Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶ୍ମୀର ପ୍ରସଙ୍ଗ:UNSC ବୈଠକରେ ପୁଣି ପାକିସ୍ତାନକୁ ଝଟକା, ରେକର୍ଡ ହେଲାନି ବୟାନ

26/08/2020 at 8:23 PM

ନୂଆଦିଲ୍ଲୀ ୨୬।୮: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ପୁଣି ଝଟକା ଲାଗିଛି। ୟୁଏନଏସସିରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ବୈଠକ କରିଥିବା ବେଳେ ଏନେଇ ପାକିସ୍ତାନର ବୟାନ ରେକର୍ଡ ହୋଇନ ଥିବା ଇଣ୍ଡୋନେସିଆ  ଭାରତକୁ ସ୍ପଷ୍ଟିକରଣ ଦେଇଛି।

ଇଣ୍ଡୋନେସିଆ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ୟୁଏନଏସସି ବୈଠକରେ ପାକ୍ କାଶ୍ମୀର ରାଗ ଆଳାପ କରିଥିଲା। ହେଲେ ପୂର୍ବ ଥର ଭଳି ଏଥର ମଧ୍ୟ ବୟାନ ରେକର୍ଡ ହୋଇ ନାହିଁ। ଅତୀତରେ ଚୀନ୍‌ ଦ୍ୱାରା ପାକିସ୍ତାନ ୟୁଏନଏସସିରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାରେ ସଫଳ ହୋଇଥିଲା। ଏଥିଲାଗି ଚୀନ୍‌ ଚାପରେ ରୁଦ୍ଧଦ୍ୱାର ବୈଠକ ବି କରାଯାଇଥିଲା। ହେଲେ ବୈଠକର ନିଷ୍ପତ୍ତି ରେକର୍ଡ ହୋଇ ନଥିଲା।

କାଶ୍ମୀର ପ୍ରସଙ୍ଗରେ ଭାରତ ପୂର୍ବରୁ ୟୁଏନଏସସିଙ୍କୁ ସୂଚିତ କରିସାରିଛି। ଏଣୁ ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଶ୍ୱ ସମୂଦାୟଙ୍କ ଅନୁକମ୍ପା ଜୁଟାଇବାକୁ ଉଦ୍ୟମ କରି ମଧ୍ୟ ବାରମ୍ବାର ବିଫଳ ହେଉଛି। ଯାହା ପାକିସ୍ତାନର ବୈଦେଶିକ ନୀତିର ବିଫଳତାକୁ ପ୍ରମାଣିତ କରୁଛି। କେବଳ ଏଥିଯୋଗୁ ବିଭିନ୍ନ ମଞ୍ଚରେ ପାକ୍‌ ଅପଦସ୍ଥ ମଧ୍ୟ ହେଉଛି। ହେଲେ ବି କାଶ୍ମୀର ରାଗର ଆଳାପ ବନ୍ଦ କରୁନି।

   Related Posts