Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଯୁବକ ଚଳାଇଛି ଅଶ୍ଳୀଳ ଭିଡିଓ କଲିଙ୍ଗ ଆପ୍ : ଫସିଛନ୍ତି ଅନେକ ଯୁବତୀ, ପୋଲିସ କରୁନି କାର୍ଯ୍ୟାନୁଷ୍ଠାନ

2/09/2019 at 4:39 PM

ଲକ୍ଷ୍ନୌ ୨/୯: ଜଣେ ଯୁବକଙ୍କ ମାୟାଜାଲରେ ଦୁଇ ଡଜନରୁ ଅଧିକ ଯୁବତୀ ଫସିଯାଇଛନ୍ତି। ଯୁବକଙ୍କ ଲିଭ ୟୁ ନାମକ ଏକ ଆପ୍ ରହିଛି। ଏହି ଆପରେ ଅଶ୍ଳୀଳ ଭିଡିଓ ଚାଟିଂ ହୋଇଥାଏ। ଗତ ଶନିବାର ଜଣେ ପୀଡ଼ିତା ସାହସ ଦେଖାଇ ଏସଏସପି କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଥିଲେ। ଏସଏସପିଙ୍କ ଅନୁପସ୍ଥିତିରେ ଡେ ଅଫିସର ତାଙ୍କ କଥା ଶୁଣିଥିଲେ।

ଘଟଣାଟି ଘଟିଛି ଉତ୍ତରପ୍ରଦେଶର ତାଜନଗରୀ ଅଞ୍ଚଳରେ। ପୀଡ଼ିତା ଜଣକ ଜଗଦୀଶପୁରା ଅଞ୍ଚଳର ବାସିନ୍ଦା। ସେ ଜଣେ ଯୁବକ ବିରୋଧରେ ଅଭିଯୋଗ କରିଛନ୍ତି ଯିଏ ତାଜନଗରୀରେ ହଇଚଇ ସୃଷ୍ଟି କରିଛି। ଏହି ଯୁବକ ଜଣକ ଅଶ୍ଳୀଳ ଭିଡିଓ ଆପ୍ ଚଳାଇଛି। ଦୁଇ ଡଜନରୁ ଅଧିକ ଯୁବତୀ ଏହି ଜାଲରେ ଫସିଛନ୍ତି। ଏହି ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ନାଁରେ ଯୁବକ ଜଣକ ଫସାଇଥିଲା। ପୀଡ଼ିତା ଜଣକ ଯୁବକକୁ ଚପଲରେ ସେକିଥିଲେ। ସେହି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ପୀଡ଼ିତା ଏସଏସପି କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲେ। ଏହା ପୂର୍ବରୁ ପୀଡ଼ିତା ଜଗଦୀଶପୁରା ଥାନାକୁ ମଧ୍ୟ ଅନେକ ଥର ଯାଇଥିଲେ। ସେଠାରେ କେହି ତାଙ୍କ କଥା ଶୁଣି ନଥିଲେ। ଏସଏସପି ଅଫିସରେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ।

ଗତକାଲି ସନ୍ଧ୍ୟାରେ ପୀଡ଼ିତା କହିଛନ୍ତି ଯେ ଏଯାଏଁ କୌଣସି ପୋଲିସ୍ କର୍ମଚାରୀ ତାଙ୍କ ସହ ଯୋଗାଯୋଗ କରି ନାହାନ୍ତି। ଏହି ମାମଲା ସାଇବର କ୍ରାଇମ୍ ସହ ଜଡ଼ିତ।

   Related Posts