Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

କଳଙ୍କିତ ବନ୍ଧୁତ୍ଵ: ବାର୍ଥ ଡେ ପାର୍ଟିରେ ସାଙ୍ଗକୁ ଡାକି ଆଣିଲା ଭଉଣୀ, ଭାଇ କଲା ବଳାତ୍କାର

21/06/2020 at 6:20 PM

ଆମ୍ବେଦକରନଗର ୨୧।୦୬: ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ଏକ ଅଭାବନୀୟ ଓ ଘୃଣିତ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ବିଶ୍ଵାସଘାତରେ ଭରା ଏକ ସାଙ୍ଗ ଝିଅର କାହାଣୀ ଯିଏ, ଦୋସ୍ତିକୁ କଳଙ୍କିତ କରି ଦେଇଛି। ଏଠାରେ ଭଉଣୀର ସାଙ୍ଗକୁ ଭାଇ ବଳାତ୍କାର କରିଛି। ଏହି ପୂରା ଘଟଣାରେ ଯୁବତୀ ନିଜ ଭାଇ ସହିତ ମିଶି ଯୋଜନା କରିଥିଲା। ଘଟଣା ପରେ ପୀଡିତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ମାନସିକ ସ୍ଥିତିକୁ ଦେଖି ଲକ୍ଷ୍ନୌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲରେ ଡାକ୍ତରୀ ଦଳ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିଛନ୍ତି। ଏହି ଘଟଣାରେ ପୋଲିସ୍ ଜଣେ ଯୁବତୀ ସମେତ ୨ ଜଣଙ୍କୁ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ଆମ୍ବେଦକରନଗରର ଜାହାଙ୍ଗୀର ଥାନା ଅନ୍ତର୍ଗତ ନୀଲକଣ୍ଠ ସରାୟ ଗାଁର। ଏଠାରେ ପୀଡିତାଙ୍କୁ ପଡୋଶୀରେ ରହୁଥିବା ନିଜର ଜଣେ ସାଙ୍ଗ ଯୁବତୀ ଜନ୍ମ ଦିନ ପାଳନ କରିବା କରି ଘରକୁ ଡାକି ନେଇଥିଲା। ପୂର୍ବରୁ ସେଠାରେ ଯୋଜନା ଅନୁରୂପ ପ୍ରସ୍ତୁତ ହୋଇ ରହିଥିବା ଯୁବତୀର ଭାଇ ପୀଡିତାଙ୍କୁ ବଳପୂର୍ବକ ବଳାତ୍କାର କରିଥିଲା। ବିରୋଧ କରିବାରୁ ମାଡ ମଧ୍ୟ ମାରିଥିଲା। କୌଣସିମତେ ନାବାଳିକ ଯୁବତୀ ନିଜ ଘରକୁ  ପହଞ୍ଚିବାରେ ସକ୍ଷମ ହୋଇଥିଲା।

ପରିଜନଙ୍କ ଅଭିଯୋଗ କ୍ରମେ ଜହାଙ୍ଗୀରଜଙ୍ଗ ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଯୁବତୀ ଓ ଦୁଇ ଯୁବକଙ୍କୁ ଗିରଫ କରିଛି। ପୀଡିତାଙ୍କୁ ମେଡିକାଲ ଓ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାତ୍ର ପୀଡିତାଙ୍କ ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତର ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ହଙ୍ଗାମା ବଢିବା ପରେ ଏଏସପିଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ  ପଡିଛି। ଅନ୍ୟପଟେ ପୋଲିସର କହିବା କଥା ଏହି ଘଟଣାରେ ଦୋଷୀମାନଙ୍କୁ ଛଡା ଯିବ ନାହିଁ।

ଘଟଣା ପରେ ପୀଡିତାଙ୍କ ଭାଇ କହିଛନ୍ତି ଆମେ ଗରିବ ଲୋକ। ମୋ ଭଉଣୀର ସାଙ୍ଗ ଘରକୁ ଆସି ତାକୁ ତାଙ୍କ ଘରକୁ ଡାକି ନେଇଥିଲା। ସେଠାରେ ଭଉଣୀକୁ ବଳାତ୍କାର କରାଗଲା। ସେଠାରୁ ଖସି ଆସି ଘରେ ପହଞ୍ଚିବା ପରେ  ଭଉଣୀ ଚିତ୍କାର କରିବା ସହିତ ଭୋ ଭୋ ହୋଇ କାନ୍ଦି ଉଠିଥିଲା। ଆମେ ଗରିବ ଲୋକ, ଆମକୁ ନ୍ୟାୟ ଦରକାର।

   Related Posts