Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଗୁଜୁରାଣ ଲାଗି ବିକୁଥିଲା ଲଟେରି ଟିକେଟ୍, ଲାଗିଗଲା ନିଜର ଲଟେରି ଏକାଥରେ ୧୨କୋଟି

20/01/2021 at 9:04 PM

କୋଲ୍ଲମ ୨୦।୧: କାହାର ଭାଗ୍ୟ କେଉଁଠି କେହି ଜାଣେନା। କିଏ ସାମାନ୍ୟ ପରିଶ୍ରମରେ ପ୍ରଚୁର ଆୟ କରିପାରୁଥିବା ବେଳେ କିଏ ଖଟି ଖଟି ପେଟ ଚାଖଣ୍ଡକ ବି ପୁରେଇ ପାରୁନି। କେରଳର କୋଲ୍ଲମ ଜିଲ୍ଲାର ୪୬ ବର୍ଷ ବୟସ୍କ ଯୁବକ ସର୍ଫୁଦ୍ଦିନ ଲଟେରି ଟିକେଟ୍‌ ବିକି ପାଉଥିବା କମିଶନରେ କୁଟୁମ୍ବ ପୋଷୁଥିଲା। ପାଟି ପୁରିଲେ ପେଟ ପୁରୁନଥିଲା।

ବଳିପଡୁଥିବା ଲଟେରି ଟିକେଟ୍‌ ରେ ଯଦି ଏପଟ ସେପଟ ହୋଇ ନମ୍ବର ମିସିଯାଉଥିଲା କେବେ କେବେ ଅଧିକ ଶହେ ୫ଶହ ପାଇଯାଉଥିଲା, ନଚେତ ହାତରୁ ଦେଉଥିଲା। ଏମିତିରେ ଦିନ କଟିଯାଉଥିବା ବେଳେ କେରଳ ସରକାରଙ୍କ କ୍ରିସମାସ୍ ନ୍ୟୁଇୟର ବମ୍ପର ଲଟେରିର ବଳି ପଡିଥିବା ଟିକେଟ୍ ତାକୁ ମାଲାମାଲ କରିଦେଇଛି। ବିକ୍ରି ହୋଇ ନପାରି ତା ନିକଟରେ ରହିଯାଇଥିବା ଟିକେଟ୍‌  ପ୍ରଥମ ପୁରସ୍କାର ଜିତିଛି। କୋଟିଏ କି ୨ କୋଟି ନୁହେଁ ଏକା ଥରକେ ଜିତିଛି ୧୨ କୋଟି ଟଙ୍କା।

ସର୍ଫୁଦ୍ଦିନ ତାମିଲନାଡୁର ବାସିନ୍ଦା। ତେବେ ସେ ପଡୋଶୀ କେରଳର କୋଲ୍ଲମ ଜିଲ୍ଲା ଆର୍ୟନକାଭୁ  ପୋରାମ୍ବୁକେର ଏକ ବସ୍ତିରେ ରହେ। ସେ ଗଲଫରୁ ଫେରିବା ପରେ ପରିବାର ଚଳାଇବା ଲାଗି  ଲଟେରି ଟିକେଟ୍‌ ବିକିବା ଆରମ୍ଭ କରିଥିଲା। ଏଥିରୁ ଯାହା କମିଶନ ମିଳୁଥିଲା ସେଥିରେ ଖର୍ଚ୍ଚ ତୁଲେଇ ପାରୁନଥିଲେ ହେଁ ରୋଜଗାରର ଅନ୍ୟ ପନ୍ଥା ନଥିଲା।

କେରଳ ସରକାରଙ୍କ କ୍ରିସମାସ ନୂଆବର୍ଷ ଲଟେରି ଏବେ ଉଠିଚି। ସେ ବିକିବାକୁ ଆଣିଥିବା ଅନେକ ଟିକେଟ ତାର ବଳି ପଡିଥିଲା। ତେବେ ଏଥର ପ୍ରଥମ ପୁରସ୍କାର ଜିତିଥିବା ସରିଜର ବଳକା ଟିକେଟ୍‌ ଟି ତା ପାଖରେ ଥିବା ଜାଣିବା ପରେ ତାର ଖୁସି ସମସ୍ତ  ସୀମା ଅତିକ୍ରମ କରିଯାଇଥିଲା। ଏଥିରେ ସେ ପରିବାରର ଭାଗ୍ୟ ଏବେ ବଦଳାଇ ପାରିବ ବୋଲି ଆଶାବାନ୍ଧାଛି।

ଲେଟରିରୁ ଲବ୍ଧ ଅର୍ଥରେ ସେ ପ୍ରଥମେ ନିଜକୁ ବସ୍ତିରୁ ମୁକ୍ତ କରିବ। ଭଲ ଘରଟିଏ କିଣି ପରିବାରକୁ ସଭ୍ୟ ସମାଜକୁ ନେବ ତା ପରେ ଯାହା ବଳକା ହେବ ସେଥିରେ କିଛି ବ୍ୟବସାୟ ବଣିଜ କରି ପରିବାର ଚଳାଇବ ବୋଲି ଏବେ ଯୋଜନା କରିଛି। ସର୍ଫୁଦ୍ଦିନର ପତ୍ନୀ, ଗୋଟିଏ  ପୁଅ ୨ ଭାଇ ଓ ମାଙ୍କୁ ନେଇ ପରିବାରଟିଏ। ସେ ଜିତିଥିବା ଲଟେରି ଲାଗି ମଙ୍ଗଳବାର ନିର୍ଦ୍ଦେଶାଳୟଙ୍କ ନିକଟରେ ପୁରସ୍କାର ଦାବି କରିଦେଇଛି।

୧୨କୋଟି ଟଙ୍କାରୁ ୩୦ ପ୍ରତିଶତ ଶୁଳ୍କ ଓ ୧୦ ପ୍ରତିଶତ ଏଜେଣ୍ଟ କମିଶନ ବାଦେ ସେ ପୁରସ୍କାର ଆକାରରେ ୭କୋଟି ୫୦ଲକ୍ଷ ଟଙ୍କା ପାଇବ। ଏବେ ତା ସ୍ୱପ୍ନ ଆକାଶ ଛୁଉଁଛି। ୧୦ମ ଶ୍ରେଣୀରେ ପଢୁଥିବା ପୁଅର ସେ ଆଗ ଉଚ୍ଚଶିକ୍ଷା ସୁନିଶ୍ଚିତ କରିବ। ତା ସାଙ୍ଗକୁ ପରିବାର ଲାଗି ସ୍ଥାୟୀ ଘର ଓ ଅନ୍ୟ ବ୍ୟବସ୍ଥା କରିବ ବୋଲି କହିଛି।

   Related Posts