Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଅନଟୋଲ୍ଡ ଷ୍ଟୋରୀ: ସୁଶାନ୍ତଙ୍କ ହେଲିକପ୍ଟର ସଟ୍‌ର ବି ଧୋନୀ ଥିଲେ ବଡ ପ୍ରଶଂସକ

14/06/2020 at 6:59 PM

ନୂଆଦିଲ୍ଲୀ ୧୪।୦୬: ଭାରତୀୟ କ୍ରିକେଟ୍‌ ଦଳର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କ ହେଲିକପ୍ଟର ସଟ୍‌ କେବଳ ଭାରତରେ ନୁହେଁ ସମଗ୍ର ଦୁନିଆର କ୍ରିକେଟ୍ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ହେଲେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହେଲିକପ୍ଟର ସଟ୍‌ ଦେଖି ଚକିତ ହୋଇ ଯାଇଥିଲେ। ସୁଶାନ୍ତ ୨୦୧୬ରେ ଧୋନୀଙ୍କ ଜୀବନି ଉପରେ ନିର୍ମିତ ଫିଲ୍ମ ‘ଏମ.ଏସ. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ରେ ତାଙ୍କ ଅଭିନୟକ ବଡ ପରଦାରେ ଜୀବନ୍ତ କରିଥିଲେ। ବିଡମ୍ବନାର କଥା ଆଜି ଅପ୍ରତ୍ୟାଶିତ ଭାବେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଧୋନୀ କହିଥିଲେ ଯେ, ସୁଶାନ୍ତଙ୍କ ହେଲିକପ୍ଟର ସଟ୍‌ ଖେଳିବା ଶୈଳୀ ସଂପୂର୍ଣ୍ଣ ତାଙ୍କ ପରି। ସୁଟିଂ ପାଇଁ ଅଭ୍ୟାସ୍ ସମୟରେ ସୁଶାନ୍ତ ଏହି ସଟ୍‌କୁ ଅନେକ ଥର ମୋଠୁ ବି ଭଲ ଖେଳୁଥିଲେ। ସୁଶାନ୍ତ ଏହି ଫିଲ୍ମରେ ଧୋନୀଙ୍କ ଜୀବନିକୁ ଜୀବନ୍ତ ଭାବେ ପରଦାରେ ରଖିଥିଲେ। ଫିଲ୍ମ ବକ୍ସ ଅଫିସରେ ଭରପୂର ସଫଳତା ହାସଲ କରିଥିଲା।  ସୁଶାନ୍ତ ଫିଲ୍ମ ରିଲିଜ୍ ପୂର୍ବରୁ କହିଥିଲେ ଯେ, ଧୋନୀ ଯେବେଠୁ ଭାରତୀୟ ଦଳକୁ ଆସିଛନ୍ତି ତେବେଠୁ ସେ ତାଙ୍କର ପ୍ରଶଂସକ ହୋଇ ଯାଇଛନ୍ତି। ସୁଶାନ୍ତ କହିଥିଲେ ଯେ, ଯେବେ ସେ କ୍ରିକେଟ୍ ଖେଳୁଥିଲେ ତେବେ ଚିନ୍ତା କରିନଥିଲେ ଯେ ବିହାର-ଝାରଖଣ୍ଡର କୌଣସି ପିଲା ଭାରତୀୟ ଦଳରେ ଖେଳିବେ।

ସୁଶାନ୍ତ କହିଥିଲେ, ପ୍ରଥମ ଥର ମୁଁ ଧୋନୀଙ୍କୁ ୨୦୦୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦେଖିଥିଲି। ସେ ଲମ୍ବା ଚୁଟି ରଖିଥିଲେ ଏବଂ କ୍ୟାରିୟରର ପ୍ରାରମ୍ଭରେ ସେ ଆତ୍ମ ବିଶ୍ଵାସରେ ଭରା ଥିଲେ। ଗୋଟିଏ ମ୍ୟାଚ୍‌ରେ ସେ ୧୪୮ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ ପରଠୁ ସେ ଜଣେ ପ୍ରଶଂସକ ଭାବେ ଧୋନୀଙ୍କୁ ଅନୁସରଣ କରି ଆସିଛି ଏବଂ ମୋତେ ଧୋନୀଙ୍କୁ ପ୍ରଥମ ଥର ଭେଟିବାର ସୁଯୋଗ ୨୦୦୬-୦୭ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସମୟରେ ମିଳିଥିଲା। ତାଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲି।  

   Related Posts