ୟୁପି CMOରେ କର୍ମଚାରୀଙ୍କୁ କରୋନା, ପୃଥକବାସରେ ଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | April 13, 2021 IST

ଲକ୍ଷ୍ନୌ ୧୩।୪: କରୋନା ପୃଥକ ବାସରେ ଗଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  ଏ ନେଇ ସେ ମଙ୍ଗଳବାର ତାଙ୍କ ଅଧିକାରୀ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କେତେକ ଅଧିକାରୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ପରୀକ୍ଷଣ ରିପୋର୍ଟରୁ ଜଣାପଡିଛି। ଏଣୁ ସେମାନଙ୍କ ସହ ମିଳାମିଶା ଥିବାରୁ ପୃଥକବାସ ପାଇଁ ବାଧ୍ୟ ହେଉଥିବା ଯୋଗୀ ଉଲ୍ଲେଖ କରିଛନ୍ତି। ତେବେ  ଏହି ସମୟରେ ସମସ୍ତ କାର୍ଯ୍ୟ ଭର୍ଚୁଆଲି କରିବେ ବୋଲି  କହିଛନ୍ତି।

{"id":437986,"width":840,"height":560,"sizeSlug":"large","linkDestination":"none"}

ଉତ୍ତରପ୍ରଦେଶକରେ କରୋନା ସଂକ୍ରମଣ ବଢିବଢି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ହଜାର ୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୮୫ ଜଣ ପ୍ରାଣ ହରାଇବା ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୯ ହଜାର ୩୦୯କୁ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ସୂଚିତ କରିଛନ୍ତି।

{"id":437987,"sizeSlug":"large","linkDestination":"none"}

ରାଜ୍ୟରେ ଏବେ ୯୫ ହଜାର ୯୮୦ଟି ସକ୍ରିୟ କରୋନା ମାମଲା ଥିବା ବେଳେ ୩ ହଜାର ୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଗତ ଏପ୍ରିଲ ୧୨ ତାରିଖ ଦିନ ଟିକା ଦିବସ ପାଳନ କରାଯାଇଥିଲା। ଏଥିରେ ୫ଲକ୍ଷ ୮ ହଜାରରୁ ଅଧିକ ଲୋକଙ୍କ ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ୧୩ଲକ୍ଷ ୪୪ ହଜାର ୧୧୦ ଜଣ ଦ୍ୱିତୀୟ ଡୋଜ କରୋନା ଟିକା ନେଇସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.