Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପ୍ରିୟଙ୍କା ଗାନ୍ଧୀଙ୍କ ଲକ୍ଷ୍ନୌ ଗସ୍ତ ଏକ ଡ୍ରାମା, ବିଜେପିର ବିଜୟ ସୁନିଶ୍ଚିତ: ସ୍ୱତନ୍ତ୍ର ଦେବ ସିଂହ

9/09/2021 at 3:14 PM

ଲକ୍ଷ୍ନୌ ୦୯/୦୯ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ମାହୋଲ ସରଗରମ ରହିଛି। ବିରୋଧୀ ନେତାଙ୍କ ମଧ୍ୟରେ ନିର୍ବାଚନୀ ଲଢେଇ ଜାରି ରହିଛି। ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କଂଗ୍ରେସ ମହାସଚିବ ଓ ରାଜ୍ୟ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ଲକ୍ଷ୍ନୌ ଗସ୍ତକୁ ସେ ଡ୍ରାମା ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଗାନ୍ଧୀ ସେପ୍ଟେମ୍ବର ୧୦ ରେ ଲକ୍ଷ୍ନୌ ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଅନେକ ବୈଠକ କରିବେ।

ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବେ ମନ୍ଦିର ଯାଉଛନ୍ତି। ନେହରୁ ରାମ ମନ୍ଦିରକୁ କଣ କହିଥିଲେ ସମସ୍ତେ ଜାଣିଛନ୍ତି। ଇନ୍ଦିରା ଗାନ୍ଧୀ ସନ୍ଥମାନଙ୍କ ଉପରକୁ ଗୁଳି ଚଲାଇବାକୁ ଆଦେଶ ଦେଇଥିଲେ। ସୋନିଆ କହିଥିଲେ ରାମସେତୁ ନାହିଁ। ସେ ଭଗବାନ ଶ୍ରୀରାମ ଅସ୍ବୀକାର କରିଥିଲେ। ଜନତା ପରିପକ୍ଵ, ଜନତା ଜାଣିଛନ୍ତି କିଏ ନେତୃତ୍ୱ ନେଇପାରିବ। ସମସ୍ତେ ସପା, ବସପା, କଂଗ୍ରେସର ସ୍ଥିତି ଓ ଗୁଣ୍ଡାଗର୍ଦି ଦେଖିଛନ୍ତି।

ବିଜେପି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି ଯେ ଏହା ପରିବାରବାଦର ନୁହେଁ, କାର୍ଯ୍ୟକର୍ତ୍ତା ଆଧାରିତ ଦଳ। ଗରିବ ଲୋକଙ୍କ ଯାଏଁ କୌଣସି ଯୋଜନାର ଲାଭ କିଭଳି ପହଞ୍ଚି ପାରିବ ସେନେଇ ଏଠାରେ ଆଲୋଚନା ହୁଏ। ସେ କହିଛନ୍ତି ୧୭ ତାରିଖରେ ମୋଦିଙ୍କ ଜନ୍ମଦିନ ଓ ୧୯ ତାରିଖରେ ସରକାର ଗଠନର ସାଢେ ୪ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ ବୈଠକରେ ଆଲୋଚନା ହେବ। ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ଦିଆଯିବାକୁ ନେଇ ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ନିର୍ବାଚନ ଲଢ଼ିବାର  କ୍ଷମତା ଅଛି। ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଜିତିବ ବୋଲି ସେ କହିଛନ୍ତି।

   Related Posts