Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଉତ୍ତରପ୍ରଦେଶର ହାଲ୍‌ ବେହାଲ୍‌, ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୯ ମୃତ

18/04/2021 at 6:58 PM

ଲକ୍ଷ୍ନୌ ୧୮/୪: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ୩୦,୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୧୨୯ ଲୋକଙ୍କ ଜୀବନ ନେଇଛି କରୋନା ଭୂତାଣୁ। ଏବେ ରାଜ୍ୟରେ ମୋଟ ୧,୯୧,୪୫୭ ସକ୍ରିୟ ମାମଲା ରହିଛି। ଏବେ ସୁଦ୍ଧା ଉତ୍ତରପ୍ରଦେଶରେ ମୋଟ ୯୮୩୦ ଲୋକଙ୍କ ମୃତ୍ୟୁ ହୋଇଛି।

ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ୨୭,୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଲକ୍ଷ୍ନୌରେ ୧୦୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା କାର୍ଯ୍ୟକ୍ଷମ ହୋଇଯିବା ପରେ ଲକ୍ଷ୍ନୌରେ କରୋନା ସଂକ୍ରମିତଙ୍କ ପାଇଁ ଅତିରିକ୍ତ ୫୦୦୦ ବେଡ୍‌ ଉପଲବ୍ଧ ହୋଇପାରିବ।

ରାଜ୍ୟର ରାଜଧାନୀରେ ଥିବା କେଜିଏମୟୁ ଏବଂ ବଳରାମପୁର ହସ୍ପିଟାଲକୁ ଡେଡିକେଟଡ୍‌ କୋଭିଡ ହସ୍ପିଟାଲକୁ ପରିବରତ୍ତି କରିବାର କାର୍ଯ୍ୟ ଚାଲିଛି। ଏହି ଦୁଇ ହସ୍ପିଟାଲ କୋଭିଡ ପାଇଁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଲକ୍ଷ୍ନୌରେ ୫୦୦୦ ବେଡ୍‌ ଉପଲବ୍ଧ ହୋଇଯିବ। ସେପଟେ ଉତ୍ତରପ୍ରଦେଶରେ ଟିକାକରଣ ଦ୍ରୁତ ହୋଇଛି। ରାଜ୍ୟରେ ଟିକାକରଣ ଏକ କୋଟି ପାର କରିଛି।

   Related Posts