ପେଟ ପାଇଁ ନାଟ : ଦେଶ ପାଇଁ ଗୌରବ ଆଣିଥିବା କୋଚ୍ ରାସ୍ତା କଡରେ ବିକୁଛନ୍ତି ଚା’ ଓ ସମୋସା

Published By : Prameya-News7 Bureau | May 27, 2021 IST

ଉତ୍ତରପ୍ରଦେଶ ୨୭/୫: ଗତବର୍ଷ ମାର୍ଚ୍ଚରୁ କରୋନା ମହାମାରୀ ପାଇଁ ସାରା ଦେଶରେ ବେକାରୀ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାଇରସ ପାଇଁ ଲୋକଙ୍କ କୈଳିକ ବୃତ୍ତି ବଦଳିଯାଇଛି । ଗତ ମାସରେ ୭୫ ଲକ୍ଷ ଲୋକ ଚାକିରି ହରାଇଥିବା ଦାବି କରାଯାଇଥିଲା । ଯଦି କରୋନା ସଙ୍କଟରୁ ସାରା ଦେଶରେ ତାଲା ପଡିଛି । ତାସହ ଲୋକଙ୍କ ରୋଜଗାର ବି ପଡିଯାଇଛି ତାଲା ।

wp:gallery {"ids":[457650],"linkTo":"none"} /wp:gallery

ସେଥିପାଇଁ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ପେଟ ପୋଷିବାକୁ ତଥା ପରିବାର ଚଳାଇବାକୁ ରାସ୍ତା କଡରେ ବିକୁଛନ୍ତି ଚା ଓ ସିଙ୍ଗଡା । କେବଳ ସେତିକିନୁହେଁ କାର୍ପେଣ୍ଟର କାମ ବି କରୁଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ହଜାର ହଜାର ପିଲାଙ୍କୁ ହାତ ଧରି ତୀରନ୍ଦାଜୀ ଶିଖାଇଥିବା କୋଚ୍ ସଂଜୀବ କୁମାର ଗୁପ୍ତା । ଯେଉଁହାତରେ ସେ ପିଲାଙ୍କୁ ତୀର ଚାଳନା ଶିଖାଇଥିଲେ ସେ ହାତରେ ଏବେ ବନାଉଛନ୍ତି ସମୋସା । ଆଉ ସେହି ହାତରେ କାଠ କାମ ବି କରୁଛନ୍ତି ।

wp:gallery {"ids":[457653],"linkTo":"none"} /wp:gallery

ବେରୋଜଗାରୀ ଓ ଅର୍ଥାଭାବ ପାଇଁ ବଦଳିଯାଇଛି ଏହି ମହାନ ଗୁରୁଙ୍କ ବୃତ୍ତି । ସଞ୍ଜୀବ କୁମାର ଗୁପ୍ତା ୨୦୨୦ ଲକଡାଉନ ପର୍ଯ୍ୟନ୍ତ ରାଜ୍ୟ ସ୍ତରରୁ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ ତୀରନ୍ଦାଜୀ ନେଇ ପ୍ରସ୍ତୁତ କରୁଥିଲେ । ଏମିତିକି ଦେଶପାଇଁ ମେଡାଲ ଦେଇଥିବା ଅନେକ ଖେଳାଳୀଙ୍କୁ ସେ ନିଜେ ଗଢିତୋଳିଥିଲେ। ଏଥିପାଇଁ ଅନେକ ଖବରକାଗଜରେ ବି ତାଙ୍କର ଗାରିମା ସବୁ ପ୍ରାକଶିତ ହୋଇଥିଲା ।

ହେଲେ କରୋନା ମାହାମାରୀ ପାଇଁ ସବୁକିଛି ଓଲଟ ପାଲଟ ହୋଇଗଲା । ତାଲବନ୍ଦ କାମଧନ୍ଦା ନଥିବାରୁ କିପରି ବଞ୍ଚିବେ ପରିବାର ପ୍ରତିପୋଷଣ କେମିତି କରିବେ ସେକଥା ଚିନ୍ତା କରି ଶେଷରେ ଚା, ସିଙ୍ଗଡା ବିକ୍ରି କରିବା ପାଇଁ ରାସ୍ତା ବାଛି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.