Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗ: ଜାତି ସଂଘ ସୁରକ୍ଷା ପରିଷଦରେ ବୈଠକ ଶେଷ, ଜବାବ ରଖିଲା ଭାରତ

16/08/2019 at 10:35 PM

ନ୍ୟୁୟର୍କ: କାଶ୍ମୀରରୁ ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପ୍ରସଙ୍ଗରେ ଚୀନ ଦ୍ବାରା ଜାତି ସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ଆହ୍ବାନ କରିଥିବା ବୈଠକ ଶେଷ ହୋଇଛି। ଏଥିରେ ପାକିସ୍ତାନକୁ ଚୀନ ସମର୍ଥନ କରିଥିବା ବେଳେ ଭାରତର ପକ୍ଷ ନେଇଛି ଋଷିଆ। ତେବେ ଏହା ମିଳିତ ଜାତି ସଂଘର ଏକ ଅନୌପଚାରିକ ବୈଠକ ଥିଲା। ଏଣୁ ବୈଠକ ପରେ ନିଷ୍ପତ୍ତି ନେଇ କୌଣସି  ଘୋଷଣା ହୋଇ ନାହିଁ। ତେବେ ଜାତି ସଂଘରେ ଭାରତର ରାଷ୍ଟ୍ରଦୂତ ସୟଦ ଅକବଋଦ୍ଦିନ ବୈଠକ ପରେ ଭାରତର ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇଛନ୍ତି। 

ଅକବଋଦ୍ଦିନ କହିଛନ୍ତି ଯେ କାଶ୍ମୀରର ସାମ୍ବିଧାନିକ ଅନୁଚ୍ଛେଦ ୩୭୦ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରିଣ ପ୍ରସଙ୍ଗ। ଜମ୍ମୁ-କାଶ୍ମୀରର ବିକାଶ ନିମନ୍ତେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଣୁ ଏ ସମ୍ପର୍କରେ କୌଣସି ପଡୋଶୀ ଦେଶର କିଛି ଯାଏ କି ଆସେନା। ତେବେ ପ୍ରସଙ୍ଗରେ ଯଦି ପାକିସ୍ତାନ ଆଲୋଚନା ନିମନ୍ତେ ଏତେ ଆଗ୍ରହୀ ତେବେ ପ୍ରଥମେ ତାକୁ ଆତଙ୍କବାଦକୁ ରୋକିବାକୁ ହେବ। ତେବେ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ସୁରକ୍ଷା ପରିଷଦ ଅନ୍ତର୍ଗତ ଦେଶମାନେ ଗୁରୁତ୍ବ ଦେଇଥିବା କହିଛନ୍ତି ଜାତି ସଂଘ ମୁଖ୍ୟାଳୟର ସମ୍ବାଦଦାତା ସଲିମ ରିଜଭି । ଏଣୁ ପ୍ରସଙ୍ଗରେ ଏକ ତରଫା ନିଷ୍ପତ୍ତି ନିଆଯିବା କଥାନୁହେଁ ବୋଲି କହିଛନ୍ତି।

ତେବେ ବୈଠକରେ ଚୀନ ରାଷ୍ଟ୍ରଦୂତ ପ୍ରସଙ୍ଗକୁ ଜାତିସଂଘ  ପ୍ରସ୍ତାବ ଭାବେ ସମାଧାନ କରିବା ପାଇଁ ଗୁରୁତ୍ବାରୋପ କରିଥଲେ। କାରଣ କାଶ୍ମୀର ଏବେ ବିପଦଜନକସ୍ଥିତିରେ ଥିବା ସେ ବୈଠକକୁ ସୂଚିତ କରିଛନ୍ତି। ତେବେ ବୈଠକରେ ଚୀନ ଲଦ୍ଦାଖ ପ୍ରସଙ୍ଗ ମଧ୍ୟ  ଉଠାଇଛି। କାଶ୍ମୀର ସହ ଲଦ୍ଦାଖରୁ ମଧ୍ୟ ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିଥିବା କହିଛି ଚୀନ, ଯାହାକୁ ସେ ନିଜର ସାର୍ବଭୌମତା ଉପରେ ଆକ୍ରମଣ ବୋଲି ଏବେ ବିବେଚନା କରୁଥିବା କହିଛି।

ବୈଠକରୁ ଉଭୟ ଭାରତ ଓ ପାକିସ୍ତାନ ବାହାରେ ଥିଲେ। କାରଣ ଦୁଇ ଦେଶ ସୁରକ୍ଷା ପରିଷଦର ସଦସ୍ୟ ନୁହଁନ୍ତି। ତେବେ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନା କରିପାରିଥିବା କହିଛି। ଅନେକ ଦଶନ୍ଧୀ ପରେ ଜାତି ସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇପାରିଛି। ଏଣୁ କାଶ୍ମୀର ଏବେ କେବଳ ଭାରତ କି ପାକିସ୍ତାନର ନୁହେଁ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇସାରିଥିବା କହିଛନ୍ତି ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ମଲିହା ଲୋଧୀ।  

   Related Posts