Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

UP: କୋଭିଡ ଡ୍ୟୁଟିରେ ମୁତୟନ ସରକାରୀ ଡାକ୍ତରଙ୍କ ସାମୂହିକ ଇସ୍ତଫା, ଜାଣନ୍ତୁ କାରଣ

13/05/2021 at 6:28 PM

ଲକ୍ଷ୍ନୌ ୧୩।୫: ସୀମିତ ସଂଶାଧନରେ କାର୍ଯ୍ୟ  କରିବା ସତ୍ତ୍ୱେ ଉତ୍ତରପ୍ରଦେଶରେ ଡାକ୍ତରଙ୍କ ପ୍ରତି ପ୍ରଶାସନର ଶୋଷଣ ଓ ଅଭଦ୍ରତା ବିରୋଧରେ ୧୪ ଜଣ ଡାକ୍ତରଙ୍କ ଏକ ସମୂହ ସେମାନଙ୍କ ଚାକିରୀରୁ ଇସ୍ତଫା ଦେଇଛନ୍ତି। ଏହି ସୂଚନା ରାଜ୍ୟ ପ୍ରଶାସନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଇସ୍ତଫା ଦେଇଥିବା ଡାକ୍ତରମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି)ମାନଙ୍କରେ କାର୍ଯ୍ୟରତ ଥିଲେ।  ତେବେ ଇସ୍ତଫା ଦେବା ସହ ସେମାନେ କାର୍ଯ୍ୟ ବନ୍ଦ କରି ନାହାନ୍ତି। ଜିଲ୍ଲାଧିକାରୀ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା ପରେ ହିଁ ସେମାନେ ନିଜକୁ ଦାୟିତ୍ୱମୁକ୍ତ କରିବେ ବୋଲି ଘୋଷଣା କରିଛନ୍ତି।

ବୁଧବାର ସନ୍ଧ୍ୟାରେ ଚିକିତ୍ସା ସେବା ସଂଘ ( ପିଏମଏସ୍) ସାଧାରଣ ସମ୍ପାଦକ ଡା.ସଞ୍ଜୀବଙ୍କ ନେତୃତ୍ୱରେ ୧୪ ଜଣ ସିଏଚସି ଓ ପିଏଚସି ଅଫିସରମାନେ ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ଅନୁପସ୍ଥିତିରେ ଏସିଏମଓଙ୍କୁ ଭେଟି ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି। ଡାକ୍ତରମାନେ ସେମାନଙ୍କ ଇସ୍ତଫା ପତ୍ରର ନକଲ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ, ଜିଲ୍ଲାଧିକାରୀ ଆଦିଙ୍କୁ ପ୍ରଦାନ କରିଛନ୍ତି।

କରୋନାଭାଇରସ କାଳରେ ବିପରୀତ ପରିସ୍ଥିତିରେ କାମ କରିବା ସତ୍ତ୍ୱେ ସେମାନଙ୍କୁ ମାନସିକ ଓ ଆର୍ଥିକ ନିର୍ଯାତନା ଦେବା ସହ ବିନା କାରଣରେ କାର୍ଯ୍ୟାନୁଷ୍ଠାନ ଧମକ୍ ଦିଆଯାଇ ସେମାନଙ୍କ ପ୍ରତି ଅଭଦ୍ରତା ଆଚରଣ କରାଯାଉଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ତେବେ ସିଏମଓ ଡା. ଆଶୁତୋଷ କୁମାର ଇସ୍ତଫା ଦେଇଥିବା ସମସ୍ତ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି। ଆଗକୁ ଆମେ ସମସ୍ତେ ମିଳିମିଶି କାମ କରିବୁ ବୋଲିମଧ୍ୟ ସେ କହିଛନ୍ତି।

   Related Posts