ଦଳିତଙ୍କ ଘରେ ଭୋଜନ କଲେ ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | April 17, 2019 IST

ଅଯୋଧ୍ୟା ୧୭/୪ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ଲକ୍ଷ୍ନୌରେ ହନୁମାନଙ୍କ ପୂଜାର୍ଚ୍ଚନା କରି ଆଜି ରାମନଗରୀ ଅଯୋଧ୍ୟାରେ ପହଂଚିଥିଲେ | ଅଯୋଧ୍ୟାରେ ପହଂଚି ଯୋଗୀ ଦଳିତ ବସ୍ତିକୁ ଯାଇଥିଲେ | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ମେଵାଲାଲଙ୍କ ଘରକୁ ଯାଇ ଭୋଜନ କରିଥିଲେ | ଭୋଜନରେ ସେ ରୁଟି ତରକାରୀ ଖାଇଥିଲେ | ଘରର ସବୁ ସଦସ୍ୟଙ୍କ ସହ ଯୋଗୀ କଥାବାର୍ତ୍ତା ହୋଇ କୌଣସି ସମସ୍ୟା ହେଲେ ତାଙ୍କୁ ଯୋଗାଯୋଗ କରିବା ପାଇଁ କହିଥିଲେ |

{"id":104378}

ଏହାପରେ ସେ ସୁଗ୍ରୀବ ଦୁର୍ଗକୁ ଯାଇଥିଲେ | ସେଠାରେ ସେ ଦିବଂଗତ ସୁଗ୍ରୀବ କିଳାଧିଶ ସ୍ୱାମୀ ପୁରୁଷୋତ୍ତମ ଆଚାର୍ଯ୍ୟଙ୍କୁ ଶ୍ରାଦ୍ଧଞ୍ଜଳି ଦେଇଛନ୍ତି | ଏହାପରେ ଯୋଗୀଙ୍କ ରାଲି ହନୁମାନଗଡିରେ ପହଞ୍ଚିଥିଲା | ସେଠାରେ ସେ ହନୁମାନ ଚାଳିଶା ପଢିବା ସହ ସାଧୁ ସନ୍ଥଙ୍କ ସହ ସାକ୍ଷାତ କରିଥିଲେ | ଏହାପରେ ଯୋଗୀ ଶ୍ରୀରାମଙ୍କ ଦର୍ଶନ କରି ସରଜୁ ପୂଜା କରିଥିଲେ |

{"id":104375}


ସୂଚନାଯୋଗ୍ୟ ଯେ, ମିରଠ ରାଲିରେ ଯୋଗୀ କହିଥିଲେ ଯେ, ସପା-ବସପା ମେଣ୍ଟକୁ ଅଲ୍ଲୀଙ୍କ ଉପରେ ଭରସା ଅଛି | କିନ୍ତୁ ଆମକୁ ହନୁମାନଙ୍କ ଉପରେ ଭରସା ଅଛି | ଏହି ମନ୍ତବ୍ୟ ପରେ ନିର୍ବାଚନ ଆୟୋଗ ଯୋଗୀଙ୍କ ପ୍ରଚାର ୭୨ ଘଣ୍ଟା ପାଇଁ ବନ୍ଦ କରିଦେଇଥିଲେ | ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ଯୋଗୀ କେଉଁଠାରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦେଶ ଦେଇଥିଲେ | ଏହି ସମୟରେ କାର୍ଯ୍ୟକ୍ରମ ନିରସ୍ତ ହେବାପରେ ଯୋଗୀ ମଙ୍ଗଳବାର ଦିନ ଲକ୍ଷ୍ନୌରେ ହନୁମାନଙ୍କ ମନ୍ଦିରରେ ଦର୍ଶନ କରି ପୂଜାର୍ଚ୍ଚନା କରି କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଛନ୍ତି |

{"id":104376}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.