ସରକାରଙ୍କ ବିନା ଅନୁମତିରେ ଏବେ UPରୁ ଶ୍ରମିକ ନେଇ ପାରିବେନି କୌଣସି ରାଜ୍ୟ : ଯୋଗୀ

Published By : Prameya-News7 Bureau | May 25, 2020 IST

ଲକ୍ଷ୍ନୌ ୨୫।୫: ଏବେ ଉତ୍ତରପ୍ରଦେଶରୁ ସରକାରଙ୍କ ବିନା ଅନୁମତିରେ କୌଣସି ରାଜ୍ୟ ଶ୍ରମିକ ନେଇ ପାରିବେନି। ଏଥିପାଇଁ ରାଜ୍ୟସରକାର ଖୁବ୍‌ଶୀଘ୍ର ପ୍ରବାସୀ ଆୟୋଗ( ମାଇଗ୍ରେସନ କମିସନ) ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସୋମବାର କହିଛନ୍ତି। ଏହା ଦ୍ୱାରା ରାଜ୍ୟର ସମସ୍ତ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯିବା ସହ ସାମାଜିକ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

{"id":275724,"width":580,"height":287,"sizeSlug":"large"}

କରୋନା ଭାଇରସ୍ ଲକଡାଉନ ଯୋଗୁ ସାରା ଦେଶରେ ଶ୍ରମିକଙ୍କୁ ଅକଥନିୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଛି। ଅଚାନକ କାମଧନ୍ଦା ବନ୍ଦ ହୋଇଯିବା ଯୋଗୁ ଶ୍ରମିକ ଖାଇବାକୁ ନ ପାଇ ଭୋକ ଉପାସରେ ମାଇଲମାଇଲ ଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ତେବେ ଏପରି ଅସୁରକ୍ଷିତ ପରିବେଶରେ ଆଉ ରାଜ୍ୟର ଶ୍ରମିକମାନେ କାମ କରିବେ ନାହିଁ ବୋଲି ମୁଖ୍ୟ ମନ୍ତ୍ରୀ ଆଦିତ୍ୟନାଥ ସଫାସଫା କହିଦେଇଛନ୍ତି। ଏଥିଲାଗି କେଉଁ ଶ୍ରମିକ କେଉଁ କ୍ଷେତ୍ରରେ ଦକ୍ଷ ସେଥିଲାଗି ରାଜ୍ୟ ସରକାର ଡାଟାବେସ୍ ପ୍ରସ୍ତୁତି ଉପରେ ଏବେ ପ୍ରାଥମିକତା ଦେଉଥିବା ବେଳେ ଶ୍ରମିକଙ୍କ ସୂଚନା ସଂଗ୍ରହ ଆରମ୍ଭ ହୋଇଥିବା ଆଦିତ୍ୟ ନାଥ କହିଛନ୍ତି।

{"id":275725,"sizeSlug":"large"}

ଏହି ଡାଟାବେଶରୁ ରାଜ୍ୟ ଆବଶ୍ୟକ କରୁଥିବା ଶ୍ରମିକଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବ। ଯଦି କୌଣସି ରାଜ୍ୟ ସରକାର ଆବଶ୍ୟକ କରିବେ ତେବେ ସରକାର ନିଜ ଗ୍ୟାରେଣ୍ଟିରେ ଶ୍ରମିକଙ୍କୁ ସମ୍ପୃକ୍ତ ରାଜ୍ୟକୁ ପଠାଇବେ। ଏଥିଲାଗି ଶ୍ରମିକଙ୍କ ବୀମା ସମେତ ଅନ୍ୟ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଯିବା ପରେ ଅନ୍ୟ ରାଜ୍ୟକୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ପରେ କୌଣସି ରାଜ୍ୟ ଉତ୍ତରପ୍ରଦେଶରୁ ସରକାରଙ୍କ ବିନାନୁମତିରେ ଶ୍ରମିକ ନେଇ ପାରିବେ ନାହିଁ କି ସେମାନଙ୍କୁ ହଇରାଣ ହରକତ କରି ଛାଡିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

{"id":275726,"sizeSlug":"large"}

ଲକଡାଉନ୍‌ରେ ଉତ୍ତରପ୍ରଦେଶ ଶ୍ରମିକଙ୍କ ପ୍ରତି ବାହାର ରାଜ୍ୟମାନଙ୍କରେ ଯେଉଁପ୍ରକାର ଦୁର୍ବ୍ୟବହାର କରାଯାଇଛି ତାକୁ ନଜରରେ ରଖି ସରକାର ଏହି ପଦକ୍ଷେପ ନେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ବାହାର ରାଜ୍ୟରେ ଉତ୍ତରପ୍ରଦେଶର ମଧ୍ୟ ଖୁବ୍ ଅପମାନ ହୋଇଛି। ସରକାର ଚାହିଁ କରି ମଧ୍ୟ ନିଜ ଲୋକଙ୍କ ଲାଗି କିଛି କରିପାରିନଥିଲେ। ଏପରିକି ପଡୋଶୀ ଦିଲ୍ଲୀରୁ ବି ନିଜ ଲୋକଙ୍କୁ ଆଣିବା ସରକାରଙ୍କ ଲାଗି କାଠିକର ପାଠ ହୋଇପଡିଥିଲା। ଆବଶ୍ୟକ ସହଯୋଗ ନ ମିଳିବାରୁ ଲୋକେ ଶହଶହ ମାଇଲ ପାଦରେ ଚାଲିବାକୁ ବାଧ୍ୟ ହୋଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.