ବଲିଉଡକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା-ନିର୍ମାଣ କରିବେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି

Published By : Prameya-News7 Bureau | September 19, 2020 IST

ଲଖନଉ ୧୯/୦୯ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଦେଶକୁ ଏକ ଭଲ ଫିଲ୍ମ ସିଟିର ଆବଶ୍ୟକତା ରହିଛି । ଉତ୍ତର ପ୍ରଦେଶ ଏହି ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛି । ଫିଲ୍ମ ସିଟି ପାଇଁ ନୋଏଡା, ଗ୍ରେଟର ନୋଏଡା ଓ ଯମୁନା ଏକ୍ସପ୍ରେସୱେ କ୍ଷେତ୍ର ସବୁଠାରୁ ଭଲ ରହିବ ବୋଲି ସେ କହିଛନ୍ତି । ଏହି ଫିଲ୍ମ ସିଟି ଫିଲ୍ମ ନିର୍ମାତାଙ୍କୁ ସବୁଠାରୁ ଭଲ ବିକଳ୍ପ ଉପଲବ୍ଧ କରାଇବ । ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ନିଜ ସରକାରୀ ବାସଭବନରେ ଭିଡିଓ କନଫରେନସିଂ ମାଧ୍ୟମରେ ମେରଠ ମଣ୍ଡଳ ବିକାଶ କାର୍ଯ୍ୟ ସମୀକ୍ଷା କରିଥିଲେ । ଜନପ୍ରତିନିଧି ଦ୍ୱାରା ଉଠାଯାଇଥିବା ସମସ୍ୟାର ସମୁଚିତ ସମାଧାନ କରାଯିବ ବୋଲି ଯୋଗୀ କହିଥିଲେ । ଜନପ୍ରତିନିଧି ଦେଇଥିବା ପ୍ରସ୍ତାବ ଉପରେ ଶୀଘ୍ର ନିର୍ଣ୍ଣୟ ନେଇ ଶାସନ ସ୍ଥରରେ କାର୍ଯ୍ୟ କରିବାକୁ ସେ କହିଛନ୍ତି । ବିକାଶ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ପ୍ରତ୍ୟେକ ପରିଯୋଜନା ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ଯୋଗୀ କହିଛନ୍ତି। ସଡକ ନିର୍ମାଣ ଓ ବର୍ଷା ଋତୁ ପରେ ତୁରନ୍ତ ସଡକଗୁଡିକୁ ଖାଲଢିପ ମୁକ୍ତ କରାଯାଉ ବୋଲି ସେ କହିଛନ୍ତି ।

ନୋଏଡା ପ୍ରାଧିକରଣ, ଗ୍ରେଟର ନୋଏଡା ଉଦ୍ୟୋଗୀକ ବିକାଶ ପ୍ରାଧିକରଣ ଏବଂ ଯମୁନା ଏକ୍ସପ୍ରେସ-ୱେ ଉଦ୍ୟୋଗୀକ ବିକାଶ ପ୍ରାଧିକରଣ ପ୍ରସ୍ତୁତିକରଣ ସମୟରେ କହିଥିଲେ ଯେ ଯେକୌଣସି ଗୋଟିଏ ପ୍ରାଧିକରଣରେ ଫିଲ୍ମ ସିଟି ନିର୍ମାଣ ପାଇଁ ଭୂମି ବ୍ୟବସ୍ଥା କରାଯାଉ । ନୋଏଡାରେ ସଫେଇ କର୍ମଚାରୀ ତଥା ବିଲଡର୍ସ-ଵାୟର୍ସ ସମସ୍ୟା ସମାଧାନ ନିର୍ଦେଶ ଦେଇଛନ୍ତି ।

ଗାଜିଆବାଦ ଏବଂ ମେରଠ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟ ଗତି ବଢାଇବାକୁ ନିର୍ଦେଶ ଦେଇଛନ୍ତି । ଏହାସହ ଅମୃତ ଯୋଜନା କାର୍ଯ୍ୟ ସମୟବଦ୍ଧ ଢଙ୍ଗରେ ପୁରା କରିବାକୁ ନିର୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.