Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କୁ ଲୁଟରେ ପକାଇ ପାରେ ଆପଣଙ୍କ ସୋସାଲ ମିଡିଆ ଷ୍ଟାଟସ

28/04/2019 at 7:29 PM

କେବେ ଭାବିଛନ୍ତି କି ଆପଣ ଆପଣଙ୍କ ସୋସାଲ ମିଡିଆ ଷ୍ଟାଟସ ଯୋଗୁ ଲୁଟରେ ପଡି ପାରନ୍ତି ! ଅସମ୍ଭବ ହେଲେ ବିସତ୍ୟ । ହାଇଟେକ ଲୁଟେରା ଆପଣଙ୍କୁ ସୋସାଲ ମିଡିଆରେ ଟ୍ରାକ କରୁଛନ୍ତି, ମଉକା ପାଇଲେ କଳାକନା ବୁଲେଇ ଦେଇପାରନ୍ତି । ଆଜି କାଲି ସୋସାଲ ମିଡିଆ ଲୋକଙ୍କୁ ଏତେ ମାତ୍ରାରେ କବଳିତକରି ରଖିଛି ଯେ ଏହା ପାଇଁ ଲୋକେ ଏକରକମ କ୍ରେଜି ହୋଇପଡିଛନ୍ତି । ଯାହାକୁ ଦେଖିବେ ସୋସାଲ ମିଡିଆରେ ତାର ଫଟୋ ଓ ଷ୍ଟାଟସ ଲୋଡ କରିବାରେ ବ୍ୟସ୍ତ। ସୋସାଲ ମିଡିଆର ଏହି କ୍ରେଜ ଏବେ ଆପଣଙ୍କୁ ଲୋକସାନରେ ପକାଇପାରେ।

କଥା କ’ଣ କି ତାଲା କାଟି ଘରୁ ଚୋରି କରୁଥିବା ଚୋର ବି ଏବେ ହାଇ-ଟେକ୍ ହୋଇଗଲେଣି। ସେମାନେ ଆଉ ଆଗଭଳି ଗଳିକନ୍ଦିରେ ବୁଲି କୋଉ ଲୋକ ପିଲା ପରିବାର ନେଇ ଗାଁକୁ ଯାଇଛି ସେମାନଙ୍କୁ ଖୋଜିବାକୁ ପଡୁ ନାହିଁ । ଛକ ମୁଣ୍ଡ ସାଇବର କେଫେରେ ବସି କିଛି ମିନିଟରେ ଏହାର ପତା ଲଗାଇ ନେଉଛନ୍ତି ଓ ଏହା ବି ଲୋକଙ୍କ ସୋସାଲ ସାଇଟ୍ ଷ୍ଟାଟସରୁ । ଲୋକେ ନିଜର ଷ୍ଟାଟସ ସେୟାର କରିବାରେ ଏତେ ବ୍ୟସ୍ତ ଯେ ଆଗପଛ ବିଚାର ବି କରୁ ନାହନ୍ତି । ଏପରିକି ନିଜର ବ୍ୟକ୍ତିଗତ ସିକ୍ରେସିକୁ ବି ସେୟାର କରିବାକୁ ଭୁଲୁ ନାହାନ୍ତି । ଯେପରିକି ଆଇଏମ ଅନ ହଲିଡେ, ଆଉଟ ଅଫ ସିଟି ଆଦି ମଧ୍ୟ ଅପଲୋଡ କରିଦେଉଛନ୍ତି । ସାଙ୍ଗରେ ଫଟୋ ରହୁଥିବାରୁ ସିନ୍ଧି କଟା ଚୋରମାନେ ଫାଇଦା ନେବାରେ ସାମାନ୍ୟତମ ଅବହେଳା ବି କରୁ ନାହାନ୍ତି ।

ଏବେ ସାରା ଦେଶରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଯାଇଛି । ସ୍କୁଲ ଛୁଟି ପରେ ଲୋକେ ପିଲାପରିବାରଙ୍କୁ ସେମାନଙ୍କ ଗାଁକୁ ପଠାଇ ଦେଉଛନ୍ତି । ଯାହା ଏଭଳି ଲୁଟେରାଙ୍କ ପାଇଁ ଏବେ ସୁଯୋଗ ସୃଷ୍ଟି କରିଛି । ତେବେ ଆପଣ ପରିବାର ସହ ଗ୍ରୀଷ୍ମ ଅବକାଶ ବିତାଇବାକୁ ବାହାରକୁ ଯାଉଥିବା ଖବର ସୋସାଲ ସାଇଟ୍ ରେ ଅପଡେଟ କରନ୍ତୁନି । ଯଦି କରୁଛନ୍ତି ତେବେ ଘର ଉପରେ ନଜର ରଖିବା ପାଇଁ କାହାକୁ ନିଶ୍ଚିତ ଜଗାନ୍ତୁ । ନଚେତ ଘରକୁ ଫେରିବା ବେଳକୁ ସବୁ ଝାଡୁ ହୋଇ ଯାଇ ନଥିବ ତାହା କହି ହେବ ନାହିଁ ।  

   Related Posts