କଲେଜ ଭିତରୁ ପ୍ରିନ୍ସପାଲଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 25, 2019 IST

ନୟାଗଡ଼ ୨୫/୩: କେତେକ ଦୁର୍ବୃତ୍ତ କଲେଜ ଭିତରୁ ପ୍ରିନ୍ସପାଲ୍ଙ୍କୁ ଉଠାଇ ନେଇଛନ୍ତି। ଘଟଣାଟି ଘଟିଛି ନୟାଗଡ଼ର କେନ୍ଦୁଢ଼ିପି କଲେଜରେ। କେନ୍ଦୁଢ଼ିପି କଲେଜ ପ୍ରିନ୍ସପାଲଙ୍କ ନାଁ ରାଜକିଶୋର ପଣ୍ଡା। କେତେକ ମୁଖାପିନ୍ଧା ଯୁବକ ଜୋର ଜବରଦସ୍ତି ପ୍ରିନ୍ସିପାଲଙ୍କୁ ବାଇକରେ ନେଇ ଯାଇଛନ୍ତି।
ହୋଲି ଦିନ ରଙ୍ଗ ଖେଳକୁ ନେଇ ୨ ଗାଁ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଲାଠିପଡ଼ା ଓ କେନ୍ଦୁଢ଼ିପି ଗାଁ ଭିତରେ ବିବାଦ ଚାଲିଥିଲା। କିନ୍ତୁ ଏହି ଘଟଣାରେ ପ୍ରିନ୍ସପାଲଙ୍କୁ କାହିଁକି ଟେକି ନେଲେ ଏହାର କାରଣ ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.