Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁପିରେ ଯୋଗୀ ସିଏମ ହେବାରେ ବଢୁଛି ଦ୍ବାଦଶ ଫେଲ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଏହା ହେଉଛି କାରଣ

28/04/2019 at 6:27 PM

ପ୍ରୟାଗରାଜ ୨୮।୪ :  ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଇଣ୍ଟରମିଡିଏଟ୍ ପରୀକ୍ଷାରେ ଫେଲ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ୨୦୧୯ ଦ୍ବାଦଶ ପରୀକ୍ଷାରେ ମୋଟ ୨୩ ଲକ୍ଷ ୫୨ ହଜାର ୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ୪୭ ହଜାର ୯୧୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଅର୍ଥାତ ପରୀକ୍ଷାରେ ୩୦ ପ୍ରତିଶତ ଛାତ୍ରଛତ୍ରୀ ଫେଲ ହୋଇଛନ୍ତି । ତେବେ ଏହା କେବଳ ଚଳିତ ବର୍ଷର ପରିଣାମ ନୁହେଁ । ରାଜ୍ୟରେ ଯେବେଠାରୁ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେଲେଣି ସେହି ବର୍ଷରୁ ଲଗାତାର ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଫେଲ ହେବା ହାର ବଢିବାର ଲାଗିଛି ।

ଯୋଗୀ ଆଦିତ୍ୟନାଥ ୨୦୧୫ ମସିହାରେ ରାଜ୍ୟର ଶାସନଡୋରୀ ସମ୍ଭାଳିଥିଲେ। ସେହି ବର୍ଷ ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଫେଲ ହାର ମାତ୍ର ୧୧.୧୭ ପ୍ରତିଶତ ଥିଲା। ତେବେ ତା ପରବର୍ଷ ଅର୍ଥାତ ୨୦୧୬ରେ ୧୨.୦୧,  ୨୦୧୭ରେ ୧୭.୩୮ ଓ ୨୦୧୮ରେ ଛାତ୍ରଛାତ୍ରୀଙ୍କ  ଫେଲ ହାର  ସର୍ବାଧିକ ୨୭.୫୭ ପ୍ରତିଶତରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ୩୦ ପ୍ରତିଶତରେ ପହଞ୍ଚିଛି ।

ତେବେ ଛାତ୍ରଛାତ୍ରୀଙ୍କ ବିଫଳତା ପାଇଁ ଶିକ୍ଷାଦାନ ବ୍ୟବସ୍ଥାରେ ସରକାରଙ୍କ ଆଡୁ କୌଣସି ତ୍ରୁଟି ନଥିବା ବେଳେ ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କ ଫେଲ ହେବାର କାରଣ କଣ ହୋଇପାରେ। ବାସ୍ତବ କଥା ହେଲା ବୋର୍ଡ ପରୀକ୍ଷାରେ କପି ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ଯୋଗୁ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉତୀର୍ଣ୍ଣ ହାର ନିୟମିତ ହ୍ରାସ ହେଉଛି । ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିନୟକୁମାର ପାଣ୍ଡେୟଙ୍କ ଅନୁସାରେ ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି ମୂଲ୍ୟାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ କଠୋର ଅବଲମ୍ବନ ଯୋଗୁ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେବା କଷ୍ଟକର ହୋଇପଡୁଛି । ବିନା ଅଧ୍ୟାବସାୟରେ ପରୀକ୍ଷା ଦେବାକୁ ଆସି ଛାତ୍ରଛାତ୍ରୀ ନିରାଶ ହେଉଛନ୍ତି ।

   Related Posts