ୟୁପିରେ କୋଭିଡ ପରିଚାଳନା ନେଇ ଯୋଗୀଙ୍କ ଉପରେ ବର୍ଷିଲେ ନିଜ ଦଳର ବିଧାୟକ, କହିଲେ ମୁହଁ ଖୋଲିଲେ ରୁଜୁ ହେବ ରାଜଦ୍ରୋହ ମାମଲା

Published By : Prameya-News7 Bureau | May 18, 2021 IST

ସୀତାପୁର ୧୮।୫: କୋଭିଡ-୧୯ ଦ୍ୱିତୀୟ ଲହରର ପ୍ରକୋପ ସାରା ଦେଶରେ ଲାଗି ରହିଛି। ତେବେ ଦିଲ୍ଲୀକୁ ଲାଗି ରହିଥିବା ଉତ୍ତର ପ୍ରଦେଶରେ ପରିସ୍ଥିତି ଏବେବି ଅସମ୍ଭାଳ। ରାଜ୍ୟରେ ପରିସ୍ଥିତି ସ୍ୱଭାବିକ ହେଉଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହୁଛନ୍ତି। ହେଲେ ତ୍ରୁଟିପୂର୍ଣ୍ଣ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାରେ ଦଳୀୟ ବିଧାୟକ ମଧ୍ୟ ସନ୍ତୁଷ୍ଟ ନୁହନ୍ତି। ହେଲେ ଏନେଇ ସେମାନେ ଅଭିଯୋଗ ମଧ୍ୟ କରିପାରୁ ନାହାନ୍ତି। ଯଦି ମୁହଁ ଖୋଲିବେ ତେବେ ସେମାନଙ୍କ ବିରୋଧରେ ମଧ୍ୟ  ରାଜଦ୍ରୋହ ମାମଲା ରୁଜୁ ହୋଇପାରେ ବୋଲି  ଅଭିଯୋଗ କରିଛନ୍ତି।

ନିର୍ବାଚନମଣ୍ଡଳୀର କୋଭିଡ ପରିଚାଳନା ନେଇ ଜଣେ ଅସନ୍ତୁଷ୍ଟ ବିଧାୟ ହେଉଛନ୍ତି ବିଜେପି ବିଧାୟକ ରାକେଶ ରାଠୋର। ସେ ବିଜେପିର ସୀତାପୁର ବିଧାୟକ। ତାଙ୍କ ନିର୍ବାଚନମଣ୍ଡଳୀରେ କୋଭିଡ ପରିଚାଳନାରେ ଚରମ ଅବ୍ୟବସ୍ଥା ହେଉଥିବା କହିଛନ୍ତି। ହେଲେ କହିବେ କାହାକୁ ଶୁଣିବେ କିଏ ? ବୋଲି ପ୍ରଶ୍ନ କରିଛନ୍ତି। ପ୍ରସଙ୍ଗରେ ଯଦି କେହି କିଛି କହୁଛି ତା ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରି ଦିଆଯାଉଛି। ଏଥିରେସେ ବି ଯଦି କିଛି କହନ୍ତି ତାଙ୍କୁ ମଧ୍ୟ ସମାନ ଦୁର୍ଦ୍ଦଶା ଭୋଗିବାକୁ ପଡିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ତାଙ୍କ ପ୍ରଶାସନ ଭାରତୀୟ ଦଣ୍ଡିବିଧି ଆଇନର ଧାରା ୧୨୪-ଏକୁ ବିଶୃଙ୍ଖଳା ରୋକିବା ଲାଗି ଉପଯୋଗ କରୁଥିବା ସବୁବେଳେ କହୁଛନ୍ତି। ହେଲେଏପରି ପରିସ୍ଥିତିରେ ବିଧାୟକ ନିଜ କଥା କହିବାକୁ  ସ୍ୱାଧୀନ କି ବୋଲି ରାଠୋର ପ୍ରଶ୍ନ କରିଛନ୍ତି। ତେବେ ବିଧାୟକଙ୍କ ବୟାନ ଭିଡିଓ ଭାଇରାଲ ହେବା ପରେ ସେ ନିଜ ବୟାନରେ ଦୃଢ ରହିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କଠାରୁ ମୋର କିଛି ଅଧିକ ଦାବି ନାହିଁ। ସୀତାପୁରର ଜମିୟତପୁର ଅଞ୍ଚଳରେ ଏକ ଟ୍ରମା ସେଣ୍ଟର ମୋର ସାଧାରଣ ଦାବି। ହେଲେ ତାହାବି ଏପର୍ଯ୍ୟନ୍ତ ପୂରଣ ହେଉ ନାହିଁ। ଯଦି ଏତିକି କାମ ମୋ ଦ୍ୱାରା ହୋଇ ପାରୁନି ସ୍ୱାସ୍ଥ୍ୟ ସେବା ନେଇ ରାଜ୍ୟ ସରକାରଙ୍କଠାରୁ ଆଉ ଅଧିକ କଣ ଦାବି କରିବି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ସୀତାପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଆଦୌ ସନ୍ତୋଷଜନକ ନୁହେଁ। ଏଥି ପାଇଁ ଅନେକ ଥର ଲକ୍ଷ୍ନୌରେ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଭେଟିଛି। ହେଲେ କାହାରିଠାରୁ ସନ୍ତୋଷଜନକ ଜବାବ ପାଇ ନାହିଁ। ଏଣୁ ସେ ନିଜେ ଏବେ ତାଙ୍କ ଦଳ ବିରୋଧରେ ମୁହାଁ ଖୋଲିବାକୁ ବାଧ୍ୟ ହେଉଛନ୍ତି। ରାଠୋର ସୀତାପୁର ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ବିଜେପିରେ ଯୋଗ ଦେବା ପୂର୍ବରୁ ମାୟାବତୀଙ୍କ ବସପାରେଥିଲେ । ତେବେ ନିର୍ବାଚନ ବେଳେ ସ୍ୱାସ୍ଥ୍ୟ ସେବା ନେଇ ଲୋକଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ବିଜେପି ପୂରଣ କରିବାରେ ପଛଘୁଞ୍ଚା ଦେଉଛି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.