୁ ବିରୋଧ କରି ଆନ୍ଦୋଳନ କରୁଥିବା ସମୟରେ ୩୦ଜଣଙ୍କ ମୃତ୍ୟୁ ହୋଇଥିଲା । ସରକାରୀ ସମ୍ପତ୍ତି ବ୍ୟାପକ ପରିମାଣରେ ନଷ୍ଟ ହୋଇଥିଲା । ଆକଳନ ଅନୁସାରେ ୧୮୦୦-୨୦୦୦ କୋଟି ମୁଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା । ଏହି ହିଂସାକାଣ୍ଡରେ ୨,୧୦୦ ମାମଲା ରୁଜୁ ହୋଇଥିବା ବେଳେ ଅନେକ ଗିରଫ ହୋଇସାରିଛନ୍ତି । ତତ୍‌କାଳୀନ ବିଜେପି ସରକାର ପଞ୍ଜାବ ଓ ହରିୟାଣାର ବିଶେଷ ଅଦାଲତକୁ ଜଣାଇଥିଲେ କି ସମସ୍ତ ରାଶି ଅପରାଧିମାନଙ୍କ ଠାରୁ ଆଦାୟ କରାଯିବ ।

୨୦୧୭ ଅଗଷ୍ଟରେ , ସିବିଆଇର ସ୍ବତନ୍ତ୍ର କୋର୍ଟ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଥିଲା । କେବଳ ୧୨୬କୋଟି ଟଙ୍କାର ସମ୍ପତ୍ତି ପଞ୍ଚକୁଲାରେ କ୍ଷତିଗ୍ରସ୍ତ ହୋଇଥିଲା । ଉପରିସ୍ଥ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ହିଂସା ସମୟରେ କ୍ଷତି ହୋଇଥିବା ସମସ୍ତ ସମ୍ପତ୍ତିର ରାଶି ଆଦାୟ କରାଯାଇନାହିଁ । ସେପର୍ଯ୍ୟନ୍ତ ଡେରା ସଚ୍ଚା ସୌଦା ସହ ଜଡିତ ସମସ୍ତ ସମ୍ପତ୍ତି ଜବତ ରହିବ ।

ଦିଲ୍ଲୀ : ଗତବର୍ଷ ୨୨ଅଗଷ୍ଟ, ଭୀମ୍‌ ସେନାର ପ୍ରମୁଖ ଚନ୍ଦ୍ରଶେଖର ଆଜାଦଙ୍କ ନେତୃତ୍ବରେ ହଜାର ହଜାର ଦଳିତ ପ୍ରଦର୍ଶନକାରୀ ଗୋବନ୍ଦିପୁରୀରେ ୧୪ଟି କାରକୁ ନିଆଁ ଲଗାଇଦେଇଥିଲେ। ନଭେମ୍ବରରେ ତୀସ୍ ହଜାରୀ କୋର୍ଟରେ ଆଇନଜୀବୀଙ୍କ ପାର୍କିକୁ ବିବାଦକୁ ନେଇ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ୧୩ଟି ପୋଲିସ ଗାଡିରେ ନିଆଁ ଲଗାଇଦେଇଥିଲେ । ଅଗ୍ନିକାଣ୍ଡରେ କେତେକ  ଦୋକାନ ଓ ସାଇକେଲା ପାଡି ପାଉଁଶ ହୋଇଯାଇଛି । କିନ୍ତୁ ଘଟଣାରେ ଏପର୍ଯ୍ୟନ୍ତ କୌଣସି କାହାକୁ ବି ଗିରଫ କରାଯାଇନାହିଁ ।  ସେହିପରି ୧୫ ନଭେମ୍ବରରେ ଜାମିଆ ନଗର ଓ ମଥୁରା ରୋଡରେ ସିଏଏକୁ ବିରୋଧ କରି ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଗୁଜରାଟରେ ୨୦୧୫ ମସିହାରେ କୋଟା ଆନ୍ଦୋଳନର କେବଳ ତିନିଦିନ ମଧ୍ୟରେ ୬୬୦ ସରକାରୀ ଗାଡି, ୧୮୨୨ ଗାଡିକୁ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ । ଦଂଗାର ଏକ ସପ୍ତାହ ପରେ କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏହି ମାମଲାକୁ ଦୁଇ ସପ୍ତାହରେ ହଟାଇ ଦିଆଯାଇଥିଲା ।

