Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ହାଥରସ ମାମଲା: ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଓ ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଘୋଷଣା କଲେ ଯୋଗୀ

1/10/2020 at 11:42 AM

ହାଥରସ ୦୧/୧୦ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହେଇ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବ । ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାର ପାଇଁ ଏକ ବଡ ଘୋଷଣା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ସହ ପରିବାରର ଜଣେ ସଦସ୍ୟଙ୍କୁ କନିଷ୍ଠ ସହାୟକ ପଦବୀରେ ଚାକିରୀ ଦେବାକୁ ଘୋଷଣା କରିଛନ୍ତି । ଏହାସହ ସୁଡା ଯୋଜନା ଅନ୍ତର୍ଗତ ହାଥରସ ସହରରେ ପୀଡିତାଙ୍କୁ ପରିବାରକୁ ଏକ ଘର ଆବଣ୍ଟନ କରାଯିବ । ଫାଷ୍ଟ ଟ୍ରାକ କୋର୍ଟରେ ମାମଲାର ଶୁଣାଣି ପାଇଁ ଅନୁମତି ଦେବା ସହ ମାମଲାର ତଦନ୍ତ ପାଇଁ ଏସଆଇଟିର ୩ ସଦସ୍ୟ କମିଟି ଗଠନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାପରେ ପୀଡିତାଙ୍କ ପିତା ସନ୍ତୁଷ୍ଟ ଥିବା ନଜର ଆସିଥିଲେ । ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବ । ପୀଡିତାଙ୍କ ପିତା କହିଛନ୍ତି ଯେ ସେ କେବଳ ନ୍ୟାୟ ଚାହୁଁଛନ୍ତି ।

ହାଥରସ ହତ୍ୟାକାଣ୍ଡ ମାମଲାରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ପଠାଇ ଜବାବ ମାଗିଛନ୍ତି । ମୁଖ୍ୟ ସଚିବ ଓ ଡିଜିପିଙ୍କୁ ନୋଟିସ ଜାରି କରି ହାଥରସ ମାମଲାରେ ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି । ତାଛଡା ରାଷ୍ଟ୍ରୀୟ ମହିଳା ଆୟୋଗ ମଧ୍ୟ ନୋଟିସ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଓ ତାଙ୍କ ହତ୍ୟା ମାମଲାକୁ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଲୋକେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି । ଅପରପକ୍ଷରେ ବିରୋଧୀ ଦଳ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

   Related Posts