ମିଆଁମାର: ସେନା ବିଦ୍ରୋହ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ କରିବାରେ UNSC ବିଫଳ

Published By : Prameya-News7 Bureau | March 10, 2021 IST

ନୋପିତା : ମିଆଁମାର ସାମରିକ ବିଦ୍ରୋହ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ କରିବାରେ ଜାତି ସଂଘ ସୁରକ୍ଷା  ପରିଷଦ (ୟୁଏନଏସସି) ବିଫଳ ହୋଇଛନ୍ତି। ତେବେ ସେନାକୁ ସଞ୍ଜମତା ଅବଲମ୍ବନ କରିବାକୁ ସତର୍କ କରାଯାଇଛି। ଏଥିରେ ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଜଣାପଡିଲେ ଆବଶ୍ୟକ ସ୍ଥଳରେ କଠୋର ପଦକ୍ଷେପ ଲାଗି ମଧ୍ୟ ଚେତାବନୀ ଦିଆଯାଇଛି।

{"id":420927,"width":576,"height":323,"sizeSlug":"large","linkDestination":"none"}

ଚୀନ୍, ଋଷିଆ, ଭାରତ, ଭିଏତନାମ୍‌ ଓ ବ୍ରିଟେନ ୟୁଏନଏସସିରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ। ତେବେ ଏହାର ଚିଠା ପ୍ରସ୍ତାବରେ ସଂଶୋଧନ ଲାଗି ସହମତି ହୋଇଛି। ଏଥିରେ କେଉଁ ବିନ୍ଦୁ ସବୁ ସଂଯୁକ୍ତ କରାଯିବ ସେ ନେଇ ଆଲୋଚନା ଜାରି ରହିବ ବୋଲି କୁହାଯାଇଛି। ସେପଟେ ଦେଶରେ ଉପୁଜିଥିବା ପରିସ୍ଥିତିର ନିରପେକ୍ଷ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ଉପରେ ସେନା ଚାପ ପକାଇବା ଆରମ୍ଭ କରିଛି।

{"id":420928,"sizeSlug":"large","linkDestination":"none"}

ଏହିକ୍ରମରେ ମଙ୍ଗଳବାର କାମାୟୁତ ମିଡିଆ କାର୍ଯ୍ୟାଳୟ ଉପରେ ସେନା ଚଢଉ କରିଥିବା ବେଳେ ସମ୍ବାଦପତ୍ରର ସଂସ୍ଥାପକ ଓ ମୁଖ୍ୟ ସମ୍ପାଦକଙ୍କୁ ଗିରଫ କରାଯାଇଛି। ସେହିପରି ଅନଲାଇନ୍‌ ନ୍ୟୁଜ୍‌ ସର୍ଭିସ ମିଜ୍ଜିମା କାର୍ଯ୍ୟାଳୟ ଉପରେ ମଧ୍ୟ ସେନା ଚଢଉ ହୋଇଛି। ତେବେ ଏହା ପୂର୍ବରୁ ସେନା ସରକାର ୭ଟି ଗଣମାଧ୍ୟମ ମିଜ୍ଜିମା, ଡିଭିବି, ଖିଟଥିଟ୍‌ ମିଡିଆ ଓ ମ୍ୟାଁମାର ନାଓ ଆଦି ସମ୍ବାଦ ସଂସ୍ଥାଙ୍କ ଲାଇସେନ୍ସ ରଦ୍ଦ କରିଦେଇଛନ୍ତି। ଏହି ସବୁ ମିଡିଆମାନେ ମିଆଁମାର ବିକ୍ଷୋଭର ଜୋରଦାର କଭରେଜ କରୁଥିଲେ।

{"id":420929,"sizeSlug":"large","linkDestination":"none"}

ଏହାଛଡା ବୁଧବାର ପ୍ରତ୍ୟୁଷରେ ମିଆଁମାର ସୁରକ୍ଷା ବଳ ଆନ୍ଦୋଳନରତ ରେଳବାଇ କର୍ମଚାରୀଙ୍କ ଘର ଉପରେ ଚଢଉ କରିଥିବାର ସୂଚନା ମିଳିଛି। ଏଥିରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲେ ହେଁ ସରକାରୀ ଭାବେ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ସେପଟେ ଦେଶରେ ଶାସନ ପରିବର୍ତ୍ତନ ପରେ ମିଆଁମାର ପୋଲିସର ୮ ଜଣ କର୍ମଚାରୀ ସରକାରୀ ଆଦେଶ ଅବଜ୍ଞା କରି ଭାରତ ଚାଲି ଆସିଛନ୍ତି। ସେମାନେ ପୁଣି ଦେଶକୁ ଫେରିବା ଲାଗି ରାଜି ହେଉ ନଥିବା ବେଳେ ସେମାନଙ୍କ ବୟାନ ଦେଶର ଗୁରୁତର ପରିସ୍ଥିତି ସମ୍ପର୍କରେ ସୂଚିତ କରୁଛି। ସେମାନଙ୍କୁ ଫେରାଇ ଦେବାକୁ ସେନା ସରକାର ଭାରତକୁ ନିବେଦନ କରିଛନ୍ତି। ତେବେ ପ୍ରସଙ୍ଗରେ ଭାରତ ନିରବତା ଅବଲମ୍ବନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.