ପଶ୍ଟିମବଙ୍ଗରେ ଗତମାସରେ ନାଗରିକତା ଆଇନକୁ ବିରୋଧ କରି ବିରୋଧ ପ୍ରଦର୍ଶନ ହୋଇଥିଲା । ମାତ୍ର ୪ଦିନରେ ୮୦ମିଲିୟନ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ରାଜ୍ୟ ସରକାରଙ୍କ ଅନୁସାରେ ୬୪ଟି ମାମଲା ରୁଜୁ ହୋଇଥିବା ବେଳେ ୯୩୧ ଲୋକଙ୍କୁ ଗିରଫ କରାଯାଇଛି।

୨୦୧୮ ଜୁନ୍‌ ୩ରେ ଜଗନ୍ନାଥ ସେନା ନାମକ ଏକ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲା । ବନ୍ଦ ଡାକରା ସମୟରେ ହିଂସା ଘଟି ୨୦କୋଟିର ସମ୍ପତ୍ତି ନଷ୍ଟ ହୋଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୋରିମାନା ଆଦାୟ ହୋଇନାହିଁ ।

୨୦୧୬ ମସିହାରେ କର୍ଣ୍ଣାଟକରେ ପୋଲିସ ଭ୍ୟାନ ଓ ବସ୍ ସହିତ ଅତିକମ୍‌ରେ ୧୫ଟି ଗାଡି କପଡା କାରଖାନାର କର୍ମଚାରୀଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ ସମୟରେ ନିଆଁ ଲଗାଇଦେଇଥିଲେ ।  କର୍ମଚାରୀଙ୍କ ପେନସନ ନିଧି ଅଧିନିୟମର ସଂଶୋଧନ କୁ ବିରୋଧ କରି ଆନ୍ଦୋଳନ କରାଯାଇଥିଲା । ସେହିବର୍ଷ ୧୨ଡିସେମ୍ବରରେ କାବେରୀ ଦଂଗାରେ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରାଯାଇଥିଲା । ଯେଉଁଥିରେ ୩୦ରୁ ଅଧିକ ବସ୍‌କୁ ନିଆଁ ଲଗାଇଦେଇଥିଲେ । ରାଜ୍ୟ ସରକାର ଆନ୍ଦୋଳନକାରୀଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ କେବେବି ପ୍ରୟାସ କରିନାହାନ୍ତି ।

କେରଳ ୨୦୧୮ରେ , ସାବରୀମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ଗାଗତ କରିବା ସମୟରେ ଉତ୍ତେଜନା ଦେଖାଦେଇଥିଲା । ଆନ୍ଦୋଳନରେ କେରଳର ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୦ରୁ ଅଧିକ ବସ୍‌ ପୋଡି ପାଉଁଶ ହୋଇଯାଇଛି । ଏହି ଘଟଣାରେ କିଛି ଲୋକଙ୍କ ମଧ୍ୟ ଗିରଫ କରାଯାଇଥିଲା । ତେବେ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ସମ୍ପତ୍ତିର ଜୋରିମାନା ଆଦାୟ କେବେବି ହୋଇନାହିଁ । ଅକ୍ଟୋବର ୨୦୧୧ ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ମାମଲାରେ ଶୁଣାଣି କରି ପ୍ରତିପକ୍ଷଙ୍କୁ ସରକାରୀ ସମ୍ପତ୍ତିର ସମସ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କେରଳ ହାଇକୋର୍ଟ ।  

ଆସାମ- ଗତମାସରେ ନାଗରିକ ସଂଶୋ ସରକାରୀ ସମ୍ପତ୍ତିର ବିପୁଳ ପରିମାଣର କ୍ଷୟକ୍ଷତି ହୋଇଛି । ବିଜେପି ସରକାର ପ୍ରମାଣ ଯୋଗାଡ କରିବା ପରେ ହିଂସାକୁ ପ୍ରସୟ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବାଲି କୁହାଯାଇଛି ।  

ରାଜସ୍ଥାନ- ନଭେମ୍ବର ୨୦୧୭ରେ ଫିଲ୍ମକୁ ବିରୋଧ କରି ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ସେହପରି ୨୦୧୯ରେ ଗୁର୍ଜର ସମୁଦାୟ ଲୋକ ସଂରକ୍ଷଣକୁ ନେଇ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ରାଜ୍ୟର ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କ୍ଷୟକ୍ଷତି ହୋଇଥିବା ସମ୍ପତ୍ତିର ଜୋରିମାନା ଆଦାୟ କରାଯାଇାହିଁ ।

   Related Posts