ଅସୁରକ୍ଷିତ ତାଳଚେର ସହର : ଭୂଗର୍ଭରେ ଲୀନ ହେବା ଆଶଂକାରେ ସହରବାସୀ, ମାଟି ଦବିବା ନେଇ ଆରମ୍ଭ ହେଲା ଯାଂଚ ଓ ତଦନ୍ତ, ଲୋକଙ୍କ ଆନ୍ଦୋଳନ ଜାରୀ

Published By : Prameya-News7 Bureau | December 07, 2018 IST

ଭୁବନେଶ୍ବର ୭|୧୨: ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ଲାଗି ରହିଛି ଚାପା ଉତ୍ତେଜନା । କୋଇଲା ଉତ୍ତୋଳନ ପରେ ଗର୍ତ୍ତରେ ଠିକ୍ ଭାବେ ବାଲି ଭର୍ତ୍ତି କରାନଯିବାରୁବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ସେଣ୍ଟ୍ରାଲ ମାଇନ୍ସ ରିସର୍ଚ୍ଚଇନଷ୍ଟିଚ୍ୟୁଟର ବିଶେଷଜ୍ଞ ଅତୀତରେ ଏହି ଅଞ୍ଚଳକୁ ସମୀକ୍ଷା କରି କୋଠାବାଡ଼ି ନିର୍ମାଣକୁ ବାରଣକରିଥିଲେ । ଏହା ପରେ ବି ଖଣି ଖନନ ପାଇଁ ମାଟି ଦବିବା କଥାକୁ ମାନିବାକୁ ନାରାଜ ଏମ୍‌ସିଏଲ୍ ।  ଆଜି ଖଣି ସୁରକ୍ଷା ଉପନିର୍ଦେଶକଙ୍କ ନେତୃତ୍ବରେ ଏକ ଟିମ୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।  

ଅସୁରକ୍ଷିତ ତାଳଚେର ସହର । ଥାନା ସମ୍ମୁଖ ଶାନ୍ତିଲତା ବାରିକଙ୍କ ଘରେ ମାଟିଦବିବାପରେଅଧିକଆତଙ୍କିତ ହୋଇପଡିଛନ୍ତି ସହରବାସୀ । ଚମ୍ପାପଶି ମାଇନ୍ସ ପାଇଁ ଏହି ଗାତ ହୋଇଥିବା କୁହାଯାଉଛି । ସ୍ଥିତି ପରଖିବାକୁ ଆମ ଟିମ୍ଯାଇଥିଲା ଚମ୍ପାପାଳ କୋଲ୍ମାଇନ୍ସ ନିକଟକୁ । କିନ୍ତୁ ସୁରକ୍ଷାକର୍ମୀ ଭିତରକୁ ଯିବାକୁ ବାରଣକରିଥିଲେ ।  ଭୂତଳ ଖଣି ଖନନ କାରଣରୁ ମାଟି ଦବୁଥିବା କଥାକୁ କିନ୍ତୁ MCL କର୍ତ୍ତୃପକ୍ଷ ମାନିବାକୁ ନାରାଜ । ଏହାରି ଭିତରେ ଆଜି ଖଣିସୁରକ୍ଷା ଉପନିର୍ଦେଶଙ୍କ ନେତୃତ୍ବରେ ଏକ କେନ୍ଦ୍ରୀୟ ଟିମ୍ ସ୍ଥତିପରଖିଛି । ବିଭିନ୍ନ ଖଣି ଅଞ୍ଚଳ ବୁଲି ଦେଖିବା ସହ ପ୍ରଶାସନ, ଏମ୍‌ସିଏଲ୍ ଅଧିକାରୀ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ୧୦ ଦିନ ମଧ୍ୟରେ ଟିମ୍ ରିପୋର୍ଟ ଦେବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

{"id":61776,"width":593,"height":327}

ସେପଟେ ମାଟି ଦବିବା ଘଟଣାକୁ ନେଇ ତାଳଚେରେ ଲାଗି ରହିଛି ଚାପା ଉତ୍ତେଜନା । ଗୁରୁବାର ଭଳି ଶୁକ୍ରବାର ମଧ୍ୟ ୫୩ ନମ୍ବର ଜାତୀୟ ରାଜପଥ ବାଇପାସ୍ ନିକଟରେ ଲୋକେ ଆନ୍ଦୋଳନ କରିଥିଲେ । ଲିଙ୍ଗରାଜ ମାଇନ୍ସ, ଡେରାମାଇନ୍ସ, ଭୁବନେଶ୍ବରୀ ମାଇନ୍ସ ବନ୍ଦ କରିବା ସହ କୋଇଲା ପରିବହନ ବନ୍ଦ କରିଥିଲେ । ଫଳରେ ଖଣି ଖନନ ଓ ପରିବହନ କାର୍ଯ୍ୟବାଧାପ୍ରାପ୍ତ ହୋଇଥିଲା । ଦୋକାନ ବଜାର, ଗାଡି ଚଳାଚଳମଧ୍ୟ ବନ୍ଦ ରହିଥିଲା । ଗୁରୁବାର ବିଳମ୍ବିତ ରାତିରେ ଆନ୍ଦୋଳନର ନେତୃତ୍ବ ନେଉଥିବା ୧୧ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଶୁକ୍ରବାର ସକାଳେ ଆଉ ୧୨ ଜଣଙ୍କୁ ଗିରଫ କରିଥିଲା ।

ଘଟଣା ସଂପର୍କରେ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯିବ ବୋଲି ଟୁଇଟ୍ କରିଛନ୍ତି କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.