Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

UP: ୩ ଦଶନ୍ଧୀ ହେଲା ରାଜ୍ୟ କ୍ଷମତାରୁ ବାହାରେ କଂଗ୍ରେସ୍, ପ୍ରିୟଙ୍କାଙ୍କ ଘୋଷଣା ୪୦% ମହିଳା ହେବେ ପ୍ରାର୍ଥୀ, ଚିନ୍ତାରେ ଦଳ

9/11/2021 at 4:44 PM

ଲକ୍ଷ୍ନୌ ୯।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଏବେ କଂଗ୍ରେସ ଲାଗି ଚିନ୍ତାର କାରଣ ପାଲଟିଛି।  ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ଘୋଷଣା କରିଥିଲେ। ଏବେ ନିଜ ଘୋଷଣା ଅନୁସାରେ ପ୍ରିୟଙ୍କା ରାଜ୍ୟରେ ଦଳର ପ୍ରାର୍ଥୀ ସୂଚୀ ମଧ୍ୟ ପ୍ରସ୍ତୁତ କରି ପାରୁନଥିବା ଜଣାପଡିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖାପାଖି ୫୦ ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ କରିସାରିଥିଲେ। ତେବେ ମହିଳାଙ୍କ ଲାଗି ୪୦ ପ୍ରତିଶତ ସଂରକ୍ଷଣ ନିମନ୍ତେ ପ୍ରିୟଙ୍କାଙ୍କ ଘୋଷଣା ଯୋଗୁ ତାଲିକା ଏବେ ଜାରି ହୋଇପାରୁନି।

ପ୍ରଥମ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଲାଗି ଦଳରେ ଏବେ ମହିଳା ପ୍ରାର୍ଥୀ ଖୋଜା ପଡିଛନ୍ତି। ‘ଲଡକୀ ହୁଁ ଲଢ଼ ସକତି ହୁଁ’ ସ୍ଲୋଗାନରେ ପ୍ରିୟଙ୍କା ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏହି ସ୍ଲୋଗାନ ବଳରେ ସେ ରାଜ୍ୟର ଅଧା ଲୋକଙ୍କୁ ପ୍ରଭାବିତ କରିପାରିବେ ବୋଲି ଆଶା ବାନ୍ଧିଛନ୍ତି। ପ୍ରିୟଙ୍କା ତାଙ୍କ ସ୍ଲୋଗାନ ଅନୁସାରେ ଘୋଷଣା ବି କରିଦେଇଥିଲେ। ହେଲେ ରାଜ୍ୟ ଦଳରେ ପ୍ରାର୍ଥୀ ହେବାକୁ ମହିଳା ନ ମିଳିବା ଏବେ ଚିନ୍ତାର କାରଣ ପାଲଟିଲାଣି।

ରାଜ୍ୟରେ କଂଗ୍ରେସ ୪୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରିୟଙ୍କା ମଞ୍ଚରୁ କହିଥିଲେ। ତାଙ୍କର ଏହି ଘୋଷଣା ପାର୍ଟି ଲାଗି ସମସ୍ୟାର କାରଣ ପାଲଟିଯାଇଛି। ଏଥିର ନିର୍ବାଚନରେ କଂଗ୍ରେସ ପ୍ରଥମେ ପାର୍ଥୀ ସୂଚୀ ଜାରି କରିବା ଲାଗି ଯୋଜନା ଚୂଡ଼ାନ୍ତ କରିଥିଲା। ଯାହା ଦ୍ୱାରା ପ୍ରାର୍ଥୀଙ୍କୁ ନିଜ ନିର୍ବାଚମଣ୍ଡଳିରେ ପ୍ରଚାର ଲାଗି ଅଧିକ ସମୟ ମିଳିପାରିବ। ସେହି ଅନୁସାରେ ଦିଲ୍ଲୀରେ କଂଗ୍ରେସର ନିର୍ବାଚନ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ପ୍ରାର୍ଥୀ ସୂଚୀ ବି ଚୂଡ଼ାନ୍ତ ହୋଇଥିଲା। ହେଲେ ଏବେ ଜାରି ହୋଇପାରୁନି।

କଂଗ୍ରେସ ଲାଗି ଏବେ ୟୁପିରେ ୪୦ ପ୍ରତିଶତ ପ୍ରଭାବୀ ନେତ୍ରୀଙ୍କୁ ଖୋଜି କାଢିବା କାଠିକର ପାଠ ହେଲାଣି।  ହେଲେ ରାଜ୍ୟ କଂଗ୍ରେସ ଏବେବି ଏହା ସ୍ୱୀକାର କରୁ ନାହିଁ। କଂଗ୍ରେସ ମୁଖପାତ୍ର ପବନ ଖେରା ୟୁପି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ମହିଳା ବେଶ୍ ଆଗ୍ରହୀ ଥିବା କହିଛନ୍ତି। ଏଣୁ ଖୁବ୍ ଶୀଘ୍ର ପ୍ରାର୍ଥୀ ସୂଚୀ ଜାରିହେବ ବୋଲି ସେ କହିଥିବା ବେଳେ ଏଥିରେ ୪୦ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ୍ ଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ତେବେ ରାଜ୍ୟରେ କଂଗ୍ରେସ ଲାଗି ଯାହା ସମସ୍ୟା ତାହା ହେଉଛି ରାଜ୍ୟ କ୍ଷମତାରୁ ଲୋକେ ପ୍ରାୟ ୩ ଦଶକରୁ ଅଧିକ କାଳ ହେଲା କଂଗ୍ରେସକୁ ଦୂରେଇ ଦେଇଛନ୍ତି। ଏଣୁ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ତୁଳନାରେ ରାଜ୍ୟରେ କଂଗ୍ରେସ ସଙ୍ଗଠନ ଦୁର୍ବଳ ହୋଇଯାଇଛି। ୟୁପିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ବଡ ଭୋଟ ବ୍ୟାଙ୍କ ରହିଛି। ହେଲେ ସେହି ଅନୁସାରେ ୟୁପିରେ କଂଗ୍ରେସର ମଜଭୁତି ନାହିଁ। 

୨୦୧୭ ବିଧାନସଭା ନିର୍ବାଚନରେ ସପା ଓ ବସପା ଭୋଟ ବ୍ୟାଙ୍କରେ ବିଜେପି ସିନ୍ଧି କରିଥିଲା। ଏଣୁ ଉଭୟ ଦଳଙ୍କ ଉପରେ ଥିବା ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ଫାଇଦା ବିଜେପିକୁ ମିଳିଥିବା ବେଳେ ରାଜ୍ୟରେ ସରକାର ଗଠନ କରିଥିଲା। ଗତ ବିଧାନସଭା ନିର୍ବାଚନକୁ ରାଜ୍ୟରେ ସପା ସହ ମେଣ୍ଟ କରି କଂଗ୍ରେସ ଲଢିଥିଲା। ୧୧୪ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୭ଟି ଜିତିପାରିଥିଲା।

ତେବେ ଏଥର ବିଧାନସଭା ନିର୍ବାଚନରେ ନିଜ ଲାଗି କଂଗ୍ରେସ ନିଜେ ରାସ୍ତା ହାଣିଛି। ୪୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିବା ବେଳେ ଦଳରେ ଏତେ ସଂଖ୍ୟକ ମହିଳା ହିଁ ନାହାନ୍ତି। ଏଣୁ ଟାଣୁଆ କଂଗ୍ରେସ ନେତାଙ୍କ ପରିବାରର ମହିଳାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ଯୋଜନା କରିଥିବା ବେଳେ ସେହି ଅନୁସାରେ ଏବେ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି।   

   Related Posts