Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯୋଗୀ ଆଦିତ୍ୟନାଥ: କେଦାରନାଥ, ବଦ୍ରୀନାଥ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

15/11/2020 at 3:36 PM

ଲକ୍ଷ୍ନୌ ୧୫/୧୧ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଯୋଗୀ ନଭେମ୍ବର ୧୫ ତାରିଖ ରବିବାର ଦିନ ବିଶେଷ ବିମାନରେ ଅପରାହ୍ନ ସାଢେ ଗୋଟେ ବେଳେ ଡେରାଡୁନ ଜୋଲୀଗ୍ରାଣ୍ଟ ଏୟାରପୋର୍ଟରେ ପହଞ୍ଚିବେ। ଏଠାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଯୋଗୀଙ୍କୁ ସ୍ୱାଗତ କରିବେ। ସେଠାରୁ ଉଭୟ ମୁଖ୍ୟମନ୍ତ୍ରୀ କେଦାରନାଥ ଧାମ ଗସ୍ତ କରିବେ।

ହେଲିକେପ୍ଟର ପାଖାପାଖି ୩ଟା ବେଳେ କେଦାରନାଥରେ ପହଞ୍ଚିବ। ପହଞ୍ଚିବା ପରେ ସନ୍ଧ୍ୟା ସାଢେ ୫ଟା ଯାଏଁ କେଦାରନାଥ ବାବାଙ୍କ ଦର୍ଶନ, ପୂଜା ଓ ଭ୍ରମଣ କରିବେ। ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ କେଦାରନାଥରେ ରାତ୍ରିଯାପନ କରିବେ।

ଏଠାରେ ସେ ଉତ୍ତର ପ୍ରଦେଶ ସରକାରଙ୍କ ଭବନ ଶିଳାନ୍ୟାସ କରିବେ। ୧୬ ତାରିଖରେ ସେ ପୁଣି ଜୋଲୀଗ୍ରାଣ୍ଟ ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ସେ ପୁଣି ଲକ୍ଷ୍ନୌ ଫେରିବେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଯୋଗୀଙ୍କ Z plus ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ-ପ୍ରଶାସନ ଓ ଗୁଇନ୍ଦା ବିଭାଗ ଆଲର୍ଟ ରହିଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଗୋରଖନାଥ ପୀଠ ମହନ୍ତ ଯୋଗୀ ଆଦିତ୍ୟନାଥ ମୂଳତଃ ଉତ୍ତରାଖଣ୍ଡ ବାସିନ୍ଦା। ୧୯୭୨ ମସିହା ଜୁନ ୫ ତାରିଖରେ ପୋୖଡି ଗଡ଼ବାଲ ଜିଲ୍ଲା ପଂଚୁର ଗାଁରେ ଯୋଗୀ ଜନ୍ମ ହୋଇଥିଲେ। ୧୯୯୪ ମସିହାରେ ସାଂସାରିକ ମୋହମାୟା ତ୍ୟାଗ କରି ସେ ସମ୍ପୂର୍ଣ ରୂପେ ସନ୍ୟାସୀ ହୋଇଗଲେ।

ଯୋଗୀ ଆଦିତ୍ୟନାଥଙ୍କ ନାଁ ଥିଲା ଅଜୟ ସିଂହ ବିଷ୍ଟ ଥିଲା। ସନ୍ୟାସୀ ହେବାପରେ ତାଙ୍କ ନାଁ ଯୋଗୀ ଆଦିତ୍ୟନାଥ ହୋଇଗଲା। ୨୬ ବର୍ଷ ବୟସରେ ଯୋଗୀ ବିଜେପି ଟିକେଟରେ ଗୋରଖପୁର ଆସନରୁ ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଥିଲେ। ଏହାପରେ ସେ ରାଜନୀତିରେ କେବେ ପଛକୁ ବୁଲି ଚାହିଁନାହାନ୍ତି। ୨୦୧୭ ରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେଲେ।

   Related Posts