Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଏବେ UPରେ ଦିଦିଙ୍କ ରଣନୀତି ଆପଣେଇବ BJP, ପୁଣି ରାମଙ୍କୁ କରିବ ଅସ୍ତ୍ର

5/06/2021 at 2:48 PM

ଲକ୍ଷ୍ନୌ ୫।୬: ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଏବେ ବିଜେପିକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିଛି। ଏଥିରେ ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। କୌଣସି ପରିସ୍ଥିତିରେ ୟୁପିରେ ନିଜର ସ୍ଥିତି ହରାଇବାକୁ ଚାହୁଁନି ବିଜେପି। ଏଣୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଆପଣେଇଥିବା ‘ବେଙ୍ଗଲୀ ଅସ୍ମିତା’ ରଣନୀତିକୁ ଏଠାରେ ପ୍ରୟୋଗ କରିବାକୁ ରଣନୀତି ପ୍ରସ୍ତୁତ କରୁଥିବାର ସୂଚନା ମିଳିଲାଣି।

 ଦଳ ଲୋକଙ୍କ ସହ ଭାବନାତ୍ମକ ଭାବେ ଜଡିତ ହେବାକୁ ଅଯୋଧ୍ୟା ରାମମନ୍ଦିରକୁ କେନ୍ଦ୍ରରେ ରଖି ନିର୍ବାଚନର ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ବରିଷ୍ଠ ବିଜେପି ନେତାଙ୍କ ସହମତି ମଧ୍ୟ ମିଳୁଛି।  ଅଯୋଧ୍ୟା ରାମମନ୍ଦିର ଉତ୍ତରପ୍ରଦେଶରେ ବିଜେପିର ସବୁଠୁ ବଡ଼ ଉପଲବ୍ଧି। ଖାସ କରି ଉତ୍ତରପ୍ରଦେଶ ଜନତାଙ୍କର ମନ୍ଦିର ପ୍ରତି ଭାବନାତ୍ମକ ସମ୍ପୃକ୍ତି ରହିଛି। ଏଣୁ ପର୍ଟି ରାଷ୍ଟ୍ରବାଦ ସମ୍ପର୍କିତ ପ୍ରସଙ୍ଗ କେନ୍ଦ୍ରରେ ରଖି ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରୁଥିବା ପୂର୍ବତନ ବିଜେପି ରାଜ୍ୟସଭାପତିଙ୍କ ସୂତ୍ରରୁ ଜଣାପଡିଛି।

ୟୁପିରେ ବିଜେପି ଏବେ ‘ଅଯୋଧ୍ୟା ସିରଫ ଝାଙ୍କି ହୈ, କାଶୀ ମଥୁରା ବାକି ହୈ’ ନାରାରେ ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି ରାଜ୍ୟ ବିଜେପି ସୂତ୍ରରୁ ସୂଚନା ମିଳୁଛି।  କୋଭିଡ-୧୯କୁ ନଜରରେ ରଖି ବିଜେପି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଦୁଇ ଭାଗରେ ବିଭକ୍ତ କରିଛି। ଏବେ ସଂକ୍ରମଣ ହେଉଥିବାରୁ କିଛି ସମୟ ଲାଗି ପାର୍ଟି ମହାମାରୀକୁ ନେଇ କଲ୍ୟାଣକାରୀ ଯୋଜନା ଉପରେ ଫୋକସ କରିବ। ତେବେ ନିର୍ବାଚନର ଠିକ ପୂର୍ବରୁ ରାମ ମନ୍ଦିରକୁ କେନ୍ଦ୍ରରେ ରଖି ପ୍ରଚାର ଆଗକୁ ନେବ।

ଦଳ ରାମମନ୍ଦିରକୁ ନିଜର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଭାବେ ଜନତାଙ୍କ ଆଗରେ ଉପସ୍ଥାପନ କରିବା ସହ ଲୋକଙ୍କସହ ନିଜକୁ ଭାବନାତ୍ମକ ଭାବେ  ସଂଯୁକ୍ତ କରିବ। ନିକଟରେ ପାର୍ଟିର ଜାତୀୟ କାର୍ଯ୍ୟକର୍ତ୍ତା ବି.ଏଲ. ସନ୍ତୋଷ ଓ ରାଧାମୋହନ ସିଂହ ରାଜ୍ୟରେ ବିଜେପିର ପ୍ରଭାବ ସମୀକ୍ଷା କରିଥିଲେ। ଏଥିରେ ପାର୍ଟି ଗ୍ରାସରୁଟରୁ ନିଜର କନେକ୍ଟିଭିଟି ହରାଇଥିବାର ଜାଣିବାକୁ ପାଇଥିଲେ। ତେବେ ନିର୍ବାଚନ ପୂର୍ବରୁ ପୁଣି ଥରେ ଦଳକୁ ତୃଣମୂଳ ସ୍ତର ସହ ସଂଯୁକ୍ତ କରିବା ଲାଗି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ପରାମର୍ଶ ଦେଇଯାଇଛନ୍ତି।

କେବଳ ବିଜେପି ନୁହେଁ ୟୁପି ନିର୍ବାଚନ ଏବେ ସଂଘ ଲାଗି ମଧ୍ୟ ମସ୍ତବଡ଼ ଆହ୍ୱାନଭାବେ ଉଭା ହୋଇଛି। ଏଣୁ ରାଜ୍ୟରେ ଯୋଗୀଙ୍କ ଛବି ସୁଧାରିବା ଲାଗି ଦିଲ୍ଲୀରେ ସଂଘ ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଛି। କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୀୟତା ହ୍ରାସ କରିଛି। ଭାରତ ଭଳି ଏକ ଦେଶରେ କରୋନାକୁ ନେଇ କରାଯାଇଥିବା ପୂର୍ବାନୁମାନ ପ୍ରତି ସରକାର ସତର୍କ ନ ହେବା ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର କୋଭିଡ ପରିସ୍ଥିତି ଯୋଗୀଙ୍କୁ ମଧ୍ୟ ସେହି ପରିସ୍ଥିତିକୁ ନେଇ ଯାଇଛି। ଏଣୁ ସଂଘ ଏବେ କ୍ରାଇସେସ ମ୍ୟାନେଜ କରିବାକୁ ଦିଲ୍ଲୀରେ ଅଣ୍ଟା ଭିଡୁଥିବା ଜଣାପଡିଛି।  

   Related Posts