ଆଜି ଓଡିଶା ଗସ୍ତରେ ଆସୁଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନିର୍ବାଚନୀ ସଭାରେ ଦେବେ ଯୋଗ

Published By : Prameya-News7 Bureau | April 06, 2019 IST

ବ୍ରହ୍ମପୁର ୬|୪ :  ଆଜି ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ବିଜେପିର ଷ୍ଟାର୍ ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ଫୁଲବାଣୀରେ ପ୍ରଚାର କରିବେ ଯୋଗୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗୀଙ୍କ ସହ ଉପସ୍ଥିତ ରହିବେ । ସେହିପରି ବ୍ରହ୍ମପୁର ବିବେକ ବିହାରଠାରେ ସଭାସ୍ଥଳରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସାଧାରଣ ସଭାରେ ଉଦବୋଧନ ଦେବେ ଯୋଗୀ ।

ସେହିପରି ଆସନ୍ତା ୭ ଓ ୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁଣି ଓଡିଶା ଆସିବେ । ୭ରେ ବରଗଡ ଓ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ । ସେହିପରି ୯ ତାରିଖରେ ପୁରୀରେ ରୋଡ୍ ସୋ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.