ବ୍ରେନ୍ ଷ୍ଟ୍ରୋକ ଯୋଗୁ ୟୁପିରେ ମରୁଛନ୍ତି ବାଦୁଡି: IVRI

Published By : Prameya-News7 Bureau | May 29, 2020 IST

ଲକ୍ଷ୍ନୌ ୨୯।୫: ଗତ କିଛି ଦିନ ହେଲା ପୂର୍ବ ଉତ୍ତରପ୍ରଦେଶରେ ବାଦୁଡିଙ୍କ ଅଶ୍ୱଭାବିକ ମୃତ୍ୟୁ ବଢିବଢି ଚାଲିଛି। ଦେଶରେ କରୋନା ଭାଇରସ ମହାମାରୀକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଘଟଣା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ତେବେ ଭାରତୀୟ ପଶୁ ଚିକିତ୍ସା ଗବେଷଣା ସଂସ୍ଥା (ଆଇଭିଆରଆଇ) ଯାଞ୍ଚ ପରେ ବାଦୁଡି  ବ୍ରେନ ଷ୍ଟ୍ରୋକ ଯୋଗୁ ପ୍ରାଣ ହରାଉଥିବା କୁହାଯାଇଛି। 

{"id":278017,"sizeSlug":"large"}

ଆଇଭିଆରଆଇ ନିର୍ଦ୍ଦେଶକ ଡା.ଆର.କେ. ସିଂହଙ୍କ କହିବା ଅନୁଯାୟୀ ମୃତ ବାଦୁଡିଙ୍କ ଠାରେ କରୋନା ଭାଇରସ ଅଥବା ରାବିଜର କୌଣସି ଲକ୍ଷଣ ମିଳିନାହିଁ। ଏଭଳି ପ୍ରାଣୀଙ୍କ ଶାରୀରିକ ପ୍ରତିରକ୍ଷା କ୍ଷମତା ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଖୁବ୍ ଅଧିକ। ଏଣୁ ଏମାନେ ସହଜରେ ସଂକ୍ରମଣର ଶିକାର ହୋଇନଥାନ୍ତି। ତେବେ ଏମାନଙ୍କ ଠାରୁ ଭୂତାଣୁ କିନ୍ତୁ  ବ୍ୟାପିଥାଏ। ଏଣୁ ହୁଏତ ବାଦୁଡି ବ୍ରେନ ଷ୍ଟ୍ରୋକରେ ପ୍ରାଣ ହରାଇଥାଇପାରନ୍ତି ବୋଲି ଡା. ସିଂହ ଆଶଙ୍କା ପ୍ରକାଶ କରିଛନ୍ତି। ବାଦୁଡିଙ୍କ ଶବ ପୋଷ୍ଟମର୍ଟମ ଲାଗି ପଠାଯାଇଛି। ରିପୋର୍ଟ ଆସିବା ପରେ ସନ୍ଦେହ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି।

{"id":278018,"sizeSlug":"large"}

ସୂଚନା ଯୋଗ୍ୟ ଯେ ଗତ ମେ ୨୬ ତାରିଖ ଦିନ ଉତ୍ତରପ୍ରଦେଶ ଗୋରଖପୁରର ଏକ ଆମ୍ବ ବଗିଚାରେ ଗୋଟିଏ ଦିନରେ ଏକକାଳୀନ ୫୨ଟି ବାଦୁଡି ମରିପଡିଥିବାର ଦେଖାଯାଇଥିଲା। ଏହି ଘଟଣା ପରେ ବଲିଆ ଜିଲ୍ଲାରେ ମଧ୍ୟ ବାଦୁଡିଙ୍କ ମୃତ୍ୟୁ ହେଉଥିବାର ଖବର ମିଳିବାରେ ଲାଗିଛି। ତେବେ ଗୋରଖପୁରରେ ବାଦୁଡିଙ୍କ ଏପରି ମୃତ୍ୟୁର ପୂର୍ବଦିନ ସେଠାକାର ଦିନର ତାପମାତ୍ରା ୪୪ ଡିଗ୍ରି ଥିବାର ଡା.ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.