Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗର୍ଜିଲେ ଯୋଗୀ : କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ଦେଲେ ଆହ୍ବାନ

ଭୁବନେଶ୍ୱର ୨୦/୨ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣା ଓ ଖୋର୍ଦ୍ଧା ନାଚୁଣୀରେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଯୋଗୀ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ସେ ଆହ୍ବାନ ଦେଇଥିଲେ । ସେ କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ଆହ୍ବାନ ଦେଇଛନ୍ତି ।…

ଗର୍ଜିଲେ ଯୋଗୀ । ରାୟପୁରରୁ ଆସି ପହଞ୍ଚିବା ପରେ ମା’ ମାଣିକେଶ୍ବରୀଙ୍କର କଲେ ଦର୍ଶନ । ଆଉ ତା ପରେ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ ।୧୯ ବର୍ଷ ଧରି ବିଜେଡି ସରକାର କରିଥିବା କାମ ସହିତ ୪ ବର୍ଷର ମୋଦି ସରକାରର କାମର ତୁଳନାତ୍ମକ ଚିତ୍ର ଦେଇଥିଲେ ୟୁପି ମୁଖ୍ୟମନ୍ତ୍ରୀ । ନବୀନ ସରକାର ୧୯ ବର୍ଷରେ ୧୭ ଲକ୍ଷ ଘର ତିଆରି କରିଥିବା ବେଳେ ୟୁପିରେ ୨ ବର୍ଷରେ ୨୦ ଲକ୍ଷ ଘର ତିଆରି କରିଥିବା ଦାବି କରିଛନ୍ତି ଯୋଗୀ । ଆଉ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଗଠନ କରିବା ପାଇଁ ଦେଇଥିଲେ ଆହ୍ବାନ ।

କଂଗ୍ରେସକୁ ମଧ୍ୟ ଛାଡ଼ି ନଥିଲେ ୟୁପି ମୁଖ୍ୟମନ୍ତ୍ରୀ । କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଥିବା ବେଳେ ମୋଦି ସରକାର ସବ୍‌କା ସାଥ୍‌ ସବ୍‌କା ବିକାଶକୁ ଆପଣାଇଥିବା କହିଥିଲେ । ମୋଦି ସରକାରରେ ହିଁ ଆତଙ୍କବାଦରୁ ମୁକ୍ତି ମିଳିବା ସହିତ ଦେଶର ସାମଗ୍ରିକ ବିକାଶ ହୋଇପାରିବ । ସମାବେଶରେ କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ, କୋରାପୁଟ ଓ ନବରଂଗପୁର ସଂସଦୀୟ କ୍ଷେତ୍ରର ୩୦ ହଜାରରୁ ଅଧିକ ବିଜେପି କର୍ମୀ ଯୋଗ ଦେଇଥିବା ବେଳେ ସେମାନଙ୍କୁ  ଫିର୍‌ ଏକ୍‌ ବାର୍‌ ମୋଦି ସରକାର ମନ୍ତ୍ର ଦେଇଥିଲେ ଯୋଗୀ ।ସେହିପରି ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ ନକରି ରାଜ୍ୟ ସରକାର ଲୋକଙ୍କ ସହିତ ବିଶ୍ବାସଘାତକତା କରିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଭବାନୀପାଟଣା ପରେ ଖୋର୍ଦ୍ଧା ନାଚୁଣୀରେ ମଧ୍ୟ ପୁଲୱାମା ଆକ୍ରମଣ ନେଇ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି । ଏଥିପାଇଁ ଆମର ବୀର ଯବାନ ମାନେ ପ୍ରସ୍ତୁତ ଅଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ୍‌ ୧୨୦ ପୁରଣ କରିବା ପାଇଁ ବୁଥ୍‌ ସ୍ତରରୁ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ଯୋଗୀ । ନାଚୁଣୀ ସମାବେଶରେ ୪ଟି ଲୋକସଭା ଆସନ ପୁରୀ, ଭୁବନେଶ୍ବର, ଆସ୍କା ଓ ବ୍ରହ୍ମପୁରର କାର୍ଯ୍ୟକର୍ତ୍ତ ମାନେ ଯୋଗ ଦେଇଥିଲେ ।…

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପିର ଜଣକ ପରେ ଜଣେ ବଡ଼ ନେତା ଓଡ଼ିଶା ଆସି ଦଳୀୟ କର୍ମୀଙ୍କ ଭିତରେ ଜୋଶ୍ ଭରିବାକୁ ଚେଷ୍ଟା କରୁଛନ୍ତି ।…

211 Views

   ସମ୍ବନ୍ଧିତ ଖବର