କରୋନାରେ କ୍ୟାବିନେଟ୍ ମନ୍ତ୍ରୀ କମଲ ବରୁଣଙ୍କ ପରଲୋକ

Published By : Prameya-News7 Bureau | August 02, 2020 IST

ଲକ୍ଷ୍ନୌ ୨।୮: ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ କମଲ ରାନୀ ବରୁଣଙ୍କ ଦେହାନ୍ତ ହୋଇଛି । ସେ ୟୁପି ବିଧାନସଭାର ସଦସ୍ୟ ଥିଲେ । ଏହାପୂର୍ବରୁ ସେ ସାଂସଦ ମଧ୍ୟ ରହିଥିଲେ । କମଲ ରାନୀ ବରୁଣ ୟୁପି ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ । କମଲ ବରୁଣ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ଲକ୍ଷ୍ନୌର PGIରେ ଚିକିତ୍ସିତ ହେଉଥିଲେ ।

କମଲ ରାନୀ ବରୁଣ ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । କମଲଙ୍କ କରୋନାରେ ଦେହାନ୍ତ ହୋଇଛି । ସେ ୧୮ ଜୁଲାଇରେ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ତାଙ୍କୁ ଲକ୍ଷ୍ନୌ PGIରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ରବିବାର ତାଙ୍କର ମୃତ୍ୟୁ ହୋଇଛି ।

କମଲ ବରୁଣ ୩ ମେ’ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ । ଗତ ମାସରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.