ଆସନ୍ତା ୫ରେ ଓଡିଶା ଆସୁଛନ୍ତି ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବିଜୟ ସଂକଳ୍ପ ସମାବେଶରେ ଦେବେ ଯୋଗ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩|୪ : ଆସନ୍ତା ଏପ୍ରିଲ ୫ ତାରିଖରେ ଦଳୀୟ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । କେଶବ ମୌର୍ଯ୍ୟ ଆସନ୍ତା ଶୁକ୍ରବାର ଦିନ ମାଲକାନଗିରି  ଜିଲ୍ଲା ଚିତ୍ରକୋଣ୍ଡା  ହାଇସ୍କୁଲ  ପଡିଆଠାରେ  ମଧ୍ୟାହ୍ନ  ୧୨ଟା  ୩୦ରେ  ପହଂଚି  ବିଜୟ  ସଂକଳ୍ପ  ସମାବେଶରେ  ଉଦବୋଧନ ଦେବେ ।

ସେହିପରି ଅପରାହ୍ନ ୨ଟାରେ କୋରାପୁଟ ଜିଲ୍ଲା କୋଟାପାଡ ଦଶହରା ପଡିଆଠାରେ ପହଂଚି ବିଜୟ ସଂକଳ୍ପ ସମାବେଶ ସଭାରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.