ଅଷ୍ଟମ ଫେଲ୍ ହେବା ପରେ ହେଲେନାହିଁ ନିରାଶ : ଜିଦ୍ କଲା ତାଙ୍କୁ କୋଟି କୋଟି ଟଙ୍କାର ମାଲିକ

Published By : Prameya-News7 Bureau | April 27, 2019 IST

ନୂଆଦିଲ୍ଲୀ ୨୭/୪: ଯଦି ସ୍କୁଲରେ ପଢ଼ୁଥିବା ସମୟରେ ଭଲ ନମ୍ବର ରହୁନାହିଁ କିମ୍ବା କିମ୍ବା ଫେଲ୍ ହୋଇଯାଉଛନ୍ତି ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ କିଛି କରିବାର ଆଶା ଆପଣଙ୍କୁ କୈାଣସି ସଫଳତା ପାଇବା ଦିଗରେ ରୋକିନଥାଏ। ଠିକ୍ ଏପରି କିଛି ତ୍ରିଶନିତ ଅରୋରା କରି ଦେଖାଇଛନ୍ତି।

{"id":108000,"width":594,"height":515}

କମ୍ପ୍ୟୁଟରରେ ଅତ୍ୟନ୍ତ ଆଗ୍ରହ ଥିବାରୁ ସେ ପଢ଼ୁଥିବା ସମୟରେ ପରୀକ୍ଷାରେ ଫେଲ୍ ହୋଇଯାଇଥି​‌ଲେ। ଏଥିରେ ପରିବାର ଲୋକେ ଅସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ସେ କିଛି ଅଲଗା କରିବାକୁ ଇଚ୍ଛା କରିଥିଲେ। ଏହି ଇଚ୍ଛା ତାଙ୍କୁ କେବଳ ୨୨ବର୍ଷ ବୟସରେ କୋଟିକୋଟି ଟଙ୍କା ମୂଲ୍ୟର କମ୍ପାନୀର ମାଲିକରେ ପରିଣତ କରିଛି।

{"id":107991,"width":596,"height":447}

ତ୍ରିଶନିତ ଅରୋରା ଟ୍ୟାକ୍ ସିକ୍ୟୁରିଟି ନାମକ ଏକ କମ୍ପାନୀର ସିଇଓ ଅଛନ୍ତି। ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଯିବାଠୁ ଆରମ୍ଭ କରି ନିଜର କମ୍ପାନୀକୁ ସ୍ଥାପିତ କରିବା ଭଳି ତ୍ରିଶନିତଙ୍କ ଏହି କାହାଣୀ ଅତ୍ୟନ୍ତ ଚମତ୍କାର ଅଟେ। ତ୍ରିଶନିତ ଅରୋରା ସୋଶିଆଲ ମିଡିଆ ପେଜ ‘ହ୍ୟୁମାନସ୍ ଅଫ ବମ୍ବେ’ରେ ନିଜ କାହାଣୀ ପ୍ରକାଶ କରିଛନ୍ତି।

{"id":107993,"width":595,"height":396}

ସେ ଲେଖିଛନ୍ତି ଯେ ସେ ଦିନରାତି କମ୍ପ୍ୟୁଟରରେ ଭିଡିଓ ଗେମ୍ ଖେଳୁଥିଲେ। ତ୍ରିଶନିତଙ୍କ କହିବାନୁସାରେ ତାଙ୍କର କମ୍ପ୍ୟୁଟର ପ୍ରତି ଅନେକ ଦୁର୍ବଳତା ଥିଲା। ସେ ଇତିହାସ ଏବଂ ଭୂଗୋଳ ଜମା ବୁଝିପାରୁନଥିଲେ କିନ୍ତୁ କମ୍ପ୍ୟୁଟରକୁ ସେ ଭଲଭାବେ ବୁଝିପାରୁଥିଲେ। ଯେତେବେଳେ ତାଙ୍କ ଘରେ ପ୍ରଥମେ କମ୍ପ୍ୟୁଟର ଆସିଥିଲା ସେ ସେଥିରେ ଦିନରାତି ଭିଡିଓ ଗେମ୍ ଖେଳୁଥିଲେ।

