ଉତ୍ତରପ୍ରଦେଶର ଦ୍ବାଦଶ ଟପ୍ପର ସୁନା ଝିଅ ତନୁ : ଲଣ୍ଠନ ଆଲୁଅରେ ପାଠ ପଢ଼େ,୭ କିଲୋମିଟର ଚାଲି ଚାଲି ଯାଏ ସ୍କୁଲ୍

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩/୬: ସଫଳତା ତାଙ୍କୁ ମିଳିଥାଏ,ଯେଉଁମାନଙ୍କ ସ୍ବପ୍ନରେ ଜୋଶ ଥାଏ।ନିଷ୍ଠା ଓ ପରିଶ୍ରମ ବଳରେ ସବୁ କିଛି ହାସଲ କରି ହୋଇଥାଏ। ବାଗପତର ତନୁ ତୋମର ନାମ୍ନୀ ବାଳିକା ତାଙ୍କ ପରିଶ୍ରମ ଏବଂ ଅଦମ୍ୟ ତଥା ଦୃଢ଼ ନିଷ୍ଠା ବଳରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଗହମ କ୍ଷେତରେ ବାପାଙ୍କୁ ସାହାଯ୍ୟ କରୁଥିବା ପଢ଼ିବା ପାଇଁ ୭କିଲୋମିଟର ଚାଲି ସ୍କୁଲକୁ ଯାଉଥିବା ତନୁ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୯ ୟୁପି ବୋର୍ଡ଼ ଦ୍ବାଦଶ ଶ୍ରେଣୀ ରେଜଲ୍ଟରେ ଟପ୍ କରିବା,ତନୁ ସବୁ କ୍ଷେତ୍ରରେ ନିଜ ପାରଦର୍ଶିତାରେ ସମସ୍ତଙ୍କୁ ଆଚମ୍ବିତ କରିଥିଲେ।

ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଫତେହପୁର ପୁଟ୍ଠି ଗାଁରେ ରହୁଥିବା ତନୁ ତୋମର ଗତ ବର୍ଷ ୟୁପି ବୋର୍ଡ଼ର ଦ୍ବାଦଶ ପରୀକ୍ଷାରେ ୯୭.୮୦ ପ୍ରତିଶତ ରଖି ଟପ୍ କରିଛନ୍ତି। କିନ୍ତୁ ତାଙ୍କ ସଫଳତା ଯେତିକି ବଡ଼ ତା’ଠାରୁ ବଡ଼ ତାଙ୍କ ସଂଘର୍ଷର ଯାତ୍ରା। ଆସନ୍ତୁ ଜାଣିବା ତନୁ ତୋମରଙ୍କ ବିଷୟରେ ଯିଏ ଗତ ବର୍ଷ ୟୁପି ବୋର୍ଡ଼ର ଦ୍ବାଦଶ ଶ୍ରେଣୀରେ ଟପ୍ କରି ରାଜ୍ୟବ୍ୟାପି ସଫଳତା ହାସଲ କରିଛନ୍ତି।

ଖାସ୍ କଥା ହେଉଛି ଏହା ଯେ ତନୁ ତୋମର ନିଜେ ଟପ୍ କରିଥିବା ଖବର ଜାଣିଥିଲେ। ସେତେବେଳେ ସେ କ୍ଷେତରେ ବାପାଙ୍କ ସହ ଗହମ କଟାରେ ସାହାଯ୍ୟ କରୁଥିଲେ। ରେଜଲ୍ଟ ବିଷୟରେ ଜାଣିବା ପରେ ତନୁ ଭାବୁକ ହୋଇଯାଇଥିଲେ ଏବଂ ତାଙ୍କ ଆଖିରୁ ଖୁସିର ଲୁହ ବୋହିଥିଲା। ଟପ୍ କରିବା ଟିପ୍ସ ବିଷୟରେ ତନୁ କହିଥିଲେ ଯେ ସବୁଠୁ ଅଧିକ ଜରୁରୀ ହେଉଛି ଶେଷ ନିଃଶ୍ବାସ ଯାଏଁ ଉଦ୍ୟମ କରିବା।

ତନୁ ତୋମରଙ୍କ ସମ୍ମୁଖରେ ଜୀବନ ଅନେକ ଚ୍ୟାଲେଞ୍ଜ ଆଣିଥିଲା,କିନ୍ତୁ ବାଗପତର ଏହି ଝିଅ କେବେ ହାର ମାନିନଥିଲେ। ଏପରିକି ସ୍କୁଲ ଯାଇ ପାଠ ପଢ଼ିବା ତନୁଙ୍କ ପାଇଁ ସହଜ ନଥିଲା। ତନୁଙ୍କ ଘରଠୁ ସ୍କୁଲ ୭କିଲୋମିଟର ଦୂରରେ ଥିଲା। ଏହି କାରଣରୁ ତାଙ୍କର ଅଧିକାଂଶ ସମୟ ସ୍କୁଲ ଯିବା ଆସିବା​ରେ ଚାଲି ଯାଉଥିଲା। ଏହା ସତ୍ବେ ସେ ପଢ଼ିବା ପାଇଁ ସମୟ ବାହାର କରୁଥିଲେ। ସେ ତାଙ୍କର ଏହି ସଫଳତାର ଶ୍ରେୟ ଅନୁଶାସନ ସହ ସମୟର ଠିକ୍ ଭାବେ ସଦୁପଯୋଗ କରିବାକୁ ଦେଇଥିଲେ।

ଗାଁରେ ବିଜୁଳି ସମସ୍ୟା ମଧ୍ୟ ଥିଲା। ତନୁ ତଥାପି ହାର ମାନିନଥିଲେ। ଲଣ୍ଠନ ସାହାଯ୍ୟରେ ତନୁ ପାଠ ପଢ଼ିଥିଲେ।

ୟୁପି ବୋର୍ଡ଼ ୨୦୧୯ର ଦ୍ବାଦଶ ଶ୍ରେଣୀର ଟପର ତନୁ ତୋମରଙ୍କ ସଫଳତା ଏଥିପାଇଁ ବଡ଼ ହୋଇଯାଇଥାଏ କାରଣ ସେ କୌଣସି ପ୍ରକାରର କୋଚିଂର ସହାୟତା ନେଇନଥିଲେ ଏବଂ ନିଜ ଉଦ୍ୟମରେ ପାଠ ପଢ଼ିଥିଲେ। ସେ ସ୍କୁଲରେ ଏକ୍ସଟ୍ରା କ୍ଲାସ୍ କରୁଥିଲେ। ତନୁଙ୍କ ଲକ୍ଷ୍ୟ ହେଉଛି ଡାକ୍ତର ହେବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.