ଉତ୍ତରପ୍ରଦେଶର ବାର କାଉନସିଲର ଅଧ୍ୟକ୍ଷ ଦରବେଶ ଯାଦବଙ୍କୁ ଗୁଳି ମାରି ହତ୍ୟା : ଆକ୍ରମଣକାରୀ ମଧ୍ୟ ନିଜକୁ କଲା ଗୁଳି

Published By : Prameya-News7 Bureau | June 12, 2019 IST

ଆଗ୍ରା ୧୨/୬: ଉତ୍ତରପ୍ରଦେଶର ବାର କାଉନସିଲର ଅଧ୍ୟକ୍ଷ ଦରବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିୟୁ ଆଗ୍ରା ସ୍ଥିତ ଦିବାନୀ ପରିସରରେ ଆକ୍ରମଣକାରୀ ତାଙ୍କୁ ୩ରାଉଣ୍ଡ ଗୁଳି ମାରିଛନ୍ତି।

ଆଗ୍ରାର ଓକିଲ ଦରବେଶ ସିଂହ ୟୁପି ବାର କାଉନସିଲର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ସେ ଗତ ବୁଧବାର ଆଗ୍ରା ପହଞ୍ଚିଥିଲେ। ଆଗ୍ରାର ଦିଓ୍ବାନୀ ପରିସରରେ ତାଙ୍କର ସ୍ବାଗତ କାର୍ଯ୍ୟକ୍ରମ ଚାଲିଥିଲା।

ଦରବେଶ ଯାଦବ ବରିଷ୍ଠ ଓକିଲ ଅରବିନ୍ଦ କୁମାର ମିଶ୍ରାଙ୍କ ଚ୍ୟାମ୍ବରରେ ବସିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ଓକିଲ ମନୀଷ ଶର୍ମା ୟୁପି ବାର କାଉନସିଲର ଅଧ୍ୟକ୍ଷ ଦରବେଶ ସିଂହଙ୍କ ପାଖରେ ପହଞ୍ଚିଥିଲେ। ସେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଫାୟାରିଙ୍ଗ କରିଥିଲେ,ଦରବେଶ ସେଠାରେ ଟଳି ପଡ଼ିଥିଲେ। ଏହାପରେ ଓକିଲ ମନୀଷ ଶର୍ମା ନିଜ ଉପରକୁ ଗୁଳି ଚଳାଇଥିଲେ।

ଦରବେଶ ଯାଦବଙ୍କୁ ଗୁରୁତର ଅବସ୍ଥାରେ ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଆକ୍ରମଣର ଅଭିଯୁକ୍ତ ମନୀଷ ଶର୍ମା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.