ଭବାନୀପାଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ; କହିଲେ କାଳିଆ ଯୋଜନା ଆରମ୍ଭରୁ ହେଲାଣି ଭ୍ରଷ୍ଟାଚାର

Published By : Prameya-News7 Bureau | February 20, 2019 IST

ଭବାନୀପାଟଣା ୨୦|୨: କଳାହାଣ୍ଡି ଜିଲ୍ଲା ଗସ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଯୋଗୀ । ସମାବେଶରେ ଯୋଗଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

{"id":87048}

ସେ କହିଛନ୍ତି ୨୦ବର୍ଷ ତଳେ କଳାହାଣ୍ଡି ବିଷୟରେ ଶୁଣିଥିଲେ । କଳାହାଣ୍ଡି ଆସିବା ପାଇଁ ସେ ଚାହୁଁଥିଲି । କଳାହାଣ୍ଡିରେ ରାଜବଂଶ କଂଗ୍ରେସ ବିରୋଧରେ ସ୍ବରଉତ୍ତୋଳନ କରି ଆସିଛନ୍ତି । ମୋଦି ବି ଚାହୁଁଛନ୍ତି କଂଗ୍ରେସ ମୁକ୍ତ ଭାରତ । ମୋଦି ବିନା ଭେଦଭାବରେ କାମ କରୁଛନ୍ତି । କିନ୍ତୁ କଂଗ୍ରେସ ନେତୃତ୍ବରେ ଭେଦଭାବ ରହିଥିଲା । କଂଗ୍ରେସ ପୁଷ୍ଟିକରଣ ନୀତି ଗ୍ରହଣ କରିଥିଲା । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାଠୁ ଆରମ୍ଭ କରି ଉଜ୍ବଳା ଯୋଜନା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏବେ ଲୋକଙ୍କ ଆକାଉଣ୍ଟକୁ ପଇସା ଯେତେବେଳେ ଯିବ ସେତେବେଳେ ଲୋକ ବୁଝିପାରିବେ ଏ ଯୋଜନାର ମହତ୍ବ । ଯୋଗୀ ମୋଦିଙ୍କ ବିଭିନ୍ନ ଯୋଜନାର ଲାଭ ସଂପର୍କରେ ସୂଚନା ଦେଇଥିଲେ । ବିଶେଷକରି ଧର୍ମେନ୍ଦ୍ର ପ୍ରଧାନ ଏବଂ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସଫଳତା ବଖାଣିଥିଲେ ।

{"id":87049}

ଗରିବ ଓ ଚାଷୀଙ୍କ ପାଇଁ ମୋଦି ସରକାର କାମ କରିଛନ୍ତି । ଆତଙ୍କବାଦକୁ କେବଳ ମୋଦି ସରକାର ହିଁ ଜବାବ ଦେବେ । କାଳିଆ ଯୋଜନା ଆରମ୍ଭରୁ ଭଷ୍ଟ୍ରାଚାର ହେଲାଣି । ଟଙ୍କାକିଆ ଚାଉଳରେ କେନ୍ଦ୍ରର ଅବଦାନ ଅଧିକ ।

{"id":87050}

ସମାବେଶରେ କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ, କୋରାପୁଟ ଓ ନବରଂଗପୁର ସଂସଦୀୟ କ୍ଷେତ୍ରର ପ୍ରାୟ ୩୩ ହଜାରରୁ ଅଧିକ ବିଜେପି କର୍ମକର୍ତ୍ତା ଯୋଗଦେଇଛନ୍ତି । ଯୋଗୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.