Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମୋଦିଙ୍କ ଗସ୍ତ ସହ ଉତ୍ତରପ୍ରଦେଶରେ ବାଜିଲା ନିର୍ବାଚନ ବିଗୁଲ,ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବେ ପ୍ରିୟଙ୍କା, ସପା ଓ ବସପା ମଧ୍ୟ ସକ୍ରିୟ

15/07/2021 at 5:06 PM

ଲକ୍ଷ୍ନୌ ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ମସା ପରେ ଗୁରୁବାର ତାଙ୍କ ନିର୍ବାଚନମଣ୍ଡଳି କାଶୀ ଗସ୍ତ କରିଛନ୍ତି। ଏହି ଅବସରରେ ବିଶ୍ୱନାଥଙ୍କ ଦର୍ଶନ ସହ ମୋଦି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଗୁଲ ଫୁଙ୍କିଛନ୍ତି। ଆଗାମୀ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏଣୁ ରାଜ୍ୟରେ ବିକାଶ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ବିଜେପିର ନିର୍ବାଚନ ରଣନୀତି ବୋଲି ଜଣାପଡିଗଲାଣି। 

ଏହି କ୍ରମରେ ମୋଦି କାଶୀରେ ଯୋଗୀ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିବା ବେଳେ ରାଜ୍ୟରେ ମୁଖ୍ୟ ବିପକ୍ଷ ଉପରେ ବର୍ଷିଛନ୍ତି। ଏହି କାର୍ଯ୍ୟକ୍ରମ ପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଜୁଲାଇ ୧୬ ତାରିଖରେ ଉତ୍ତରପ୍ରଦେଶ ପହଞ୍ଚୁଥିବା ବେଳେ ସମାଜବାଦୀ ପାର୍ଟି (ସପା) ନିର୍ବାଚନ ଲାଗି ମୋର୍ଚ୍ଚା ଖୋଲିସାରିଲାଣି।  ସେପଟେ ବହୁଜନ ସମାଜପାର୍ଟି (ବସପା) ନିର୍ବାଚନକୁ ଆଖି ଆଗରେ ରଖି ବୈଠକ ପରେ ବୈଠକ କରିବାରେ ଲୋଗିଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ମାସ ବାକି। ଏହି ସମୟକୁ ରାଜ୍ୟରେ ଦଳର ସ୍ଥିତି ମଜଭୁତ କରିବା ଲାଗି ବିଜେପି ଉଦ୍ୟମ କରିବ। ଏଥିଲାଗି ଦଳ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରି ରଖିଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ନିୟମିତ ଉତ୍ତରପ୍ରଦେଶ ଗସ୍ତ ସୂଚୀ ଦଳ ପ୍ରସ୍ତୁତି ସରିଥିବା ବେଳେ ଅମିତ ଶାହ ଓ ଜେ.ପି. ନଡ୍ଡା ମଧ୍ୟ ତାଙ୍କ ଗସ୍ତରେ ସାମିଲ ହେବେ ବୋଲି ଜଣାପଡିଛି। ରାଜ୍ୟର ବଡବଡ଼ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ ଲାଗି ରାଜ୍ୟ ଦଳ ଯୋଜନାର ଲମ୍ବା ତାଲିକା ତିଆରି ଥିବା ବେଳେ ନିର୍ବାଚନ ପ୍ରଚାର ଲାଗି ମଧ୍ୟ ମଞ୍ଚ ପ୍ରସ୍ତୁତ କରିବ।

ତେବେ ରାଜ୍ୟରେ ମୁଖ୍ୟବିରୋଧୀ ଦଳ ସପା ପୁଣି କ୍ଷମତାକୁ ଫେରିବା ଲାଗି ଆନ୍ଦୋଳନକୁ ନିର୍ବାଚନ ପ୍ରଚାରର ମାଧ୍ୟମ କରିବ ବୋଲି ଜଣାପଡିଛି। ରାଜ୍ୟରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି, ପଞ୍ଚାୟତ ନିର୍ବାଚନ ଅନିୟମିତତା, ନାରି ନିର୍ଯାତନା, ପ୍ରଶାସନିକ ସ୍ଥାଣୁତା ଓ ପୋଲିସ ବର୍ବରତାକୁ ପ୍ରସଙ୍ଗ କରିବ ବୋଲି ଜଣାପଡିଛି। ଏଥିଲାଗି ଦୀର୍ଘ ବର୍ଷରୁ ଅଚଳ ହୋଇ ରହିଥିବା ସମାଜବାଦୀ ପାର୍ଟିର ଯୁବ ଓ ଛାତ୍ର ଶାଖାକୁ ଇତିମଧ୍ୟରେ ଅଖିଳେଶ ଯାଦବ ସକ୍ରିୟ କରିଦେଇଛନ୍ତି। ଏଣୁ ନିର୍ବାଚନରେ ସରକାରଙ୍କୁ ପୂର୍ଣ୍ଣ ସାମର୍ଥ୍ୟର ସହ ଘେରିବାକୁ ସପା ଯୋଜନା ଚୂଡାନ୍ତ କରିଛି।

ସେପଟେ କଂଗ୍ରେସ ଏଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରିୟଙ୍କା ଭଦ୍ରାଙ୍କ ନେତୃତ୍ୱରେ ଲଢିବା ଲାଗି ମନସ୍ତ କରିନେଇଛି। ଏଣୁ କଂଗ୍ରେସ ମଧ୍ୟ ତୈଳଦର ବୃଦ୍ଧି, ମୁଦ୍ରାସ୍ପିତି, ଅତ୍ୟାବଶକୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି, ଆଇନଶୃଙ୍ଖଳା ଓ କରୋନା ଭାଇରସ ମହାମାରୀ ଟିକାକରଣ ପ୍ରସଙ୍ଗରେ ଲକ୍ଷ୍ମୌରୁ ନିର୍ବାଚନ ବିଗୁଲ ଫୁଙ୍କିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥର ପ୍ରଥମରୁ ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ସଡ଼କକୁ ଓହ୍ଲାଇବାକୁ ଯୋଜନା କରିଛି। ଯାହା କେବଳ ରାଜ୍ୟ ନୁହେଁ ଦେଶରେ କଂଗ୍ରେସକୁ ନୂଆ ଉତ୍ସାହ ଦେବ ବୋଲି ନେତା ଓ କର୍ମୀମାନେ ଆଶାବାନ୍ଧିଛନ୍ତି।

   Related Posts