କାଲି କଳାହାଣ୍ଡି ଆସୁଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ: ଫୁଙ୍କିବେ 'ଫିର୍ ଏକ ବାର୍ ମୋଦି ସରକାର' ମନ୍ତ୍ର

Published By : Prameya-News7 Bureau | February 19, 2019 IST

ଭବାନୀପାଟଣା୧୯|୨: ନିର୍ବାଚନ ପାଖେଇ ଆସୁଥିବା ବେଳେ କଳାହାଣ୍ଡି ରାଜନୀତି ପୁରା ସରଗରମ  । କଂଗ୍ରେସରୁ ରାହୁଲ ଗାନ୍ଧୀ ଆସି ନିର୍ବାଚନୀ ବିଗୁଲ୍  ଫୁଙ୍କି ସାରିଛନ୍ତି । ବିଜେଡିବି ମୁଖ୍ୟମନ୍ତ୍ରୀଙ୍କୁ ଡାକି ସମାବେଶ କରିସାରିଛି । ନବୀନଙ୍କ ଟାର୍ଗେଟ୍‌ରେ ଥିଲେ ମହିଳା ଭୋଟର ଏବଂ ଚାଷୀ  । ଆଉ କାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ଫିର ଏକ ବାର୍ ମୋଦି ସରକାରର ମନ୍ତ୍ର ଫୁଙ୍କିବେ ।

{"id":86723,"width":595,"height":334}

ସବୁ ପଲିଟିକାଲ ପାର୍ଟିର ଫୋକସରେ କଳାହାଣ୍ଡି । ରାହୁଲ, ନବୀନ ଆସିକି ଗଲେଣି । ଆଉ କାଲି ଆସୁଛନ୍ତି ବିଜେପିର ହିନ୍ଦୁତ୍ବ ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣା ଲାଲ ବାହାରୁଦ ଶାସ୍ତ୍ରୀ ଷ୍ଟାଡିୟମରେରେ ଏଥିପାଇଁ ଜୋରସେର ପ୍ରସ୍ତୁତି ଚାଲିଛି । ଆୟୋଜିତ ସମାବେଶରେ ୨୦୧୯ ନିର୍ବାଚନ ପାଇଁ ମନ୍ତ୍ର ଫୁଙ୍କିବେ । ୫ଟି  ଲୋକସଭା ଆସନ  କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ, କୋରାପୁଟ, ନବରଂଗପୁର  ୩୩ ହଜାରରୁ ଅଧିକ ବିଜେପି କର୍ମୀଙ୍କି ଫିର ଏକ ବାର୍ ମୋଦି ସରକାର ନେଇ ଗୁରୁମନ୍ତ୍ର ଦେବେ ଯୋଗୀ ଆଦିତ୍ୟନାଥ ।

{"id":86724,"width":601,"height":338}

ନିର୍ବାଚନୀ ବିଗୁଲ୍ ଫୁଙ୍କିବାକୁ ଭବାନୀପାଟଣା ଆସିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।  ସମାବେଶ କରିବା ସହ ପ୍ରତିଶ୍ରୁତିରେ ପୋତି ପକାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବି ଫୋକସରେ ଥିଲେ ମହିଳା ଭୋଟର ଏବଂ ଚାଷୀ । ତେଣୁ ବିଜେପି କାହିଁକି ପଛରେ ପଡ଼ିବ ? ଦମ୍ ଦେଖାଇବାକୁ ଆସୁଛନ୍ତି ଯୋଗୀ ।

{"id":86725}

ଯୋଗୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଉତ୍ସାହିତ । ତେବେ କଳାହାଣ୍ଡିରେ ଜନମତ କାହା ସପକ୍ଷରେ ଯିବ ତାହା ସମୟ କହିବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.