Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

କରୋନା ସଂକ୍ରମିତ ହୋଇ ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଲରାଣୀ ବରୁଣଙ୍କ ପରଲୋକ, ମୃତ୍ୟୁର କିଛି ସମୟ ଆଗରୁ ସୋସିଆଲ ମିଡିଆରେ ଥିଲେ ସକ୍ରିୟ

2/08/2020 at 4:16 PM

ଲକ୍ଷ୍ନୌ, ୦୨|୦୮: ଉତ୍ତର ପ୍ରଦେଶରେ ଜାରି ରହିଥିବା କରୋନା ଆତଙ୍କ ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ କମଲ ରାଣୀ ବରୁଣଙ୍କର ଦେହାନ୍ତ ହୋଇଯାଇଛି । ସେ ଯୋଗୀ ଆଦିତ୍ୟନାଥ ସରକାରରେ ପ୍ରଯୁକ୍ତିବିଦ୍ୟା ଶିକ୍ଷାମନ୍ତ୍ରୀ ରହିଥିଲେ । ତାଙ୍କ ନିଧନରେ ରାଜ୍ୟରେ ରବିବାର ରାଜକୀୟ ଶୋକ ପାଳନ କରାଯାଉଛି ।

କମଲ ରାଣୀ କରୋନାରେ ସଂକ୍ରମିତ ଥିଲେ । ଲକ୍ଷ୍ନୌର ପିଜିଆଇରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ସେ ଗତ ୧୮ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ପରେ ତାଙ୍କୁ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ମୃତ୍ୟୁ ପୂର୍ବରୁ ସେ ଲଗାତାର ଭାବେ ସୋସିଆଲ ମିଡିଆରେ ସକ୍ରିୟ ରହିଥିଲେ ।  ନିଧନର କିଛି ମିନିଟ୍ ପୂର୍ବରୁ ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏପରିକି ଶନିବାର ସେ ଅନେକ ଟ୍ୱିଟକୁ ରିଟ୍ୱିଟ୍ କରିଥିଲେ ।

ଗତବର୍ଷ ଅଗଷ୍ଟ ୨୧ ତାରିଖରେ କମଳରାଣୀ ବରୁଣ ପ୍ରଯୁକ୍ତିବିଦ୍ୟା ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେ ଘାଟମପୁର ଅଞ୍ଚଳରୁ ବିଜେପିର ବିଧାୟକ ହେବା ସହ ଦଳକୁ ମଜବୁତ କରିବା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

   Related Posts