ଆଜି ଓଡିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ : ୩ଟି ଜନସଭାରେ ଯୋଗ ଦେବେ ଯୋଗୀ

Published By : Prameya-News7 Bureau | April 15, 2019 IST

ରାଉରକେଲା ୧୫/୪ : ଆଜି ଓଡିଶା ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଯୋଗୀ ଆଜି ଓଡିଶା ଆସୁଛନ୍ତି | ଯୋଗୀ ୩ଟି ଜନସଭାରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସାଧାରଣ ସଭାରେ ଉଦବୋଧନ ଦେବେ | ସକାଳ ୧୦.୪୫ ମିନିଟରେ ରାଉରକେଲା ଠାରେ ପହଂଚିବେ ଯୋଗୀ | ରାଉରକେଲାରେ ପହଂଚି ଏକ ସାଧାରଣ ସଭାରେ ଉଦବୋଧନ ଦେବେ | ଏହାପରେ ୧୨.୩୦ ମିନିଟରେ ଅନୁଗୁଳ ଏବଂ ପୂର୍ବାହ୍ନ ୨ଟା ବେଳେ ଫୁଲବାଣୀ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ |

{"id":103557}


ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଯୋଗୀ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିଥିଲେ | ବ୍ରହ୍ମପୁରରେ ତାଙ୍କର ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା | ତେବେ ଖରାପ ପାଗ ଦେଖାଇ ତାଙ୍କ ବିମାନକୁ ଅବତରଣ ପାଇଁ ଅନୁମତି ମିଳିନଥିଲା | ଯାହାଫଳରେ ସେ ଫୋନ ଯୋଗେ ଜନସଭାକୁ ସମ୍ବୋଧିତ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.