ବିଜୟାଦଶମୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲେ କନ୍ୟା ପୂଜନ, କନ୍ୟାଙ୍କ ଗୋଡ ଧୋଇ ଲଗାଇଲେ ତିଳକ

Published By : Prameya-News7 Bureau | October 25, 2020 IST

ଗୋରଖପୁର ୨୫/୧୦ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଗୋରଖ ପୀଠ ମହନ୍ତ ଯୋଗୀ ଆଦିତ୍ୟନାଥ ରବିବାର ସିନା ଶାରଦୀୟ ନବରାତ୍ରର ଅନ୍ତିମ ଦିନରେ ପାରମ୍ପରିକ କନ୍ୟା ପୂଜନ କରିଛନ୍ତି। କନ୍ୟା ପୂଜନକୁ ଶତନାତା ଧର୍ମରେ ମାତୃଶକ୍ତିଙ୍କ ସମ୍ମାନରେ ହେଉଥିବା ପରମ୍ପରାର ପ୍ରତୀକ ବୋଲି କୁହାଯାଏ। କନ୍ୟା ପୂଜନ ପରେ ଯୋଗୀ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

{"id":350623,"sizeSlug":"large"}

ଯୋଗୀ କହିଛନ୍ତି ଯେ, କନ୍ୟା ପୂଜନ ସନାତନ ଧର୍ମର ମାତୃଶକ୍ତିଙ୍କ ସମ୍ମାନ କରିବାର ପରମ୍ପରାର ପ୍ରତୀକ। ଏହାଦ୍ୱାରା କନ୍ୟାଙ୍କ ମଧ୍ୟରେ ସନାତନ ଧର୍ମ ପ୍ରତି ଆସ୍ଥା ପ୍ରତୀତ ହୋଇଥାଏ। ରବିବାର ସକାଳୁ ଯୋଗୀ ଆଦିତ୍ୟନାଥ କନ୍ୟାଙ୍କ ଗୋଡ ଧୋଇ ତିଳକ ଲଗାଇ ପୂଜନ କରିଥିଲେ। କନ୍ୟା ପୂଜନ ପରେ ଯୋଗୀ କନ୍ୟାଙ୍କୁ ପ୍ରସାଦ ମଧ୍ୟ ଖୁଆଇଥିଲେ। 

{"id":350624,"sizeSlug":"large"}

କନ୍ୟା ପୂଜନ ପରେ ଯୋଗୀ ନିଜ ଗୁରୁ ବ୍ରହ୍ମଲିନ ମହନ୍ତ ଅବୈଦ୍ୟନାଥଙ୍କ ପ୍ରତିମାସ୍ଥଳୀକୁ ଯାଇ ତାଙ୍କ ଆଶୀର୍ବାଦ ନେଇଥିଲେ ଓ ପରେ ଗୋଶାଳାରେ ଗାଈଙ୍କୁ ଭୋଜନ ଖୁଆଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପର୍ବପର୍ବାଣି ଖୁସି ଓ ଉତ୍ସାହ ଆଣିଥାଏ। କିନ୍ତୁ କରୋନା ମହାମାରୀ ଯୋଗୁଁ ଆମେ ସଚେତନ ରହିବା ଏବଂ କରୋନା ଗାଇଡଲାଇନ ପାଳନ କରିବା ଆବଶ୍ୟକ ବୋଲି ଯୋଗୀ କହିଛନ୍ତି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ସେ ଜୋର ଦେଇଥିଲେ।

wp:core-embed/twitter {"url":"https://twitter.com/myogiadityanath/status/1320206451541905409","type":"rich","providerNameSlug":"twitter","className":""}
https://twitter.com/myogiadityanath/status/1320206451541905409
/wp:core-embed/twitter

ଏହାପୂର୍ବରୁ ଶନିବାର ଦିନ ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଯୋଗୀ ମହାନିଶା ଓ ମହାଗୌରୀ ପୂଜା କରିଥିଲେ। ନବରାତ୍ର ପୂର୍ବ ଦିନ ଗୋରଖନାଥ ମନ୍ଦିରର ଶକ୍ତିପୀଠରେ ସେ କଳସ ସ୍ଥାପିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.