Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନା ମାତା ମନ୍ଦିର ଭାଙ୍ଗା ଘଟଣା: ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ,୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

9/10/2021 at 9:05 PM

ନୂଆଦିଲ୍ଲୀ ୯।୧୦: ଉତ୍ତରପ୍ରଦେଶ ପ୍ରତାପ ଗଡରେ ନିର୍ମିତ ‘କରୋନା ମାତ ମନ୍ଦିର’ ଭାଙ୍ଗା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲା ଶନିବାର ଅଗ୍ରାହ୍ୟ ହୋଇଯାଇଛି। ଅନ୍ୟପକ୍ଷରେ ଏଭଳି ପିଟିସନକୁ ‘ପ୍ରକ୍ରିୟାର ଦୂରୁପଯୋଗ’ ଦର୍ଶାଇ କୋର୍ଟ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏସ୍.କେ.କୌଲ ଓ ଜଷ୍ଟିସ୍ ଏମ.ଏମ.ସୁନ୍ଦରେଶଙ୍କ ପୀଠ ମାମଲାର ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଆବେଦନକାରୀଙ୍କ ଅନୁସାରେ ମନ୍ଦିର ବ୍ୟକ୍ତିଗତ ଭୂମିରେ ଓ ସ୍ଥାନୀୟ ନିୟମ ଅନୁସାରେ ନିର୍ମିତ ହୋଇଥିଲା। ତେବେ ଏଥିଲାଗି ଉଚିତ ଆଇନଗତ ଉପାୟ କରାଯାଇନଥିଲା। କୋର୍ଟ କହିଛନ୍ତି ଯେ ଦେଶରେ ଲୋକଙ୍କୁ ସଂକ୍ରମିତ କରୁଥିବା ସବୁ ରୋଗର ଦେବାଦେବୀଙ୍କ ଲାଗି ସେ ମନ୍ଦିର ନିର୍ମାଣ କରିନଥିଲେ। ସେହିପରି ଆବେଦନକାରୀ ଯେଉଁ ଜମିରେ ମନ୍ଦିର ନିର୍ମାଣ କରିଥିଲେ ତାହା ବିବାଦୀୟ ବୋଲି ଉଲ୍ଲେଖ କରିଛନ୍ତି। ଏ ନେଇ ସ୍ଥାନୀୟ ପୋଲିସରେ ଅଭିଯୋଗ ମଧ୍ୟ ରହିଛି। ଏଣୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଅଭିଯୋଗ ନ୍ୟାୟାଳୟଙ୍କ ଅଧିକାର କ୍ଷେତ୍ରର ଦୂରୁପଯୋଗ ବୋଲି କହିଛନ୍ତି।

ଏଣୁ କୋର୍ଟ ରିଟ୍ ପିଟିନସକୁ ଅଗ୍ରାହ୍ୟ କରୁଥିବା କହି ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜରିମନା ବାବଦ ଦେୟ ୪ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଆଡଭୋକେଟସ୍‌ ଅନ ରେକର୍ଡ ୱେଲଫେୟାର ପଣ୍ଡରେ ଜମା କରିବାକୁ କହିଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀ ଦୀପମାଲା ଶ୍ରୀବାସ୍ତବ ମୌଳିକ ଅଧିକାର ଉଲ୍ଲଂଘନ ନେଇ ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପ୍ରତାପଗଡର ଜୁହିଶୁକଳପୁର ଗାଁରେ କରୋନା ମାତା ମନ୍ଦିର ଜୁନ ୨୦୨୦ରେ ନିର୍ମିତ ହୋଇଥିଲା ଓ ୧୧ ଜୁନ ୨୦୨୦ରେ କେହି ଏହାକୁ ଭାଙ୍ଗିଦେଇଥିଲା। ଯେଉଁ ଜମିରେ ମନ୍ଦିର ନିର୍ମିତ ହୋଇଥିଲା ତାର ମାଲିକାନା ନୋଏଡାରେ ରହୁଥିବା ଲୋକେଶଙ୍କ ସମେତ ନାଗେଶ କୁମାର ଶ୍ରୀବାସ୍ତବ ଓ ପ୍ରକାସ ଶ୍ରୀବାସ୍ତବଙ୍କ ନାମରେ ରହିଛି। ତେବେ ଲୋକେଶ ସ୍ଥାନୀୟ ଲୋକଙ୍କ ଦାନରେ ମନ୍ଦିର ନିର୍ମାଣ କରାଇଥିଲେ। ଜମି ହାତେଇବା ଲାଗି ସେ ଏପରି କରିଥିବାର ନାଗେଶ ପୋଲିସକୁ କହିଛନ୍ତି।  

   Related Posts