Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆକ୍ସନ, ଅଧିକାରୀଙ୍କୁ ଏସଡିଏମରୁ କରି ଦେଲେ ତହସିଲଦାର

24/11/2020 at 3:21 PM

ଲକ୍ଷ୍ନୌ ୨୪/୧୧ : ଉତ୍ତର ପ୍ରଦେଶରେ ଦୁର୍ନୀତି ବିରୋଧରେ ସରକାରଙ୍କ ଆକ୍ସନ ଜାରି ରହିଛି। ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତି ପାଳନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେରଠର ସରଧନା ତହସିଲରେ ନିୟୋଜିତ ଉପ-ଜିଲ୍ଲାଅଧିକାରୀ କୁମାର ଭୁପେନ୍ଦ୍ର ସିଂହଙ୍କ ଡିମୋସନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହଙ୍କୁ ଉପ-ଜିଲ୍ଲାଅଧିକାରୀ ପଦବୀରୁ ତହସିଲଦାର ପଦବୀକୁ ଡିମୋଟ କରିବାକୁ ଆଦେଶ ଦେଇଛନ୍ତି। ଭୁପେନ୍ଦ୍ର ଇଂଜିହ୍ୱା ବର୍ତ୍ତମାନ ମୁଜାଫରନଗରରେ ନିୟୋଜିତ ଅଛନ୍ତି। 

ସୂଚନା ଅନୁଯାୟୀ, ମେରଠର ଶିବାୟା, ଜମାଉଲ୍ଲାପୁର, ପରଗନା ଦୌରାଲା, ତହସିଲ ସରଧନାର ରାଜସ୍ବ ରେକର୍ଡରେ ୨୦୧୩ ମସିହାରେ ୧୫୮୩୦ ହେକ୍ଟର ଜମି ପ୍ରାଇଭେଟ ବିଲଡରଙ୍କୁ ଆବଣ୍ଟିତ କରାଯାଇଥିଲା। ଅଭିଯୋଗ ପରେ ମାମଲାର ତଦନ୍ତ ହୋଇଥିଲା।

ତଦନ୍ତରେ ଜଣାପଡିଥିଲା ଯେ ୨୦୧୬ ମସିହାରେ ସେଠାରେ ଏସଡ଼ିଏମ ଭାବେ ନିୟୋଜିତ ଥିବା ଭୁପେନ୍ଦ୍ର ସିଂହ ସରକାରଙ୍କ ହିତକୁ ଅବହେଳା କରି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସମ୍ବନ୍ଧିତ ପକ୍ଷ ସହ ମିଶି ରେଭେନ୍ୟୁ କୋର୍ଟ ମେନୁଆଲ ବିରୋଧରେ ୨୦୧୬ ଅଗଷ୍ଟରେ ଅମାଲଡ୍ରାମଙ୍କ ଆଦେଶ ପାରିତ କରିଦେଇଥିଲେ।

ତଦନ୍ତ ପରେ ଉତ୍ତର ପ୍ରଦେଶ ସରକାର ଏହାକୁ ଦୁର୍ନୀତି ବୋଲି ଦର୍ଶାଇ ତାଙ୍କୁ ଡିମୋଟ କରିବାକୁ ଆଦେଶ ଦେଇଛନ୍ତି। ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଉ ଜଣେ ତତ୍କାଳୀନ ଏସଡ଼ିଏମ, ଜଣେ ଅତିରିକ୍ତ କମିଶନର, ଜଣେ ତହସିଲଦାର, ଜଣେ ରାଜସ୍ବ ନିରୀକ୍ଷକ ଓ ଜଣେ ଲେଖପାଳଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

   Related Posts