କଳାହାଣ୍ଡିରେ କଂଗ୍ରେସ ମୁକ୍ତ ଭାରତ ପାଇଁ ଆହ୍ବାନ ଦେଲେ ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | February 20, 2019 IST

ଭବାନୀପାଟଣା ୨୦|୨ (ମହମ୍ମଦ ଅସଲମ୍ ) : ଭବାନୀପାଟଣାରେ  ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କେନ୍ଦ୍ର ସରକାରର ସଫଳତା ବଖାଣିଥିଲେ ବିଜେପିରର ଏହି ଫାୟାର ବ୍ରାଣ୍ଡ ନେତା । ଭାଷଣ ଛଳରେ ନବୀନ ସରକାରକୁ ବି ଟାର୍ଗେଟ୍ କରିବାକୁ ଭୁଲିନଥିଲେ । ସଭାମଞ୍ଚରେ ପୁଲୁୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଜେପିର ଏହି ଷ୍ଟାର କ୍ୟାମ୍ପେନର ।

{"id":87047}

ଭାବନୀପାଟଣାରେ ବିଜେପିର ତାରକା ପ୍ରଚାରକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେଇଛନ୍ତି ଯୋଗୀ । ନିର୍ବାଚନ ପାଇଁ ତ କର୍ମୀଙ୍କୁ ମନ୍ତ୍ର ଦେଲେ । ତେବେ  ତା ଆଗରୁ  ପୁଲୁୱାମା ସହୀଦଙ୍କୁ  ଶ୍ରଦ୍ଧାଞ୍ଜଳି ଦେଇଥିଲେ ସଭାମଞ୍ଚରେ । ଆତଙ୍କବାଦ ବିରୋଧରେ ପୁରା ଦେଶ ଏକ ଥିବା କହିଥିଲେ ଯୋଗୀ ।   ଏହି ଅବସରରେ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେଡି ସରକାର ୧୯ ବର୍ଷରେ ନବୀନ ସରକାର ମାତ୍ର ୧୭ ଲକ୍ଷ ଘର କରିଛନ୍ତି । ତେବେ ମାତ୍ର ୨ ବର୍ଷ ଭିତରେ ୟୁପିରେ  ୨୦ ଲକ୍ଷ  ଲୋକଙ୍କୁ ଆବାସ ଯୋଗାଯାଇଛି ।କେନ୍ଦ୍ର ସରକାରର ବିଭିନ୍ନ ଯୋଜନା ସଂପର୍କରେ ବଖାଣିବା ସହ ଦେଶ କଂଗ୍ରେସ ମୁକ୍ତ ହେବା ଉଚିତ ବୋଲି କହିଥିଲେ ନବୀନ ।

{"id":87138}

ସମାବେଶରେ କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ, କୋରାପୁଟ ଓ ନବରଂଗପୁର ସଂସଦୀୟ କ୍ଷେତ୍ରର ୩୦ ହଜାରରୁ ଅଧିକ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ । ଯୋଗୀଙ୍କ ସହ ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ କାର୍ଯ୍ୟକ୍ରମରେ ।ପଞ୍ଚାୟତ ନିର୍ବାଚନରେ ଶାନଦାର ପ୍ରଦର୍ଶନ କରିଥିବା ବିଜେପି । ବିଧାନସଭା ଏବଂ ଲୋକସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବ । କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଆସିବା ଦରକାର । ଏଥିପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ ।

{"id":87050}

ସକାଳ ୧୦ ଟାରେ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ କଳାହାଣ୍ଡି ଭବାନୀପାଟନା ପୋଲିସ ପଡିଆରେ ପହଞ୍ଚିଥିଲେ ଯୋଗୀ । ସେଠାରୁ ମାଣିକେଶ୍ବରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ ।ଯୋଗୀଙ୍କ ଗସ୍ତକୁ ନେଇ ପୂରା ବିଜେପି କ୍ୟାମ୍ପ ଉତ୍ସାହିତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.