{"id":107994,"width":595,"height":516}

ତାଙ୍କ କାର୍ଯ୍ୟକଳାପ ମାଆ ବାପାଙ୍କୁ ବିଲକୁଲ ପସନ୍ଦ ନଥିଲା। ସେଥିପାଇଁ ତାଙ୍କ ବାପା କମ୍ପ୍ୟୁଟରରେ ପାସଓ୍ବାର୍ଡ଼ ଦେଇ ଦେଇଥିଲେ। କିନ୍ତୁ ତ୍ରିଶନିତ ପାସଓ୍ବାର୍ଡ଼ ମଧ୍ୟ କ୍ରାକ୍ କରି ଦେଇଥିଲେ। ଏହାପରେ ତାଙ୍କ ବାପା ତାଙ୍କୁ ଗାଳି କରିନଥିଲେ ବରଂ ଆଉ ଏକ କମ୍ପ୍ୟୁଟର ଆଣି ଦେଇଥିଲେ। ଏହାପରେ ତ୍ରିଶନିତଙ୍କ ସାରା ଦିନ କମ୍ପ୍ୟୁଟର ସହ ବିତୁଥିଲା।

{"id":107996,"width":595,"height":254}

ତ୍ରିଶନିତ ଫେଲ୍ ହେବାପରେ ମାଆ ବାପା ତାଙ୍କୁ ଗାଳି ନଦେଇ ପଚାରିଥିଲେ ଯେ ସେ ଆଗକୁ କ’ଣ କରିବାକୁ ଚାହୁଁଛନ୍ତି। ତ୍ରିଶନିତ ବାପା ମାଆଙ୍କୁ ନିଜ ମନ କଥା କହିଥିଲେ। ସେ କହିଥିଲେ ଯେ ସେ କମ୍ପ୍ୟୁଟର ପଢ଼ିବାକୁ ଚାହୁଁଛନ୍ତି। ସେ ସ୍କୁଲ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ମାଆ ବାପା ପୂର୍ଣ୍ଣରୂପେ ସହଯୋଗ କରିଥିଲେ। ତ୍ରିଶନିତ ୧୯ବର୍ଷ ବୟସରେ କମ୍ପ୍ୟୁଟର ଏକ୍ସପର୍ଟ ହୋଇଯାଇଥିଲେ। ସେ କାମ ମଧ୍ୟ କରିବାକୁ ଲାଗିଲେ ଏବଂ ତାଙ୍କୁ ପ୍ରଥମ ଚେକ୍ ୬୦ହଜାର ଟଙ୍କାର ମିଳିଥିଲା।

{"id":107997,"width":594,"height":334}

ବଡ଼ ବଡ଼ କମ୍ପାନୀ​‌ର ମାଲିକ ତ୍ରିଶନିତ ନିଜକୁ ଏଥିକାଲ୍ ହ୍ୟାକର କୁହନ୍ତି। ଏହାପରେ ତ୍ରିଶନିତ କାମ କରି ଯେତେ ଟଙ୍କା ପାଇଥିଲେ ତାହାକୁ ନିଜ କମ୍ପାନୀ ସ୍ଥାପନ କରିବାରେ ଖର୍ଚ୍ଚ କରି ଦେଇଥିଲେ। ସେ ଟ୍ୟାକ୍ ସିକ୍ୟୁରିଟି ନାମକ କମ୍ପାନୀ ସ୍ଥାପନ କରିଛନ୍ତି ଯାହାର ଆଜି ବଡ଼ ବଡ଼ ଗ୍ରାହକ ଅଛନ୍ତି।

{"id":107998,"width":594,"height":401}

ତ୍ରିଶନିତ ପଞ୍ଜାବ ପ୍ରଦେଶ ଏବଂ କ୍ରାଇମ୍ ବ୍ରାଞ୍ଚର ଆଇଟି ଆଡଭାଇଜର ଅଛନ୍ତି। ତ୍ରିଶନିତ ହ୍ୟାକିଙ୍ଗ୍ ଉପରେ ‘ହ୍ୟାକିଙ୍ଗ ଟକ୍ ଓ୍ବିଥ୍ ତ୍ରିଶନିତ ଅରୋରା’ ଏବଂ ‘ଦି ହ୍ୟାକିଙ୍ଗ ଏରା’ ଭଳି ବହି ମଧ୍ୟ ଲେଖିଛନ୍ତି।  ତାଙ୍କର ଭାରତରେ ୪ଟି ଏବଂ ଦୁବାଇରେ ଗୋଟିଏ ଅଫିସ ରହିଛି। ତ୍ରିଶନିତଙ୍କୁ ତାଙ୍କ ଉପଲବ୍ଧି ପାଇଁ ଅନେକ ପୁରସ୍କାର ମଧ୍ୟ ମିଳିସାରିଛି। ବଡ଼ ବଡ଼ ହସ୍ତୀମାନଙ୍କର ସହ ତାଙ୍କୁ ଦେଖାଯାଇଥାଏ।    

{"id":107999,"width":597,"height":400}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.