Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ବିବାହ ପ୍ରଲୋଭନ ଓ ବ୍ଲାକମେଲିଂ କରି ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଲେ ଦୁଇ ସାଙ୍ଗ, କୁଆଁରୀ ମା’ ହେଲେ ଥାନାର ଦ୍ବାରସ୍ଥ

20/10/2019 at 5:45 PM

ରାଉରକେଲା ୨୦।୧୦: ଦେଢ଼ ମାସ ହେଲା ମା’ ମାଗୁଛି ନ୍ୟାୟ । ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର କୁଆଁରୀ ମା’ ନ୍ୟାୟ ଲାଗି ବିଭିନ୍ନ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଆଜି ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । 

ସୂଚନାଯୋଗ୍ୟ  ଯେ, ସଂପୃକ୍ତ  ଯୁବକ ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଲଗାତାର ଶାରୀରିକ ସମ୍ପର୍କ ରଖୁଥିଲେ । ଏକଥା ଜାଣିବା ପରେ ସଂପୃକ୍ତ ଯୁବକଙ୍କ ସାଙ୍ଗ ସମସ୍ତ ଘଟଣା ଯୁବତୀଙ୍କ ପରିବାର ଲୋକଙ୍କୁ କହିଦେବାର ଧମକ ଦେଇ ଜୋରଜବସ୍ତି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଏଥିରେ ସଂପୃକ୍ତ ଯୁବକ ତାଙ୍କ ସାଙ୍ଗକୁ ସାହାଯ୍ୟ କରିଥିବା ପୀଡିତା ଯୁବତୀ ଅଭିଯୋଗ କରିଛନ୍ତି । ୭ ମାସ ପୂର୍ବରୁ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ ଏବଂ ବିବାହ କଥା କହିବାରୁ ଦୁଇ ବନ୍ଧୁ ଧରାଛୁଆଁ ଦେଉନଥିଲେ । ଏବେ ଯୁବତୀ ଜଣକ କୁଆଁରୀ ମା’ । ବିବାହ କଥା କହିଲେ ଝିଅର ଦୁଇଭାଇଙ୍କୁ ମାରିଦେବାର ଧମକ ମିଳୁଛି। ପୀଡିତାର ଭାଇ  ଶେଷରେ ବିଭିନ୍ନ ଥାନା ବୁଲି ବୁଲି ଆଜି ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଗଣ ଦୁଷ୍କର୍ମ, ବ୍ଲାକ୍ ମେଲିଂ, ହତ୍ୟା ଧମକ ପରି ସଙ୍ଗୀନ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ।

   Related Posts