ପାକ୍‌କୁ ଝଟକା: ଗୋବିନ୍ଦ ପଟ୍ଟନାୟକ ଓ ଅଙ୍ଗାରା ଆପ୍ପାଜୀଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ UNSCରେ ଅଗ୍ରାହ୍ୟ

Published By : Prameya-News7 Bureau | September 03, 2020 IST

ନ୍ୟୁୟର୍କ ୩।୯:  ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ୨ ଜଣ ଭାରତୀୟଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଲାଗି ପାକିସ୍ତାନର ଉଦ୍ୟମ ବୁଧବାର ବିଫଳ ହୋଇଛି। ଯେଉଁମାନଙ୍କୁ ଆତଙ୍କବାଦୀ ଘୋଷଣା କରିବା ଲାଗି ପାକିସ୍ତାନ ୟୁଏନଏସସିରେ ପ୍ରସ୍ତାବ ଉପସ୍ଥାପିତ କରିଥିଲା, ସେମାନେ ଆତଙ୍କବାଦୀ ବୋଲି ପ୍ରମାଣ ଉପସ୍ଥାପନ କରିପାରିନଥିଲା। ଏଣୁ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ମିଳିନଥିବା ବେଳେ ପ୍ରସ୍ତାବ କାଟ୍ ଖାଇଯାଇଛି।

{"id":324579,"sizeSlug":"large"}

ୟୁଏନଏସସିଙ୍କ ୧୨୬୭ ପ୍ରତିବନ୍ଧ ସମିତିଙ୍କ ଜରିଆରେ ୨ ଭାରତୀୟଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଲାଗି ପାକିସ୍ତାନ ଦାବି କରିଥିଲା। ତେବେ ଏ ନେଇ ପାକିସ୍ତାନ ପର୍ଯ୍ୟାପ୍ତ ପ୍ରମାଣ ଦେଇ ନଥିଲା। ଏଣୁ ସମିତି ସେମାନଙ୍କ ବିରୋଧରେ ପ୍ରମାଣ ଏକାଠି କରିବାକୁ ଦୀର୍ଘ ସମୟ ମଧ୍ୟ ଦେଇଥିଲେ। ଏହା ସତ୍ତ୍ୱେ ପାକିସ୍ତାନ ସେମାନଙ୍କ ବିରୋଧରେ ଆତଙ୍କବାଦୀ ବୋଲି କୌଣସି ପ୍ରମାଣ ଉପସ୍ଥାପନ  କରିପାରିନଥିଲା। ଏଣୁ କୌଣସି ଦେଶ ପାକିସ୍ତାନକୁ  ସମର୍ଥନ ନ କରିବାକୁ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯାଇଛି। 

{"id":324583,"sizeSlug":"large"}

ପାକିସ୍ତାନ ଯେଉଁ ଦୁଇ ଭାରତୀୟ ନାଗରିକଙ୍କ ବିରୋଧରେ ଦାବି ଉପସ୍ଥାପନା କରିଥିଲା ସେମାନେ ହେଉଛନ୍ତି ଗୋବିନ୍ଦା ପଟ୍ଟନାୟକ ଡୁଗ୍ଗିୱାଲସା ଓ ଅଙ୍ଗାରା ଆପ୍ପାଜୀ। ପେଶାବର ଓ ବଲୁଚିସ୍ତାନ ଆତଙ୍କବାଦୀ ଆକ୍ରମଣରେ ଏମାନଙ୍କର ହାତ ଥିବାର ପାକିସ୍ତାନ ଅଭିଯୋଗ କରିଥିଲା। ଏଥିଲାଗି ପାକିସ୍ତାନ ମିତ୍ରରାଷ୍ଟ୍ର ତଥା ୟୁଏନଏସସିରେ ସ୍ଥାୟୀ ସଦସ୍ୟ ଚୀନ୍‌ ଜରିଆରେ ପ୍ରସ୍ତାବକୁ ଆଗକୁ ବଢାଇଥିଲା। ତେବେ ପ୍ରମାଣ ଦେଇ ନପାରିବାରୁ ୟୁଏନଏସସିର ସ୍ଥାୟୀ ସଦସ୍ୟ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ  ଏବଂ ଅସ୍ଥାୟୀ ସଦସ୍ୟ ବେଲଜିୟମ ଓ ଜର୍ମାନୀ ପାକିସ୍ତାନକୁ ସମର୍ଥନରୁ ଓହରି ଯାଇଥିଲେ।

{"id":324585,"sizeSlug":"large"}

ତେବେ ମାସୁଦ ଅଝହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଜବାବରେ ପାକିସ୍ତାନ  ଏଭଳି ହୀନ ଉଦ୍ୟମ  କରିଥିବା କୁହାଯାଇଛି। ଏଥିଲାଗି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତ୍ରିମୂର୍ତ୍ତି ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ଜାତିସଂଘ ୧୨୬୭ ସ୍ୱତନ୍ତ୍ର ପ୍ରକ୍ରିୟାକୁ  ରାଜନୀତିକରଣ ଲାଗି ପାକିସ୍ତାନ କରିଥିବା ଉଦ୍ୟମକୁ ସୁରକ୍ଷା ପରିଷଦ ବିଫଳ କରିଥିବା କହିଛନ୍ତି। ଏଥିରେ ଯେଉଁମାନେ ପାକିସ୍ତାନକୁ ବିରୋଧ କରିଛନ୍ତି ତ୍ରିମୂର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.