ଆଗ୍ରାର ୨ଟି ଗାଁରେ କରୋନା ଲହର : ୨୦ ଦିନରେ ୬୪ ଜୀବନ ନେଲାଣି ଭାଇରସ

Published By : Prameya-News7 Bureau | May 11, 2021 IST

ୟୁପି ୧୧/୫ : ଉତ୍ତରପ୍ରଦେଶରେ ଦିନକୁ ଦିନ ସଂକ୍ରମଣର ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଲକଡାଉନ କର୍ଫ୍ୟୁ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି ପରିସ୍ଥିତି । ମଗୁଡିକରେ କରୋନାରୁ ଲୋକଙ୍କ ମୃତ୍ୟୁ ଜାରି ରହିଛି । ତେବେ ଆଗ୍ରାରେ ଦୟନୀୟ ହେଉଛି ମହାମାରୀର ପ୍ରକୋପ । ୨ଟି ଗାଁରେ ଗତ ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ ହେଲାଣି । ଏଠାକାର ଲୋକଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ପରେ ନିଶ୍ୱାସ ନେବାରେ ଅସୁବିଧା ହେଲା । ଶେଷରେ ପରିସ୍ଥିତି ଏପରି ହେଲା ଲୋକଙ୍କ ମୃତ୍ୟୁ ହୋଇଗଲା ।

ଦୁଇଟି ଗାଁରେ ୬୪ ଜଣଙ୍କର ମୃତ୍ୟୁ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା । ପରେ ସେମାନଙ୍କ ପରୀକ୍ଷା କରାଯିବାରୁ ୨୭ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ସୂଚନା ଥାଉକି, ଆଗ୍ରାଠାରୁ ୨୦ କିଲୋମିଟର ଦୂରରେ କୂରଗବାଁ । ଗତ ୨୦ ଦିନରେ ଏହି ଗାଁରେ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହେଲାଣି । ଗ୍ରାମବାସୀଙ୍କ କହିବା ମୁତାବକ୍ ଥଣ୍ଡା, ଜ୍ୱର କାଶ ହେବା ସହ ନିଶ୍ୱାସ ପ୍ରଶାସ ନେବାରେ କଷ୍ଟ ହେଉଥିଲା ।

ଏହାସହ ଯାଞ୍ଚ ପରେ ଅନ୍ୟ ଯେମାନଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଛି ସେମାନଙ୍କୁ ସ୍ଥାନୀୟ ସ୍କୁଲ ଘରେ ସଂଗରୋଧ କେନ୍ଦ୍ର କରାଯାଇ ରଖାଯାଇଛି । ତେବେ ଏଠାରେ ଲୋକଙ୍କୁ କୌଣସି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଲୋକେ । କିନ୍ତୁ ସ୍ୱାସ୍ଥ୍ୟବିଭାଗ ଏହାକୁ ଖଣ୍ଡନ କରିବା ସହ ଓଲଟା ଜଣାଇଛନ୍ତି କି, ଲୋକେ କୌଣସି ଗାଇଡାଲାଇନ ମାନୁନାହାଁନ୍ତି । ଲକ୍ଷଣ ଥିବା ଲୋକେ ସଂଗରୋଧରେ ନରହି ଏଣେତେଣେ ବୁଲୁଛନ୍ତି ।

ସେହିପରି ଅନ୍ୟ ଏକ ଗାଁ ବାମରୋଲିରେ ମଧ୍ୟ ସମାନ ଅବସ୍ଥା । ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପ୍ରାୟ ୫୦ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଗାଁ ମୁଖିଆ କୁହନ୍ତି କି ପ୍ରଥମେ ଜ୍ୱର ହେବା ସଂଗେ ସଂଗେ ନିଶ୍ୱାସ ନେବାର କଷ୍ଟ ହୋଇଥିଲା । ପରେ ଆଖିବୁଜିଥିଲେ ଲୋକେ । ତେବେ ଗାଁର ଜନସଂଖ୍ୟା ଅଧିକ ଥିବାରୁ ଟେଷ୍ଟିଂ କରିବା ଅସହଜ ହୋଇପଡୁଛି । ସେପଟେ ଗାଁ ଲୋକେ କୌଣସି ନିତି ନିୟନ ନମାନି କୋଭିଡ ଗାଇଡ ଲାଇନକୁ ବାୟଁ ବାୟଁ ଉଡାଇଦେଉଛନ୍ତି । ନାଁ ଠିକରେ ମାସ୍କ ପରିଧାନ କରୁଛନ୍ତି ନାଁ ମାନୁଛନ୍ତି ସାମାଜିକ ଦୂରତା । ଫଳରେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.