ଆହ୍ଲାବାଦ ପ୍ରଫେସର ସାହିଦ ବାହାରିଲେ ଦ୍ଵିତୀୟ ‘ମୌଲାନା ସାଦ’, ଜମାତିଙ୍କୁ ଲୁଚାଇ ରଖିଥିଲେ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୦୪: ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଆୟୋଜିତ ଧାର୍ମିକ ସଭାରେ ଏକତ୍ରିତ ତବଲିଗି  ଜମାତର ଲୋକ ଦେଶରେ ମାରାତ୍ମକ କରୋନା ରୋଗ ବ୍ୟାପିବାରେ ପ୍ରମୁଖ ଭୁମିକା ନିଭାଇଛନ୍ତି। ଦିଲ୍ଲୀରେ ବହୁ ସଂଖ୍ୟାରେ ଜମାତିର ଲୋକ ପଜିଟିଭ୍ ଚିହ୍ନଟ ହେଲେ। ଏହା ସହିତ ଜମାତିର ଲୋକ ଯେଉଁ ଯେଉଁ ରାଜ୍ୟକୁ ଗଲେ ସେଠାରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଲା। ଏହା ପରେ ଦେଶର ବିଭିନ୍ନ ରାଜ୍ୟରେ ଜମାତିଙ୍କ ସନ୍ଧାନ ଆରମ୍ଭ ହେଲା। ବିଭିନ୍ନ ଜାଗାରେ ପୋଲିସ୍  ଚଢାଉ କରି ଲୁଚି ଥିବା ଜମାତିଙ୍କୁ କାଢି କ୍ଵାରେଣ୍ଟାଇନରେ ରଖିଲା।  ଏଥିରୁ ଅଧିକାଂଶ ଲୋକ କରୋନା ପଜିଟିଭ୍ ବାହାରିଲେ।

ଏହି ପ୍ରସଙ୍ଗକୁ ସାଂପ୍ରଦାୟିକ ନଜରରେ ନଦେଖି ବରଂ ଅଶିକ୍ଷା ପ୍ରସଙ୍ଗରେ ନିଶ୍ଚୟ ଦେଖିବା ଉଚିତ୍। ଯେଉଁ ପରି ଭାବେ ମୌଲାନର ଭିଡିଓ ଭାଇରାଲ୍ ହୋଇଥିଲା,ତାକୁ ଦେଖିଲେ ଲାଗୁଥିଲା ଯେ, ସେ ନିଜେ କେତେ ଅଶିକ୍ଷିତ। ଭିଡିଓରେ ମୌଲାନା କହୁଥିଲା ଯେ, ଏହା କୌଣସି କରୋନା ରୋଗ ନୁହଁ ବରଂ ମୁସଲମାନଙ୍କ  ପ୍ରତି ଷଡଯନ୍ତ୍ର ଏବଂ ଆମେ ମସଜିଦ୍‌ ଭିତରେ ମରିଗଲେ ସେଥିରୁ ଆଉ ଭଲ କଣ ହୋଇପାରେ। ଏମିତି ଲୋକ ହିଁ ସମାଜ ଓ ଧର୍ମର ନାମ ବଦନାମ କରନ୍ତି। ମୌଲାନା ସାଦକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଅନ୍ୟପଟେ ୟୁପି ପୋଲିସ ପ୍ରୟାଗରାଜ(ଆହ୍ଲାବାଦ)ରେ ଥିବା ଜଣେ  ପ୍ରଫେସର ସମେତ ୩୦ ଜମାତିଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା ପ୍ରଫେସର ମହୋଦୟ ଏହି ଜମାତିମାନଙ୍କୁ ଲୁଚାଇ ରଖିଥିଲେ।

