ନେଇସାରିଲେଣି ୫ଟି ଡୋଜ, ଆଗକୁ ୬ ପାଇଁ ସରିଛି ବୁକିଂ: ବିଜେପି ନେତାଙ୍କ ଟିକା ପ୍ରମାଣପତ୍ର ନେଇ ହଇଚଇ

Published By : Prameya-News7 Bureau | September 20, 2021 IST

ମେରଟ ୨୦/୦୯: ଉତ୍ତରପ୍ରଦେଶରେ ବିଜେପି ନେତାଙ୍କ ଟିକାକରଣକୁ ନେଇ ବୋବାଲ୍ । ଜଣେ ଦୁଇ ଡୋଜ୍ ଟିକା ନେବାର ଦେଖାଇଛି । କିନ୍ତୁ ଅଧିକ ସଂଖ୍ୟାରେ ଟିକେ ନା କେବେ କେହି ନେଇଥିଲେ ନେଁ କେହି ଶୁଣିଥିବେ । କିନ୍ତୁ ଏକଥା ସତ୍ୟ ଯେ, ଜଣେ ବିଜେପି ନେତା ୫ ଥର ଟିକା ନେବା ପରେ ୬ ଥର ପାଇଁ ବୁକିଂ କରିଛନ୍ତି । ଏହି ଟିକା ପ୍ରମାଣପତ୍ର ଅନୁଯାୟୀ ବିଜେପି ନେତାଙ୍କୁ ୫ ଡୋଜ ଟିକା ମିଳିଛି ।

ଷଷ୍ଠ ପାଇଁ କାର୍ଯ୍ୟସୂଚୀ ବୁକ୍ ହୋଇଛି । ତେବେ ଏହି ଘଟଣା ଜଣାପଡିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଆଉ ଯାଞ୍ଚରୁ ଜଣାପଡିଥିଲା କି, ପ୍ରମାଣପତ୍ରରେ ଦିଆଯାଇଥିବା ସୂଚନା ଭୁଲ । ଏହି ମାମଲାରେ କିଛି ଷଡଯନ୍ତ୍ର ଅଛି ବୋଲି ଜଣାପଡୁଛି । ଉତ୍ତରପ୍ରଦେଶର ମେରଟରୁ ଏମିତି ଏକ ମାମଲା ସାମ୍‌ନାକୁ ଆସିଛି । ମେରଟର ସେହି ନେତା ହେଉଛନ୍ତି ରାମ ପାଲ ସିଂ ।

ଯିଏକି ସର୍ଦ୍ଦାର ବୁଥ ନମ୍ବର ୭୯ର ବିଜେପି ସଭାପତି । ସେ ହିନ୍ଦୁ ଯୁବା ବାହିନୀର ନେତା ମଧ୍ୟ ଅଟନ୍ତି । ଏହି ନେତାଙ୍କ ସାର୍ଟିଫିକେଟ୍ ରେ ଦେଖିବାକୁ ମିଳିଛି ଯେ ତାଙ୍କୁ ୫ଟି ଡୋଜ୍ କରୋନା ଟିକା ଦିଆଯାଇଛି । ଷଷ୍ଠ ଡୋଜ ପାଇଁ ସ୍ଲଟ୍ ଧାର୍ଯ୍ୟ ହୋଇଛି । ସେ ତାଙ୍କର ଟିକା ପ୍ରମାଣପତ୍ର ଡାଉନଲୋଡ୍ କରିବା ପରେ ସମସ୍ଥିତ ତଥ୍ୟ ସାମ୍ନାକୁ ଆସିଥିଲା । ସ୍ୱାସ୍ଥ୍ୟ ବିଭାଗରେ ଅବହେଳା ଅଭିଯୋଗ କରି ସେ ଏକ ମାମଲା ଦାୟର କରିଛନ୍ତି ।

ଏଥି ସହିତ ଏହି ଘଟଣାରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଥାଉକି, ମାର୍ଚ୍ଚ ୧୬ରେ ସେ ତାଙ୍କର ପ୍ରଥମ ଡୋଜ ଏବଂ ଦ୍ୱିତୀୟ ମେ ୮ ରେ ନେଇଥିଲେ ବୋଲି ସେ କହିଛନ୍ତି । ସାର୍ଟିପିକେଟ ଡାଉନଲୋଡ କରିବା ପରେ ଜଣାପଡିଥିଲା କି ସେ ୫ଟି ଡୋଜର ଟିକା ନେଇସାରିଲଣି । ଏବେ ଷଷ୍ଠ ଡୋଜ୍ ଟିକା ନେବା ପାଇଁ ବୁକିଂ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.