ଆସିଲା ଫୋନ୍: ତୁମେ ଫିଜିକ୍ସରେ ଫେଲ୍ ହୋଇଛ, ୫୦୦୦ ଟଙ୍କା ଦେଲେ ପାସ୍ କରି ଦେବି, ହ୍ଵାଟ୍ସଆପ୍‌ରେ ମାର୍କସିଟ୍ ପଠାଇ ଦେଲେ, ତା ପରେ…

Published By : Prameya-News7 Bureau | June 19, 2020 IST

ଲକ୍ଷ୍ନୌ ୧୯।୦୬: ୟୁପି ବୋର୍ଡର ଯୁକ୍ତ ୨ ପରୀକ୍ଷା ଦେଇ ପରିଣାମକୁ ଅପେକ୍ଷା କରିଥିବା ଜଣେ ଛାତ୍ରଙ୍କ ପାଖକୁ ଗୁରୁବାର ଏକ ଫୋନ କଲ୍ ଆସିଲା। ଫୋନ କରିଥିବା ବ୍ୟକ୍ତି କହିଲେ ଯେ, ତୁମେ ଫିଜିକ୍ସରେ ଫେଲ୍‌  ହୋଇଛ। ଟଙ୍କା ପଠାଅ ପାସ୍ କରି ଦେବି। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ୟୁପି ବୋର୍ଡର ପ୍ରୟାଗରାଜ କାର୍ଯ୍ୟାଳୟରୁ କଲ୍‌ କରିଥିବା କହିଥିଲା। ଛାତ୍ର ଜଣକ ଏହି କଥା ନିଜ ବାପାଙ୍କୁ କହି ଦେଲେ। ଏହା ପରେ ପିତା ନିଜାମାବାଦ ଥାନା ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।

ନିଜାମାବାଦ ଥାନା ଅନ୍ତର୍ଗତ ଗଉସପୁର ଘୁରୀ ଗାଁ ନିବାସୀ ଧୀରେନ୍ଦ୍ର କୁମାର ଫେବୃଆରୀରେ ଆୟୋଜିତ ୟୁପି ବୋର୍ଡ ପରୀକ୍ଷା ୨୦୨୦ରେ ଇଣ୍ଟରମିଡିଏଟ ଛାତ୍ର ଭାବେ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀ ଏବେ ଫଳାଫଳ ଅପେକ୍ଷାରେ ଅଛନ୍ତି। ଏହା ମଧ୍ୟରେ ଗୁରୁବାର ସକାଳ ୧୦ଟାରେ ଧୀରେନ୍ଦ୍ରଙ୍କ ମୋବାଇଲରେ ଏକ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ୟୁପି ବୋର୍ଡର ପ୍ରୟାଗରାଜ କାର୍ଯ୍ୟାଳୟର କର୍ମଚାରୀର ପରିଚୟ ଦେଇଥିଲା। ବ୍ୟକ୍ତି ଜଣଙ୍କ ଛାତ୍ରଙ୍କୁ ମୁଁ କମ୍ପ୍ୟୁଟରରେ ତୁମର ରେଜଲ୍ଟ ପ୍ରସ୍ତୁତ କରୁଛି। ତୁମେ ପଦାର୍ଥ ବିଜ୍ଞାନରେ ଫେଲ୍‌ ହୋଇଛ। ତୁମେ ଯଦି ପାସ୍ କରିବାକୁ ଚାହୁଁଛ ତେବେ ମୋର ବ୍ୟାଙ୍କ ଆକାଉଣ୍ଟରେ ପଇସା ପଠାଅ। ଏହା ପରେ ବ୍ୟକ୍ତିଜଣକ ନିଜର ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମେସେଜ୍ କରିଥିଲେ। ଧୀରେନ୍ଦ୍ର କୁମାରଙ୍କ ହ୍ଵାଟ୍ସଆପରେ ମାର୍କସିଟ୍‌ ପଠାଇ ବ୍ୟକ୍ତି ଜଣକ ଡିଲିଟ୍ କରି ଦେଇଥିଲେ।

ଫୋନ୍‌ରେ ଟଙ୍କା ମାଗିଥିବା ବ୍ୟକ୍ତି ଧମକ ଦେଇଛନ୍ତି ଯେ, ଯଦି ତୁମେ ଏହି କଥା ଆଉ କାହାକୁ କହିବେ ତେବେ ତୁମେ ତିନି ବର୍ଷ ପର୍ଯ୍ୟନ୍ତ ୟୁପି ବୋର୍ଡ ପରୀକ୍ଷା ଦେଇ ପାରିବ ନାହିଁ। ଏଥିରେ ଡରି ଧିରେନ୍ଦ୍ର ସବୁ କଥା ନିଜ ବାପାଙ୍କୁ କହି ଦେଲେ। ପିତା ଧିରେନ୍ଦ୍ରଙ୍କୁ ନେଇ ନିଜାମାବାଦ ଥାନା ପହଞ୍ଚିଲେ ଏବଂ ଉକ୍ତ ବ୍ୟକ୍ତି ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଅନଓ୍ଵର ଅଲୀ ଖାନ କହିଛନ୍ତି ଯେ, ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର ଜାରି କରାଯାଉଛି। ଶୀଘ୍ର ଏହି ଗ୍ୟାଙ୍ଗର ଖୁଲାସା କରାଯିବ। ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.