{"id":257971,"sizeSlug":"large"}

ଏ କେମିତି କା ପ୍ରଫେସର

ପ୍ରଫେସରଙ୍କ ନାମ ସାମ୍ନାକୁ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, କଣ କେହି ପଢାଲେଖା ଲୋକ ମଧ୍ୟ ସମାଜ ପ୍ରତି ନିଜର ଦାୟିତ୍ଵ ବୁଝି ପାରିଲେ ନାହିଁ। ଏହି ପ୍ରଫେସର ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟରେ ରାଜନୈତିକ ବିଜ୍ଞାନରେ ଛାତ୍ରଙ୍କୁ ଶିକ୍ଷାଦାନ କରନ୍ତି ଏବଂ ତାଙ୍କ ନାମ ସାହିଦ। ପୋଲିସ୍ କାର୍ଯ୍ୟାନୁଷ୍ଠାନ କରି ୧୬ ବିଦେଶୀ ଜମାତି ସମେତ ୩୦ ଜଣଙ୍କୁ ଗିରଫ କରିଛି। ବିଦେଶଙ୍କ ଗିରଫଦାରୀ ବିଦେଶୀ ଆକ୍ଟ ଆଧାରରେ ହୋଇଛି। ପ୍ରଫେସର ସାହିଦଙ୍କୁ ଜମାତିଙ୍କୁ ସହରରେ ଲୁଚାଇ ଶରଣ ଦେବା ଆରୋପରେ ଏବଂ ମହାମାରୀ ଆକ୍ଟ ଆଧାରରେ ଗିରଫ କରି ମୋକଦ୍ଦମା ରୁଜୁ କରାଯାଇଛି।

ପ୍ରଫେସର ଓ ମୌଲାନା ମଧ୍ୟରେ ପ୍ରଭେଦ କଣ

ଜଣେ ପ୍ରଫେସର ଯଦି ଏମିତି କାମ କରେ ତେବେ ପୁଣି ମୌଲାନା ସାଦ ଓ ପ୍ରଫେସର ସାହିଦଙ୍କ ଭୂମିକା ମଧ୍ୟରେ କଣ ଫରକ ରହିଛି ? ମୌଲାନା ସାଦ ବି ଜମାତିଙ୍କୁ ଲୁଚାଇ ରଖିଲା ଏବଂ ପ୍ରଫେସର ମଧ୍ୟ ଏହି ଜମାତିଙ୍କୁ ଲୁଚାଇ ରଖିଲେ। ଯଦି ଜଣେ ପ୍ରଫେସର ହୋଇ ଏମିତି କାମ କରନ୍ତି ତେବେ ମୌଲାନା ଏବଂ ତାଙ୍କ ମଧ୍ୟର ଫରକ କଣ।

ସମାଜରେ ଶିକ୍ଷକଙ୍କ ସ୍ଥାନ ଉର୍ଦ୍ଧ୍ଵରେ ରହିଛି। ସେ ପିଲାଙ୍କୁ ଶିକ୍ଷା ଦେଇ ଭବିଷ୍ୟତରେ ଉତ୍ତମ ନାଗରିକ ହେବାକୁ ପ୍ରେରଣା ଦିଅନ୍ତି। ଦେଶର, ରାଜ୍ୟର ଏବଂ ସମାଜର ନାମ ଉଜ୍ଜ୍ଵଳ କରିବାକୁ ସେମିତି ଶିକ୍ଷାଦାନ କରନ୍ତି। ମାତ୍ର ପ୍ରଫେସର ଏମିତି କାମ କରି ନିଜର ପରିଚୟକୁ ନଷ୍ଟ କରିଛନ୍ତି। ପ୍ରଫେସର ହୋଇଥିବାରୁ ସେ ସାଂପ୍ରତିକ ସ୍ଥିତି ବିଷୟରେ ବେଶ୍ ଭଲ ଭାବେ ଅବଗତ ଥିବେ।

ସେ ନିଶ୍ଚୟ ଜାଣିଥିବେ ଯେ, କରୋନା ଭାଇରସ୍‌ କେମିତି ଏକ  ଭୟଙ୍କର ବିପତ୍ତି। ଏହାର ଚିକିତ୍ସା ମଧ୍ୟ ନାହିଁ। ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ସରକାର ଆମ୍ଭ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ଥରୁଟିଏ ମଧ୍ୟ ଚିନ୍ତା କଲେ ନାହିଁ ଯେ, ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି କଣ ହେବ। ସରକାର ଅର୍ଥ ବ୍ୟବସ୍ଥା ପରିବର୍ତ୍ତେ ଆମ ଜୀବନକୁ ଅଧିକ ଗୁରୁତ୍ଵ ଦେଲେ। ମାତ୍ର ମୌଲାନା ସାଦ ଓ ପ୍ରଫେସର ସାହିଦଙ୍କ ପରି ଲୋକ ସମାଜ ପ୍ରତି ନିଜର ଦାହିତ୍ଵ  ବୁଝି ପାରିଲେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.