Lock down ଭୟ: ମିଳୁନି ଟ୍ରେନ୍‌, ଅଟୋ ରିକ୍ସା ଓ ମୋଟର ସାଇକେଲରେ ଘରକୁ ଫେରୁଛନ୍ତି ହଜାର ହଜାର ପ୍ରବାସୀ

Published By : Prameya-News7 Bureau | April 11, 2021 IST

ଇନ୍ଦୋର ୧୧।୪: ମହାରାଷ୍ଟ୍ରରେ କରୋନା ଭାଇରସ ମହାମାରୀ ଏବେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ସଂକ୍ରମିତ ହେଉଛି। ଲକଡାଉନ ହିଁ ଶେଷ ବିକଳ୍ପ ହୋଇଥିବା ବେଳେ ଏ ନେଇ ସରକାର ବିଚାର କରୁଛନ୍ତି। ଯଦି ସରକାର ଏପରି କିଛି ନିଷ୍ପତ୍ତି ନିଅନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କୁ ବନ୍ଦରେ ଫଶି ରହିବାକୁ ପଡିବ। ଏଣୁ ଲୋକେ ଘରକୁ ଯିବା ଲାଗି ଅକଥନିୟ ଦୁର୍ଦ୍ଦଶାର ଶିକାର ହେଉଥିବା ଦେଖାଯାଉଛି।

ଟ୍ରେନରେ ଆଗାମୀ ଅନେକ ଦିନ ପର୍ଯନ୍ତ ଟିକେଟ୍ ରିଜର୍ଭ ହୋଇଯାଇଛି। ଏଥିରେ ବି ଯେଉଁମାନେ ଘରକୁ ଫେରିବାକୁ ମୁମ୍ବାଇର ବିଭିନ୍ନ ଷ୍ଟେସନରେ ପହଞ୍ଚୁଛନ୍ତି ଭୀଷଣ ଭୀଡରେ ପିଲାପରିବାର ସହ ଦୀର୍ଘପଥ ଯାତ୍ରା କଷ୍ଟକର ହୋଇପଡୁଛି। ଏଣୁ ଲୋକେ ଫେରିବା ଲାଗି ଏବେ ବମ୍ବେ-ଆଗ୍ରା ଜାତୀୟ ରାଜମାର୍ଗକୁ ଆପଣେଇଥିବା ବେଳେ ଯିଏ ଯେଉଁଥିରେ ପାରୁଛି ପଳାଉଥିବା ଦେଖାଯାଉଛି। ଏଥିରେ ଶହଶହ ସଂଖ୍ୟରେ ଲୋକେ ମୋଟରସାଇକେଲରୁ ଆରମ୍ଭ କରି ମିନିଟ୍ରକ ଓ ଅଟୋରିକ୍ସାରେ ଘରକୁ ଫେରୁଥିବାର ଦୃଶ୍ୟ ଗତବର୍ଷ କରୋନା ଲକଡାଉନ କାଳର ସ୍ମୃତିକୁ ତାଜା କରିଦେଇଛି। 

{"id":436786,"width":836,"height":657,"sizeSlug":"large","linkDestination":"none"}

ମଧ୍ୟପ୍ରଦେଶ ଦେଇ ଯାଉଥିବା ଜାତୀୟ ରାଜମାର୍ଗ ନମ୍ବର-୩ ଯୋଗେ ପ୍ରବାସୀ ବିହାର ଓ ଉତ୍ତରପ୍ରଦେଶ ମୁହାଁଇଛନ୍ତି।  ପ୍ରାୟ ବର୍ଷକ ପରେ ଜାତୀୟ ରାଜମାର୍ଗରେ ପୁଣି ଥରେ ଲୋକଙ୍କ ଭିଡ ଦେଖାଯାଇଛି। ଏଥିରେ ମୁମ୍ବାଇରୁ ନିଜ ଅଟୋରେ ଉତ୍ତରପ୍ରଦେଶ ବଲିଆ ବାହାରିଥିବା ୪୦ବର୍ଷିୟ ରାମଶରଣ ସିଂହ ଯେମିତି ବି ହେଉ ଯଥାଶୀଘ୍ର ଘରେ ପହଞ୍ଚିବାକୁ ଚାହୁଁଥିବା କହିଛନ୍ତି। ରାମଶରଣ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ମହାମାରୀ କଟକଣାରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିବାରୁ ଆୟର ସ୍ରୋତ ଠପ ହୋଇଯାଇଛି। ଏଣୁ ଗାଁରେ କିଛି କାମଧନ୍ଦା କରି ଅଥବା ଅଟୋ ଚଳାଇ ରୋଜଗାର କରିବେ ବୋଲି କହିଛନ୍ତି।

ପ୍ରବାସୀ ଶ୍ରମିକ ବିଭିନ୍ନ ଯାନବାହନରେ ରବିବାର ଇନ୍ଦୋର ବାଇପାସ୍‌ ଅତିକ୍ରମ କରୁଛି। ମଧ୍ୟପ୍ରଦେଶର ଇନ୍ଦୋର ସହର କରୋନାରେ ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟର ଆର୍ଥିକ ରାଜଧାନୀରେ ସପ୍ତାହନ୍ତ ଲଡାଉନ୍‌ କାଳରେ ପ୍ରବାସୀ ଶ୍ରମିକ ସହର ଅତିକ୍ରମ କରୁଛନ୍ତି। ତେବେ ଅନ୍ତରରାଜ୍ୟ ପରିବହନ ଉପରେ କଟକଣା ନଥିବାରୁ ପୋଲିସ କୌଣସି ସ୍ଥାନରେ ସେମାନଙ୍କୁ ଅଟକାଉ ନଥିବାରୁ ପଳାୟନ ସୁଗମ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.